ନେପାଳ ବନ୍ୟାରୁ ଆସିଲା ଆଶ୍ୱସ୍ତିର ଖବର , ସୁରକ୍ଷିତ ଚାନ୍ଦବାଲିର ୨ ପର୍ଯ୍ୟଟକ

ନେପାଳ ପ୍ରଳୟଙ୍କରୀ ବନ୍ୟାରେ ଫସିଛନ୍ତି ଶହଶହ ଭାରତୀୟ । ଅନେକ ଓଡ଼ିଆ ମଧ୍ୟ ଫସିରହିଛନ୍ତି। କିନ୍ତୁ ଏହାରି ଭିତରେ ନେପାଳରୁ ଆସିଛି ଆଶ୍ବସ୍ତିକର ଖବର । ଭଦ୍ରକ ଜିଲ୍ଲା ଚାନ୍ଦବାଲିର ୨ ଜଣ ସୁରକ୍ଷିତ ଅଛନ୍ତି ।

ନେପାଳ ପ୍ରଳୟଙ୍କରୀ ବନ୍ୟାରେ ଫସିଛନ୍ତି ଶହଶହ ଭାରତୀୟ । ଅନେକ ଓଡ଼ିଆ ମଧ୍ୟ ଫସିରହିଛନ୍ତି। କିନ୍ତୁ ଏହାରି ଭିତରେ ନେପାଳରୁ ଆସିଛି ଆଶ୍ବସ୍ତିକର ଖବର । ଭଦ୍ରକ ଜିଲ୍ଲା ଚାନ୍ଦବାଲିର ୨ ଜଣ ସୁରକ୍ଷିତ ଅଛନ୍ତି । ପରିବାର ଲୋକଙ୍କ ସହ ଫୋନ୍‌ରେ ଯୋଗାଯୋଗ ହେବା ପରେ ଚାନ୍ଦବାଲିର ୨ଟି ପରିବାରରେ ଖୁସିର ଲହରି। କେବଳ ପରିବାର ଲୋକ ନୁହନ୍ତି, ମୋବାଇଲ୍‌ରେ ମାଲିକଙ୍କୁ ଦେଖି ପୋଷା କୁକୁର ମଧ୍ୟ ଖୁସିରେ ଭୋ-ଭୋ କରୁଛି। ଏହି  ଦୃଶ୍ୟ ପରିବାରବର୍ଗଙ୍କୁ ଭାବବିହ୍ୱଳ କରିଛି । ଚାନ୍ଦବାଲି ବ୍ଲକ ନାଲଗୁଣ୍ଡା ପଞ୍ଚାୟତର ୨ ପର୍ଯ୍ୟଟକ କୈଳାସ ଟ୍ରାଭେଲର୍ସ ଜରିଆରେ ନେପାଳ ବୁଲିବାକୁ ଯାଇଥିଲେ । ତେବେ ତ୍ରିଶୂଳୀ ନଦୀ ନିକଟରେ ଅଚାନକ ବନ୍ୟା ଆସିବାରୁ ସେମାନେ ଫସିଯାଇଥିଲେ ।

ତେବେ ନେପାଳ ପୁଲିସ ଓ ପ୍ରଶାସନ ତତ୍ପରତା ଦେଖାଇ ସମସ୍ତଙ୍କୁ ମନକାମନା ମନ୍ଦିର ନିକଟରୁ ରୋପ୍‌ୱେ ଯୋଗେ ଭୈରବା ସହରକୁ ଆଣିଥିଲେ। ଏହି ଦଳରେ କେରଳର ୪୩ ଜଣ, ଟ୍ରାଭେଲର୍ସ ମାଲିକ କୈଳାସ ବିଶ୍ୱାଳ, ୫ ଜଣ ରୋଷେୟା, ଚାନ୍ଦବାଲିର ଟୁନା ଦାଶ ଓ କୋଲକାତାର ସୌରଭ ବାନାର୍ଜୀ ରହିଥିଲେ । ଚାନ୍ଦବାଲିର ଟୁନା ଦାଶ କହିଛନ୍ତି, ଅଚାନକ ବନ୍ୟାଜଳ ମାଡ଼ି ଆସିବାରୁ ଗାଡ଼ି ବୁଲାଇ ସେମାନେ ପ୍ରାୟ ୭୦ କିଲୋମିଟର ପଛକୁ ଫେରିଥିଲେ । ପଛରୁ ବନ୍ୟାଜଳ ଓ କାଦୁଅ ମାଡ଼ି ଆସୁଥିବା ବେଳେ ଶେଷରେ ମନକାମନା ମନ୍ଦିରରେ ଆଶ୍ରୟ ନେଇଥିଲେ ।

Leave a Reply

Your email address will not be published. Required fields are marked *