ପ୍ରବଳ ବର୍ଷା ପରେ ମୟୂରଭଞ୍ଜରେ ଫୁଲୁଛି ନଦୀନାଳ । ଲଗାତାର ବର୍ଷା ଯୋଗୁଁ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ଦ୍ରୁତଗତିରେ ବଢ଼ିବାରେ ଲାଗିଛି । ନଦୀର ଜଳସ୍ତର ବଢ଼ିବା ଯୋଗୁଁ ତଳମୁଣ୍ଡ ଅଞ୍ଚଳରେ ବନ୍ୟା ଆଶଙ୍କା ଦେଖାଦେଇଛି ।
ପ୍ରବଳ ବର୍ଷା ପରେ ମୟୂରଭଞ୍ଜରେ ଫୁଲୁଛି ନଦୀନାଳ । ଲଗାତାର ବର୍ଷା ଯୋଗୁଁ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ଦ୍ରୁତଗତିରେ ବଢ଼ିବାରେ ଲାଗିଛି । ନଦୀର ଜଳସ୍ତର ବଢ଼ିବା ଯୋଗୁଁ ତଳମୁଣ୍ଡ ଅଞ୍ଚଳରେ ବନ୍ୟା ଆଶଙ୍କା ଦେଖାଦେଇଛି । ବିଶେଷ କରି ବାଙ୍ଗିରିପୋଷି କାଳିଆମି ପୋଲ ଉପରେ ବନ୍ୟାପାଣି ପ୍ରବାହିତ ହେଉଛି । ପାଣିର ସ୍ରୋତ ବଢ଼ୁଥିବାରୁ ପୋଲ ଉପରେ ଯାତାୟାତକୁ ନେଇ ମଧ୍ୟ ଚିନ୍ତା ବଢ଼ିଛି । ନଦୀର ଜଳସ୍ତର ଆହୁରି ବଢ଼ିଲେ ସ୍ଥିତି ଗମ୍ଭୀର ହେବାର ଆଶଙ୍କା ରହିଛି । ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବଢ଼ୁଥିବାରୁ ତଳମୁଣ୍ଡ ଅଞ୍ଚଳ ପ୍ରତି ବିପଦ ଆଶଙ୍କା କରାଯାଉଛି ।
ନଦୀକୂଳିଆ ଏବଂ ତଳିଆ ଅଞ୍ଚଳର ଲୋକଙ୍କ ଉପରେ ଏବେ ପ୍ରଶାସନର ନଜର ରହିଛି । ଅନ୍ୟପଟେ ବର୍ଷାର ପରିସ୍ଥିତି ଏବଂ ନଦୀର ଜଳସ୍ତର ଉପରେ ନଜର ରଖାଯାଉଛି । ବାରିପଦା ଓ ବାଲେଶ୍ୱର ଅଞ୍ଚଳକୁ ସତର୍କ ରହିବା ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ଲଗାତାର ବର୍ଷା ଜାରି ରହିଲେ ନଦୀର ଜଳସ୍ତର ଆହୁରି ବଢ଼ିପାରେ । ତେଣୁ ନଦୀକୁ ଯିବା କିମ୍ବା ପାଣି ପ୍ରବାହିତ ହେଉଥିବା ପୋଲ ଉପରେ ଯାତାୟାତ ନକରିବା ସହ ପ୍ରଶାସନର ପରାମର୍ଶକୁ ମାନି ସତର୍କ ରହିବାକୁ ଲୋକଙ୍କୁ ଅନୁରୋଧ କରାଯାଇଛି ।

