ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଗତକାଲି ଦଳର ନବନିଯୁକ୍ତ ଜାତୀୟ ପଦାଧିକାରୀମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଗତକାଲି ଦଳର ନବନିଯୁକ୍ତ ଜାତୀୟ ପଦାଧିକାରୀମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଏହି ବୈଠକରେ ଯୋଗଦେଇ ଦଳୀୟ ସଂଗଠନକୁ ଅଧିକ ମଜଭୁତ କରିବା ସହ ଜନସାଧାରଣଙ୍କ ସହ ସମ୍ପର୍ଣ୍ଣ ସୁଦୃଢ଼ କରିବା ପାଇଁ ଆହ୍ୱାନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଗତକାଲି ବିଜେପି ମୁଖ୍ୟାଳୟରେ ପହଞ୍ଚିଥିଲେ । ନୂଆ ପଦାଧକାରୀଙ୍କ ସହ ମୋଦୀ ଆଲୋଚନା କରିବା ସହ ଆଗାମୀ ଦିନରେ ୫ ରାଜ୍ୟ ବିଧାନସଭା ନିର୍ବାଚନ ଓ ତୃଣମୂଳ ସ୍ତରରେ ଦଳର ସଂଗଠନିକ ବୃଦ୍ଧି ନେଇ ଆଲୋଚନା କରିଛନ୍ତି । ନୂଆ ପଦାଧିକାରୀଙ୍କୁ ନୂଆ ମନ୍ତ୍ର ଦେଇଛନ୍ତି ମୋଦୀ ।
ଦଳର ନୂଆ ରାଷ୍ଟ୍ରୀୟ ଟିମ୍ ସହ ପ୍ରାୟ ୪ ଘଣ୍ଟା ଧରି ଆଲୋଚନା କରିଥିଲେ ମୋଦୀ । ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ ଏ ସଂପର୍କରେ ସୂଚନା ଦେଇ ଲେଖିଛନ୍ତି, ଦଳୀୟ ସହଯୋଗୀଙ୍କ ସହ ଫଳପ୍ରଦ ବୈଠକ ହୋଇଛି । ଏଭଳି ବୈଠକ ଦଳକୁ ସୁଦୃଢ଼ କରିବା ଏବଂ ଜନତାଙ୍କ ସହ ଯୋଡ଼ିହେବା ଲାଗି ଗଭୀର ଆଲୋଚନା ପାଇଁ ଏକ ମଞ୍ଚ ଭଳି କାର୍ଯ୍ୟ କରିଥାଏ । ଏଭଳି ବୈଠକରେ ସାମିଲ ହେବା ପାଇଁ ସୁଯୋଗ ପାଇଥିବାରୁ ମୋଦୀ ସନ୍ତୋଷ ପ୍ରକାଶ କରିଥିଲେ । ବିଦାୟ ପଦାଧିକାରୀଙ୍କୁ ମଧ୍ୟ ମୋଦୀ ଭେଟିବା ସହ ଦଳକୁ ମଜଭୁତ କରିବା ଏବଂ ଲୋକଙ୍କ ସହିତ ସମ୍ପର୍କକୁ ଗଭୀର କରିବା ସମ୍ପର୍କରେ ଆଲୋଚନା କରିଥିବା ମୋଦୀ କହିଛନ୍ତି ।
ନୂଆ ଟିମ୍ ସହ ୪ଘଣ୍ଟାର ଆଲୋଚନା
-ବିଜେପି ମୁଖ୍ୟାଳୟରେ ନବନିଯୁକ୍ତ ପଦାଧିକାରୀଙ୍କ ବୈଠକ
-ଦଳର ନୂଆ ୬୫ ଜଣିଆ ଟିମ୍ ଗଠନ ପରେ ପ୍ରଥମ ଥର ପାଇଁ ପଦାଧିକାରୀଙ୍କୁ ମୋଦୀଙ୍କ ସାକ୍ଷାତ
-ଜେନ୍-ଜି ଏବଂ ଅଲ୍ଫା ପିଢ଼ିକୁ ଆକୃଷ୍ଟ କରିବା ପାଇଁ ଦଳ “ଯୁବ ସଂବାଦ” ଅଭିଯାନ ଆରମ୍ଭ କରିବ
-୧୪ ବର୍ଷରୁ ଅଧିକ ବୟସ୍କ ଯୁବକଯୁବତୀଙ୍କ ପାଖରେ ସରକାରୀ ଯୋଜନା ପହଞ୍ଚାଯିବ
-ଦଳୀୟ ବାର୍ତ୍ତା ପହଞ୍ଚାଇବାକୁ ସ୍ୱତନ୍ତ୍ର ଟିମ୍ ଗଠନ କରାଯିବ
-ଆଗାମୀ ବିଧାନସଭା ନର୍ବାଚନ ପାଇଁ ତୃଣମୂଳ ସ୍ତରରେ ସଂଗଠନକୁ ସୁଦୃଢ଼ କରିବାକୁ ରଣନୀତି
-ସିଡବ୍ଲ୍ୟସିରେ ‘ବନ୍ଦେ ମାତରମ୍’ର ମାତ୍ର ପ୍ରଥମ ଦୁଇଟି ପଦ ଗାନ କରାଯିବା ନିଷ୍ପତ୍ତିକୁ ବିଜେପିର ବିରୋଧ
-କଂଗ୍ରେସର ନିଷ୍ପତ୍ତିକୁ ବିରୋଧ କରି ଭାଜପା ଏକ କଡ଼ା ପ୍ରସ୍ତାବ ପାରିତ କରିଛି
-ବନ୍ଦେ ମାତରମ୍ର ଐତିହାସିକ ପରମ୍ପରା ଏବଂ ସମ୍ମାନ ରକ୍ଷା ପାଇଁ ପାର୍ଟି ଦ୍ବାରା ପ୍ରସ୍ତାବ ଗୃହୀତ
-ସେପ୍ଟେମ୍ବର ୧୭ରୁ ଦେଶବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’ ଆରମ୍ଭ କରିବ ବିଜେପି
-ସଂଗଠନକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ନୂତନ ଚିନ୍ତାଧାରା ଏବଂ ଦୃଷ୍ଟିକୋଣ ଉପରେ ଫୋକସ୍
– ବିକଶିତ ଭାରତର ସଂକଳ୍ପକୁ ପୂରଣ କରିବା ଦିଗରେ କାମ କରିବ ଦଳ
– ନୂତନ ଟିମ୍ ପୂର୍ଣ୍ଣ ନିଷ୍ଠା ଓ ସମର୍ପଣ ସହ କାମ କରିବ

