ପାନୀୟ ଜଳ ପାଇଁ ପୁଣି ରାଜରାସ୍ତାରେ ଆନ୍ଦୋଳନ । ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍ ଅଧୀନ ଫତେଗଡ଼ ନିକଟ ମାଧପୁର ଗ୍ରାମରେ ଜଳ ସମସ୍ୟାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି ।
ପାନୀୟ ଜଳ ପାଇଁ ପୁଣି ରାଜରାସ୍ତାରେ ଆନ୍ଦୋଳନ । ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍ ଅଧୀନ ଫତେଗଡ଼ ନିକଟ ମାଧପୁର ଗ୍ରାମରେ ଜଳ ସମସ୍ୟାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି । ଦୀର୍ଘ ସମୟ ଧରି ବିଶୁଦ୍ଧ ପାନୀୟ ଜଳ ନମିଳିବାରୁ ଅତିଷ୍ଠ ହୋଇ ମହିଳା ଓ ପୁରୁଷମାନେ ଏକାଠି ହୋଇ ୪୮ ନମ୍ବର ରାଜ୍ୟ ରାଜପଥ ଉପରେ ଧାରଣା ଦେଇଛନ୍ତି । ରାସ୍ତା ଅବରୋଧ ଯୋଗୁଁ ଭୁବନେଶ୍ୱର–କଣ୍ଟିଲୋ ମୁଖ୍ୟ ସଡ଼କର ଦୁଇପାର୍ଶ୍ୱରେ ଶତାଧିକ ଗାଡ଼ି ଅଟକି ରହିଛି ।
ଯାତ୍ରୀମାନେ ଦୀର୍ଘ ସମୟ ଧରି ଅସୁବିଧାର ସମ୍ମୁଖୀନ ହୋଇଥିବାବେଳେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଗ୍ରାମବାସୀଙ୍କ କହିବା ଅନୁଯାୟୀ, ବାରମ୍ବାର ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ ପାନୀୟ ଜଳ ସମସ୍ୟାର କୌଣସି ସ୍ଥାୟୀ ସମାଧାନ କରାଯାଇନାହିଁ । ତେଣୁ ବାଧ୍ୟ ହୋଇ ରାଜପଥ ଅବରୋଧ କରି ପ୍ରତିବାଦ କରିବାକୁ ପଡ଼ିଛି ବୋଲି ସେମାନେ କହିଛନ୍ତି ।

