ପେଟ୍ରୋଲ ପମ୍ପରେ ଦୁର୍ବୃତ୍ତଙ୍କ ଆତଙ୍କ: ବନ୍ଧୁକ ଦେଖାଇ କର୍ମଚାରୀଙ୍କୁ କଲେ ଭୟଭୀତ

ସିସିଟିଭି କ୍ୟାମେରାରେ ଆତଙ୍କ ବେଳର ଦୃଶ୍ୟ କଏଦ। ଗତ ରାତ୍ରି ୧୧ଟା ୨୨ ରେ ଏଭଳି ଘଟଣା ଘଟିଛି। ପେଟ୍ରୋଲ ପମ୍ପରେ କାର୍ଯ୍ୟରତ କର୍ମଚାରୀ ପ୍ରଥମେ ଜଣେ ଗ୍ରାହକଙ୍କୁ ପେଟ୍ରୋଲ ଦେଇଥିଲେ।

 ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଦରଡା ପେଟ୍ରୋଲ ପମ୍ପରେ ୨ ଦୁର୍ବୃତ୍ତଙ୍କ ଆତଙ୍କରାଜ । ବୁଲେଟରେ ଆସି ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ କଲେ ଭୟଭୀତ। ସିସିଟିଭି କ୍ୟାମେରାରେ ଆତଙ୍କ ବେଳର ଦୃଶ୍ୟ କଏଦ। ଗତ ରାତ୍ରି ୧୧ଟା ୨୨ ରେ ଏଭଳି ଘଟଣା ଘଟିଛି। ପେଟ୍ରୋଲ ପମ୍ପରେ କାର୍ଯ୍ୟରତ କର୍ମଚାରୀ ପ୍ରଥମେ ଜଣେ ଗ୍ରାହକଙ୍କୁ ପେଟ୍ରୋଲ ଦେଇଥିଲେ। ପରେ ହଠାତ୍ ୨ ଦୁର୍ବୁତ୍ତ ବୁଲେଟରେ ଆସିଥିଲେ।  ପାଖରେ ଥିବା ବନ୍ଧୁକ ଦେଖିବା ସହ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଭୟଭୀତ କରିଥିଲେ।

Leave a Reply

Your email address will not be published. Required fields are marked *