ନାଚୁ ନାଚୁ ବସ୍‌ ଆଗକୁ ଚାଲିଗଲେ, ଘଟଣାସ୍ଥଳରେ ଗଲା ଜୀବନ

ବରଯାତ୍ରୀ ଆସିଥିବା ଯୁବକଙ୍କ ଉପରେ ମାଡ଼ିଗଲା ବସ୍ । ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଛି । ବଡ଼ଚଣା ମେଡିକାଲ ଛକ ନିକଟରେ ଘଟିଛି ଅଭାବନୀୟ ଘଟଣା ।

ବରଯାତ୍ରୀ ଆସିଥିବା ଯୁବକଙ୍କ ଉପରେ ମାଡ଼ିଗଲା ବସ୍ । ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଛି । ବଡ଼ଚଣା ମେଡିକାଲ ଛକ ନିକଟରେ ଘଟିଛି ଅଭାବନୀୟ ଘଟଣା । ସୂଚନା ଅନୁଯାୟୀ କଟକରୁ ଆସିଥିବା ଏକ ବରଯାତ୍ରୀ ଦଳ ରୋଷଣୀ କରି ବଡ଼ଚଣା ନିକଟ ଏକ ମଣ୍ଡପକୁ ଯାଉଥିଲେ । ସେହି ସମୟରେ ଅନ୍ୟ ଏକ ବସଟି ରାସ୍ତା ଦେଇ ଯାଉଥିଲା ।

ବରଯାତ୍ରୀ ଆସିଥିବା ଜଣେ ଯୁବକ ନାଚି ନାଚି ସେହି ବସ୍ ଆଗକୁ ଚାଲି ଯାଇଥିଲେ ଯାହାଫଳରେ ବସଟି ଯୁବକଙ୍କ ଉପରେ ମାଡି ଯାଇଥିଲା । ଘଟଣସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ମିଳିପାରିନାହିଁ । ଘଟଣାସ୍ଥଳରେ ବଡ଼ଚଣା ପୁଲିସ୍ ପହଞ୍ଚି ମୃତଦେହକୁ ଜବତ୍ କରିବା ସହ ଦୁର୍ଘଟଣା ଘଟାଇ ଥିବା ବସକୁ ଅଟକ ରଖି ଘଟଣାର ଅଧିକ ତଦନ୍ତ ଚଳାଇଛି ।

Leave a Reply

Your email address will not be published. Required fields are marked *