ତୃତୀୟ ଦିନରେ ସରକାରୀ ଡାକ୍ତରଙ୍କ ଆନ୍ଦୋଳନ , ୧୨ ଘଣ୍ଟା ମଧ୍ୟରେ କାମକୁ ଫେରିବାକୁ କଡ଼ା ନିର୍ଦ୍ଦେଶ

ରାଜ୍ୟରେ ସରକାରୀ ଡାକ୍ତରଙ୍କ ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଥିବାବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି । ଆନ୍ଦୋଳନରତ ଡାକ୍ତରମାନଙ୍କୁ ୧୨ ଘଣ୍ଟା ମଧ୍ୟରେ ନିଜ ନିଜ କାର୍ଯ୍ୟସ୍ଥଳରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ରାଜ୍ୟରେ ସରକାରୀ ଡାକ୍ତରଙ୍କ ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଥିବାବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି । ଆନ୍ଦୋଳନରତ ଡାକ୍ତରମାନଙ୍କୁ ୧୨ ଘଣ୍ଟା ମଧ୍ୟରେ ନିଜ ନିଜ କାର୍ଯ୍ୟସ୍ଥଳରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି ଯେ, ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କାର୍ଯ୍ୟରେ ଯୋଗ ନଦେଲେ ସମ୍ପୃକ୍ତ ଡାକ୍ତରଙ୍କ ଦରମା ବନ୍ଦ କରାଯିବ । ଆବଶ୍ୟକ ପଡ଼ିଲେ ସେବା ନିୟମ ଅନୁଯାୟୀ ଅନ୍ୟାନ୍ୟ ପ୍ରଶାସନିକ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇପାରେ ବୋଲି ସତର୍କ କରାଯାଇଛି ।

ଡାକ୍ତରଙ୍କ ଆନ୍ଦୋଳନ ଯୋଗୁଁ ରାଜ୍ୟର ବିଭିନ୍ନ ସରକାରୀ ହସ୍ପିଟାଲରେ ସ୍ୱାସ୍ଥ୍ୟସେବା ଆଂଶିକ ଭାବେ ପ୍ରଭାବିତ ହୋଇଥିବାବେଳେ, ରୋଗୀ ସେବା ସ୍ୱାଭାବିକ ରଖିବା ପାଇଁ ସରକାର ବିକଳ୍ପ ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି । ଏପଟେ ଆନ୍ଦୋଳନରତ ଡାକ୍ତରମାନେ ନିଜ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ସଙ୍କେତ ଦେଇଥିବାବେଳେ, ଉଭୟ ପକ୍ଷଙ୍କ ମଧ୍ୟରେ ସମାଧାନର ବାଟ କେବେ ବାହାରିବ ସେଥିପାଇଁ ସମସ୍ତଙ୍କ ନଜର ରହିଛି ।

Leave a Reply

Your email address will not be published. Required fields are marked *