ସମୁଦ୍ରର ଗଭୀରତାରେ ଥିବା ଜୀବଜନ୍ତୁଙ୍କ ବେଆଇନ ଚୋରାଚାଲାଣ ସାମୁଦ୍ରିକ ଜୈବବିବିଧତା ପାଇଁ ବଡ଼ ଚିନ୍ତାର କାରଣ। ତେବେ ଏହି ଚୋରା କାରବାର ରୋକିବାରେ ଏବେ ସାହାଯ୍ୟ କରିବ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ। ୩-ଡି ଏକ୍ସ-ରେ ମାଧ୍ୟମରେ ଲୁଚାଇ ନିଆଯାଉଥିବା ସାମୁଦ୍ରିକ ଜୀବ କିମ୍ବା ସେମାନଙ୍କ ଅଙ୍ଗକୁ ଚିହ୍ନଟ କରିପାରିବ ଏହି ନୂଆ ପ୍ରଯୁକ୍ତି।

ମାଛ, ସି-ହର୍ସ, ଅକ୍ଟୋପସ୍, କଙ୍କଡ଼ା, ସାର୍କ ଓ ସି-କ୍ୟୁକମ୍ବର ଭଳି ଅନେକ ସାମୁଦ୍ରିକ ଜୀବ ବେଆଇନ ଭାବେ ଚାଲାଣ ହେଉଛନ୍ତି। ଅନେକ ସମୟରେ ଏହି ଜୀବଗୁଡ଼ିକୁ ବିମାନର ବ୍ୟାଗ୍ କିମ୍ବା ଡାକ ପାର୍ସଲ୍ ଭିତରେ ଲୁଚାଇ ନିଆଯାଏ। ଏହି କାରଣରୁ ସେଗୁଡ଼ିକୁ ଚିହ୍ନଟ କରିବା କଷ୍ଟକର ହୋଇଥାଏ। ଏହି ସମସ୍ୟାର ସମାଧାନ ପାଇଁ ଅଷ୍ଟ୍ରେଲିଆର ମାକ୍ୱାରି ୟୁନିଭର୍ସିଟିର ଗବେଷକମାନେ ଏକ ନୂଆ ଏଆଇ ବ୍ୟବସ୍ଥା ପ୍ରସ୍ତୁତ କରିଛନ୍ତି। ସାମୁଦ୍ରିକ ଜୀବବିଜ୍ଞାନୀ ଭାନେସା ପିରୋଟାଙ୍କ ନେତୃତ୍ୱରେ ଏହି ଗବେଷଣା ହୋଇଛି। ଏହି ଏଆଇ ଏକ୍ସ-ରେ ଚିତ୍ର ଦେଖି ବ୍ୟାଗ୍ ଭିତରେ ଲୁଚାଇ ରଖାଯାଇଥିବା ସି-ହର୍ସ, ସାର୍କର ପଙ୍ଖ ଓ ସି-କ୍ୟୁକମ୍ବରକୁ ଚିହ୍ନଟ କରିପାରେ। ଗବେଷକମାନେ ୬୮ଟି ନମୁନାକୁ ୩-ଡି ଏକ୍ସ-ରେ ମାଧ୍ୟମରେ ସ୍କାନ୍ କରି ତଥ୍ୟ ସଂଗ୍ରହ କରିଥିଲେ। ଏହାପରେ ପ୍ରାୟ ୬,୦୦୦ଟି ବ୍ୟାଗ୍ ପ୍ରସ୍ତୁତ କରାଯାଇଥିଲା।