ନନ୍ଦନକାନନରେ ସୁସ୍ଥ ଅଛନ୍ତି ଉଦ୍ଧାର ହୋଇଥିବା ଓରାଂଉଟାନ୍ । ବଢୁଛି ସେମାନଙ୍କ ଓଜନ ଓ ସକ୍ରିୟତା । ଏହାରି ଭିତରେ ନନ୍ଦନକାନନ ପକ୍ଷରୁ ଓରାଂଉଟାନ୍ଙ୍କ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି ।
ନନ୍ଦନକାନନରେ ସୁସ୍ଥ ଅଛନ୍ତି ଉଦ୍ଧାର ହୋଇଥିବା ଓରାଂଉଟାନ୍ । ବଢୁଛି ସେମାନଙ୍କ ଓଜନ ଓ ସକ୍ରିୟତା । ଏହାରି ଭିତରେ ନନ୍ଦନକାନନ ପକ୍ଷରୁ ଓରାଂଉଟାନ୍ଙ୍କ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି ।
ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ଶାସନ ସଚିବ ଭାସ୍କର ଶର୍ମା ଏବଂ ପିସିସିଏଫ୍ (ବନ୍ୟପ୍ରାଣୀ) ପି.କେ. ଝା ନନ୍ଦନକାନନ ଗସ୍ତ କରି ହ୍ୟାଣ୍ଡ ରିୟରିଂ ସେଣ୍ଟରରେ ଚିକିତ୍ସାଧୀନ ୫ ଶିଶୁ ଓରାଂଉଟାନ୍ଙ୍କ ସ୍ୱାସ୍ଥ୍ୟ ଓ ସାମଗ୍ରିକ ସ୍ଥିତିର ସମୀକ୍ଷା କରିଛନ୍ତି । ମୁଖ୍ୟ ଶାସନ ସଚିବ ସେମାନଙ୍କ ଯତ୍ନ ଓ ଚିକିତ୍ସା ବ୍ୟବସ୍ଥାର ସମୀକ୍ଷା କରିବା ସହ ନିୟମିତ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ସର୍ବୋତ୍ତମ ପଶୁଚିକିତ୍ସା ସେବା ଯୋଗାଇବା ସହ ସେମାନଙ୍କ ସ୍ୱାସ୍ଥ୍ୟ ଓ କଲ୍ୟାଣ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କହିଛନ୍ତି ।
ସମସ୍ତ ୫ଟି ଶିଶୁ ଓରାଂଉଟାନ୍ଙ୍କ ସ୍ୱାସ୍ଥ୍ୟ ଉପରେ ନିୟମିତ ନଜର ରଖାଯାଉଛି । ସେମାନଙ୍କ ଆଚରଣ ଓ ସକ୍ରିୟତା ବଢାଇବା ପାଇଁ ଦିଆଯାଉଥିବା ବିଭିନ୍ନ ଉପକରଣ ମଧ୍ୟ ପ୍ରଭାବଶାଳୀ ହେଉଛି । ଫଳରେ ସମସ୍ତ ଓରାଂଉଟାନ୍ଙ୍କ ସକ୍ରିୟତା ସ୍ତରରେ ସୁଧାର ଆସୁଥିବା ନନ୍ଦନକାନନ ପକ୍ଷରୁ କୁହାଯାଇଛି ।

