ନାନା ପାଟେକରଙ୍କୁ ନେଇ ଶୋକର ଖବର, ସ୍ତବ୍ଧ ସିନେମା ଜଗତ

ପଞ୍ଚଭୂତରେ ଲୀନ ହୋଇଯାଇଛନ୍ତି ଭେଟେରାନ୍ ଅଭିନେତା ନାନା ପାଟେକର । ଭାରତୀୟ ସିନେମା ଜଗତର ଏହି ଅନନ୍ୟ କଳାକାରଙ୍କ ଆକସ୍ମିକ ମୃତ୍ୟୁ ଖବର, ସାରା ଦେଶକୁ ସ୍ତବ୍ଧ ଓ ମର୍ମାହତ କରିଦେଇଛି ।

  ପଞ୍ଚଭୂତରେ ଲୀନ ହୋଇଯାଇଛନ୍ତି ଭେଟେରାନ୍ ଅଭିନେତା ନାନା ପାଟେକର । ଭାରତୀୟ ସିନେମା ଜଗତର ଏହି ଅନନ୍ୟ କଳାକାରଙ୍କ ଆକସ୍ମିକ ମୃତ୍ୟୁ ଖବର, ସାରା ଦେଶକୁ ସ୍ତବ୍ଧ ଓ ମର୍ମାହତ କରିଦେଇଛି । ଗୋଆ ସ୍ଥିତ ବାସଭବନରେ ଗତକାଲି ୭୫ ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଥିଲା। ନାନା ପାଟେକର, ଭାରତୀୟ ସିନେମା ଜଗତର ଏମିତି ଏକ ନାଁ, ଯିଏ କେବଳ ଜଣେ ଅଭିନେତା ନୁହନ୍ତି, ବରଂ ନିଜେ ଏକ ଅନୁଷ୍ଠାନ ଓ ଏକ ଅନୁଭବ । ତାଙ୍କ ଅଭିନୟର ଯାଦୁ ଆମକୁ କେତେବେଳେ ହସାଇଛି, କେତେବେଳେ କନ୍ଦାଇଛି ତ ପୁଣି କେତେବେଳେ ସମାଜର ବ୍ୟବସ୍ଥା ବିରୋଧରେ ସ୍ୱର ଉଠାଇବାକୁ ମନରେ ସାହସ ବାନ୍ଧିଛି । ତାଙ୍କର ଅଭିନୟ ଶୈଳୀ ଅନ୍ୟମାନଙ୍କଠାରୁ ଥିଲା ସମ୍ପୂର୍ଣ୍ଣ ଭିନ୍ନ । 

‘କ୍ରାନ୍ତିବୀର’, ‘ପରିନ୍ଦା’, ‘ପ୍ରହାର’, ‘ଅପହରଣ’ ଭଳି ଚଳଚ୍ଚିତ୍ରରେ ତାଙ୍କର ସଂଳାପ କହିବାର ଶୈଳୀ ଦର୍ଶକଙ୍କ ରକ୍ତରେ ଶିହରଣ ସୃଷ୍ଟି କରିଥିଲା। ସେ ପରଦାରେ କ୍ରୋଧ ପ୍ରକାଶ କଲେ ମନେ ହେଉଥିଲା ସେ କେବଳ ଅଭିନୟ କରୁନଥିଲେ, ବରଂ ସମାଜର ପ୍ରତ୍ୟେକ ନିଷ୍ପେସିତ ମଣିଷର କୋହକୁ ନିଜ ଭିତରୁ ବାହାର କରୁଥିଲେ। ତାଙ୍କର ପ୍ରତ୍ୟେକଟି ଶବ୍ଦ, ପ୍ରତ୍ୟେକଟି ଚାହାଣି ସିଧାସଳଖ ହୃଦୟକୁ ଛୁଇଁଯାଏ । ନାନା ପାଟେକରଙ୍କ ପ୍ରତି ପ୍ରଶଂସକଙ୍କ ଭାବପ୍ରବଣତା କେବଳ ତାଙ୍କ ଅଭିନୟ ପାଇଁ ନୁହେଁ, ବରଂ ମାନବିକତା ପାଇଁ । ଚଳଚ୍ଚିତ୍ର ଜଗତର ଚାକଚକ୍ୟ, ପ୍ରତିପତ୍ତି ଓ ପ୍ରାଚୁର୍ୟ୍ୟ ଭିତରେ ରହି ମଧ୍ୟ ସେ ନିଜର ମାଟିକୁ ଭୁଲିନାହାନ୍ତି । ଯେବେ ମହାରାଷ୍ଟ୍ରର ଚାଷୀମାନେ ମରୁଡ଼ି ଓ ଋଣ ବୋଝ ଯୋଗୁଁ ଆତ୍ମହତ୍ୟା କରୁଥିଲେ, ଏହି ଅଭିନେତା ଜଣକ ନିଜ ଏସି ରୁମରୁ ବାହାରି ସେହି ଅସହାୟ ପରିବାର ପାଖରେ ଠିଆ ହୋଇଥିଲେ । ‘ନାମ୍‌ ଫାଉଣ୍ଡେସନ’ ମାଧ୍ୟମରେ କେବଳ ଆର୍ଥିକ ସହାୟତା ଦେଇନାହାନ୍ତି, ବରଂ ସେମାନଙ୍କୁ ବଞ୍ଚିବାର ଏକ ନୂଆ ଆଶା ଦେଇଛନ୍ତି । 

Leave a Reply

Your email address will not be published. Required fields are marked *