ନୂଆଁଖାଇ ଅବସରରେ ରାଷ୍ଟ୍ରପତି ଭବନରେ ଗୁଣପୁରର ଲାଞ୍ଜିଆ ସୌରାଙ୍କ ପାରମ୍ପରିକ ନୃତ୍ୟର ଝଲକ

ନୂଆଁଖାଇ ଅବସରରେ ନୂଆ ଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରେ ନୂଆଁଖାଇ ଭେଟ୍‌ଘାଟ ସାଂସ୍କୃତିକ କାର୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୁଣପୁର ବ୍ଲକ ପୁଟାସିଂ ଅଞ୍ଚଳର ବିରଳ ଜନଜାତି ଲାଞ୍ଜିଆ ସୌରା ସମ୍ପ୍ରଦାୟର ଏକ ୧୫ ଜଣିଆ ଦଳ ଅଂଶ ଗ୍ରହଣ କରି ପାରମ୍ପରିକ ନୃତ୍ୟ ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି ।

ନୂଆଁଖାଇ ଅବସରରେ ନୂଆ ଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରେ ନୂଆଁଖାଇ ଭେଟ୍‌ଘାଟ ସାଂସ୍କୃତିକ କାର୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୁଣପୁର ବ୍ଲକ ପୁଟାସିଂ ଅଞ୍ଚଳର ବିରଳ ଜନଜାତି ଲାଞ୍ଜିଆ ସୌରା ସମ୍ପ୍ରଦାୟର ଏକ ୧୫ ଜଣିଆ ଦଳ ଅଂଶ ଗ୍ରହଣ କରି ପାରମ୍ପରିକ ନୃତ୍ୟ ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ଏହି ଅବସରରେ ଜନଜାତିଙ୍କ ଦ୍ବାରା ପ୍ରସ୍ତୁତ ‘ଇଡିତାଲ’ ଚିତ୍ରକଳା ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇଥିଲା। ଓଡ଼ିଶା ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ତରଫରୁ ଗୁଣପୁର ବ୍ଲକ ଅଞ୍ଚଳର ଲାଞ୍ଜିଆ ସୌରା ସମ୍ପ୍ରଦାୟର ନୃତ୍ୟ ଦଳ ରାଷ୍ଟ୍ରପତି ଭବନରେ ପାରମ୍ପରିକ ନୃତ୍ୟ ପରିବେଷଣ କରିଥିଲେ। 

Leave a Reply

Your email address will not be published. Required fields are marked *