ୟଶ ନିଲମ୍ବନ ବିରୋଧରେ ଆବେଦନ କରିବା ସହ ବି-ସାମ୍ପଲ ପରୀକ୍ଷା ପାଇଁ ଅନୁରୋଧ କରିପାରିବେ। ଚଳିତ ଏସୀୟ କ୍ରୀଡ଼ା କୁରାଶରେ ସେ ୯୦ କିଲୋଗ୍ରାମ୍ ରାଉଣ୍ଡ-୧୬ରେ ତାଜିକିସ୍ତାନର ମିରମାମାଦୋଭ୍ ଶକର୍ମାମାଦଙ୍କଠୁ ହାରି ପଦକ ଦୌଡ଼ରୁ ବାଦ୍ ପଡ଼ିଥିଲେ।
ଭାରତୀୟ କୁରାଶ ଖେଳାଳି ୟଶ କୁମାର ଚୌହାନ ଡୋପ୍ ଟେଷ୍ଟରେ ବିଫଳ ହୋଇଛନ୍ତି। ଏସୀୟ କ୍ରୀଡ଼ା ବେଳେ ତାଙ୍କଠୁ ସେପ୍ଟେମ୍ବର ୨୭ରେ ନିଆଯାଇଥିବା ନମୁନାରେ ସେ ନିଷିଦ୍ଧ ଔଷଧ ସେବନ କରିଥିବା ଜଣାପଡ଼ିଥିଲା। ଫଳରେ ତାଙ୍କୁ ସାମୟିକ ଭାବେ ନିଲମ୍ବନ କରାଯାଇଛି ବୋଲି ଏସୀୟ ଅଲିମ୍ପିକ୍ ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ମାମଲାର ସମାଧାନ ନହେବା ପର୍ଯ୍ୟନ୍ତ ସେ ପ୍ରତିଯୋଗିତା, ପ୍ରଶିକ୍ଷଣରେ ଭାଗ ନେଇପାରିବେ ନାହିଁ।
ୟଶ ନିଲମ୍ବନ ବିରୋଧରେ ଆବେଦନ କରିବା ସହ ବି-ସାମ୍ପଲ ପରୀକ୍ଷା ପାଇଁ ଅନୁରୋଧ କରିପାରିବେ। ଚଳିତ ଏସୀୟ କ୍ରୀଡ଼ା କୁରାଶରେ ସେ ୯୦ କିଲୋଗ୍ରାମ୍ ରାଉଣ୍ଡ-୧୬ରେ ତାଜିକିସ୍ତାନର ମିରମାମାଦୋଭ୍ ଶକର୍ମାମାଦଙ୍କଠୁ ହାରି ପଦକ ଦୌଡ଼ରୁ ବାଦ୍ ପଡ଼ିଥିଲେ। ଏହି ପ୍ରତିଯୋଗିତାର କୁରାଶରେ କେବଳ ପିଙ୍କି ବଲହାରା (ମହିଳା ୭୮ କିଲୋଗ୍ରାମ୍) ଭାରତ ପାଇଁ କାଂସ୍ୟ ଜିତିଥିଲେ।

