ପୋକତୁଙ୍ଗାରେ ହାତୀପଲ ଆତଙ୍କ , ୫ ଏକରରୁ ଅଧିକ ଫସଲ ନଷ୍ଟ

ଅନୁଗୁଳ ବନଖଣ୍ଡ ବନ୍ତଳା ରେଞ୍ଜ ଖିଣ୍ଡା ସେକ୍ସନ ପୋକତୁଙ୍ଗା ଗ୍ରାମ ଅଞ୍ଚଳରେ ହାତୀପଲଙ୍କ ଉପଦ୍ରବ ଦିନକୁ ଦିନ ବଢ଼ିବାରେ ଲାଗିଛି । ହାତୀ ପଲ ରାତ୍ରି ସମୟରେ ଆସି ରଣେଶ୍ୱର ମାଳ ଓ ବନଦୁର୍ଗା ମାଳରେ ବ୍ୟାପକ ଭାବରେ କଦଳୀ ଓ ପୁଟଳ ଫସଲପ୍ରାୟ ୫ ଏକରରୁ ଅଧିକ ନଷ୍ଟ କରିଛନ୍ତି ।

ଅନୁଗୁଳ ବନଖଣ୍ଡ ବନ୍ତଳା ରେଞ୍ଜ ଖିଣ୍ଡା ସେକ୍ସନ ପୋକତୁଙ୍ଗା ଗ୍ରାମ ଅଞ୍ଚଳରେ ହାତୀପଲଙ୍କ ଉପଦ୍ରବ ଦିନକୁ ଦିନ ବଢ଼ିବାରେ ଲାଗିଛି । ହାତୀ ପଲ ରାତ୍ରି ସମୟରେ ଆସି ରଣେଶ୍ୱର ମାଳ ଓ ବନଦୁର୍ଗା ମାଳରେ ବ୍ୟାପକ ଭାବରେ କଦଳୀ ଓ ପୁଟଳ ଫସଲପ୍ରାୟ ୫ ଏକରରୁ ଅଧିକ ନଷ୍ଟ କରିଛନ୍ତି । ବନ ବିଭାଗ ବାରମ୍ବାର କ୍ଷତିପୂରଣ ମାଗିଲେ ବି ସଠିକ ଭାବରେ କ୍ଷତି ପୂରଣ ଦେଉ ନାହାନ୍ତି । ଯାହାଫଳରେ ଚାଷୀ ମାନଙ୍କ ମଧ୍ୟରେ ଅସନ୍ତୋଷ ବଢିଛି।ଦୁଇ ବର୍ଷ ପୂର୍ବରୁ ଗ୍ରାମର ଜଣେ ବ୍ୟକ୍ତି ଗୁରୁତର ହୋଇଥିଲେ ।

ସେହି ସମୟରେ ଗ୍ରାମବାସୀଙ୍କ ସହିତ ଅଞ୍ଚଳବାସୀ ବନ୍ତଳା ଛକରେ ଆନ୍ଦୋଳନ କରିଥିଲେ । ଗାଁ ଚାରିପାଖ ସୋଲାର ବାଡ଼ ଓ ହାତୀ ଚଲାପଥରେ ଉଚ୍ଚ ସମ୍ପୂର୍ଣ୍ଣ ଲାଇଟି ବ୍ୟବସ୍ତା କରିବା ପାଇଁ ଡିଏଫଓ ଲିଖିତ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପ୍ରତିଶ୍ରୁତି ପୂରଣ କରି ନାହାଁନ୍ତି । ତେଣୁ ଗ୍ରାମରେ ଅସନ୍ତୋଷ ବୃଦ୍ଧି ପାଇଛି।ଏ ନେଇ ଅନୁଗୋଳ ଡିଏଫଓଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଯୋଗାଯୋଗ ହୋଇପାରି ନାହିଁ ।

Leave a Reply

Your email address will not be published. Required fields are marked *