ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ବିଜେଡିର ନୂଆ ମିଡିଆ ଟିମ୍ ,ଅରୁଣ, ସଞ୍ଜୟ ଓ ପ୍ରତାପଙ୍କୁ ଗୁରୁଦାୟିତ୍ୱ

ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବିଜେଡିର ଜୋରଦାର ପ୍ରସ୍ତୁତି । ମିଡିଆ ସେଲ ଟିମ ଗଠନ କଲେ ବିଜେଡି ସୁପ୍ରିମୋ । ବୈଦ୍ୟୁତିକ ଗଣମାଧ୍ୟମ ପାଇଁ ମୁଖ୍ୟ ସଂଯୋଜକ ଭାବେ ଅରୁଣ ସାହୁଙ୍କ ଦାୟିତ୍ୱ ।

ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବିଜେଡିର ଜୋରଦାର ପ୍ରସ୍ତୁତି । ମିଡିଆ ସେଲ ଟିମ ଗଠନ କଲେ ବିଜେଡି ସୁପ୍ରିମୋ । ବୈଦ୍ୟୁତିକ ଗଣମାଧ୍ୟମ ପାଇଁ ମୁଖ୍ୟ ସଂଯୋଜକ ଭାବେ ଅରୁଣ ସାହୁଙ୍କ ଦାୟିତ୍ୱ । ବରିଷ୍ଠ ସଂଯୋଜକ ହେଲେ ଦେବେଶ ଆଚାର୍ଯ୍ୟ ଓ ବୈଦ୍ୟୁତିକ ଗଣମାଧ୍ୟମ ସଂଯୋଜକ ଲେନିନ ମହାନ୍ତି । ସେହିପରି ପ୍ରିଣ୍ଟ ମିଡିଆ ମୁଖ୍ୟ ସଂଯୋଜକ ହେଲେ ସଞ୍ଜୟ ଦାସ ବର୍ମା । ବରିଷ୍ଠ ସଂଯୋଜକ ଭାବେ ଗୌତମ ବୁଦ୍ଧ ଦାସ ଓ ସଂଯୋଜକ ପ୍ରିୟବ୍ରତ ମାଝୀଙ୍କୁ ଦାୟିତ୍ୱ ଦେଇଛନ୍ତି ବିଜେଡି ସଭାପତି । ସେହିପରି ସୋସିଆଲ ମିଡ଼ିଆ ଓ ଆଇଟି ସେଲ ମୁଖ୍ୟ ସଂଯୋଜକ ଭାବେ ପ୍ରତାପ ଜେନାଙ୍କୁ ଦାୟିତ୍ୱ ମିଳିଛି । ଅନ୍ୟପଟେ ବିଜେଡିର ଜାତୀୟ ମୁଖପାତ୍ର ଭାବେ ୧୦ ଜଣ ନେତା ଓ ରାଜ୍ୟ ମୁଖପାତ୍ର ଭାବେ ୩୦ ଜଣ ଦଳର ବରିଷ୍ଠ ନେତାଙ୍କୁ ନିଯୁକ୍ତି ଦେଇଛନ୍ତି ସୁପ୍ରିମୋ ।

Leave a Reply

Your email address will not be published. Required fields are marked *