ନୌଶେରା ପନ୍ନୁଆନ ଗ୍ରାମରେ ରହୁଥିବା ଇକବାଲ ସିଂହ ଗୁରୁଦ୍ୱାରରୁ ଫେରୁଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ। ଘଟଣା ସମୟରେ ସେ ପୋଲିସ ୟୁନିଫର୍ମ ପିନ୍ଧି ନଥିଲେ । ଗୁଳିକାଣ୍ଡ ପରେ ପୋଲିସ ତାଙ୍କ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।
ପଞ୍ଜାବର ତରନ୍ ତାରନ ଜିଲ୍ଲାରେ ଜଣେ ପୋଲିସ ଏଏସ୍ଆଇଙ୍କୁ ଗୁଳି କରି ହତ୍ୟା କରାଯାଇଛି । ମୃତକ ହେଉଛନ୍ତି ଇକବାଲ ସିଂହ । ଗୁରୁଦ୍ୱାରରେ ପ୍ରାର୍ଥନା ସାରି ଘରକୁ ଫେରୁଥିବା ସମୟରେ ବାଇକ୍ରେ ଆସିଥିବା ଆକ୍ରମଣକାରୀମାନେ ତାଙ୍କୁ ଗୁଳି କରିଥିଲେ । ଏହି ଘଟଣା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।
ସୂଚନା ଅନୁସାରେ, ନୌଶେରା ପନ୍ନୁଆନ ଗ୍ରାମରେ ରହୁଥିବା ଇକବାଲ ସିଂହ ଗୁରୁଦ୍ୱାରରୁ ଫେରୁଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ। ଘଟଣା ସମୟରେ ସେ ପୋଲିସ ୟୁନିଫର୍ମ ପିନ୍ଧି ନଥିଲେ । ଗୁଳିକାଣ୍ଡ ପରେ ପୋଲିସ ତାଙ୍କ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ତେବେ ହତ୍ୟା ପଛର କାରଣ ଏବଂ ଆକ୍ରମଣକାରୀଙ୍କ ପରିଚୟ ଏଯାଏଁ ସ୍ପଷ୍ଟ ହୋଇନାହିଁ ।
ସବୁଠାରୁ ଚିନ୍ତାଜନକ କଥା ହେଉଛି, ମାସକ ତଳେ ଇକବାଲ ସିଂହଙ୍କ ପୁତୁରା ଅଜମିତ ସିଂହଙ୍କୁ ମଧ୍ୟ ଗୁଳି କରି ହତ୍ୟା କରାଯାଇଥିଲା । ସେପ୍ଟେମ୍ବର ୧୧ ତାରିଖରେ ବାଇକ୍ରେ ଆସିଥିବା ଆକ୍ରମଣକାରୀମାନେ ଅଜମିତଙ୍କୁ ଗୁଳି କରିଥିଲେ । ଏହି ମାମଲାରେ ପୋଲିସ ଏନକାଉଣ୍ଟର ପରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।
ଅଜମିତ ସିଂହଙ୍କ ବିରୋଧରେ ସରହାଲି ଥାନାରେ ୬ରୁ ଅଧିକ ମାମଲା ରହିଥିଲା । ଏଥିରେ ରକେଟ୍ ଚାଳିତ ଗ୍ରେନେଡ୍ ଆକ୍ରମଣ ସମ୍ପର୍କିତ ମାମଲା ମଧ୍ୟ ସାମିଲ ଥିଲା । ତେବେ ଦାଦା ଇକବାଲ ସିଂହଙ୍କ ହତ୍ୟା ସହ ପୁତୁରାଙ୍କ ହତ୍ୟା ମାମଲାର କୌଣସି ସମ୍ପର୍କ ଅଛି କି ନାହିଁ, ତାହା ଏଯାଏଁ ଜଣାପଡ଼ିନାହିଁ। ଏବେ ପୋଲିସର ତଦନ୍ତ ଉପରେ ସମସ୍ତଙ୍କ ନଜର ରହିଛି ।

