ଟ୍ରମ୍ପଙ୍କ ବଡ଼ ନିଷ୍ପତ୍ତି, ପିଲାଙ୍କ ଜେଣ୍ଡର-ଆଫର୍ମିଂ ଚିକିତ୍ସାକୁ ନା’

ଆମେରିକାରେ ନାବାଳକଙ୍କ ଜେଣ୍ଡର-ଆଫର୍ମିଂ ଚିକିତ୍ସାକୁ ନେଇ ଟ୍ରମ୍ପ ପ୍ରଶାସନ ଆଉ ଏକ ବଡ଼ ପଦକ୍ଷେପ ନେଇଛି । ଏଣିକି ନାବାଳକଙ୍କ ଜେଣ୍ଡର-ଆଫର୍ମିଂ ସର୍ଜରୀ, ହରମୋନ୍ ଥେରାପି ଏବଂ କିଛି ସମ୍ପର୍କିତ ଚିକିତ୍ସା ପାଇଁ ଫେଡେରାଲ୍ ମେଡିକେଡ୍ ଓ CHIP ପାଣ୍ଠି ବ୍ୟବହାର କରାଯାଇପାରିବ ନାହିଁ  ।

ଆମେରିକାରେ ନାବାଳକଙ୍କ ଜେଣ୍ଡର-ଆଫର୍ମିଂ ଚିକିତ୍ସାକୁ ନେଇ ଟ୍ରମ୍ପ ପ୍ରଶାସନ ଆଉ ଏକ ବଡ଼ ପଦକ୍ଷେପ ନେଇଛି । ଏଣିକି ନାବାଳକଙ୍କ ଜେଣ୍ଡର-ଆଫର୍ମିଂ ସର୍ଜରୀ, ହରମୋନ୍ ଥେରାପି ଏବଂ କିଛି ସମ୍ପର୍କିତ ଚିକିତ୍ସା ପାଇଁ ଫେଡେରାଲ୍ ମେଡିକେଡ୍ ଓ CHIP ପାଣ୍ଠି ବ୍ୟବହାର କରାଯାଇପାରିବ ନାହିଁ  । ଏହି ନିୟମ ୨୦୨୬ ଅକ୍ଟୋବର ୧୩ରୁ ଲାଗୁ ହେବ । 

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ନିଷ୍ପତ୍ତିକୁ ସମର୍ଥନ କରି କହିଛନ୍ତି, ପିଲାମାନଙ୍କ ଉପରେ ଏଭଳି ଚିକିତ୍ସା ପାଇଁ ସରକାର ଟଙ୍କା ଦେବେ ନାହିଁ । ତାଙ୍କ ନିର୍ଦ୍ଦେଶରେ ସେଣ୍ଟର୍ସ ଫର୍ ମେଡିକେୟାର୍ ଆଣ୍ଡ ମେଡିକେଡ୍ ସର୍ଭିସେସ୍‌ (CMS) ପ୍ରଶାସକ ଡାକ୍ତର ମେହମେଟ୍ ଓଜ୍‌ଙ୍କ ନେତୃତ୍ୱରେ ଏହି ନୀତି ଲାଗୁ କରାଯାଇଛି ।  ମେଡିକେଡ୍ ହେଉଛି ଆମେରିକାର ଫେଡେରାଲ୍ ଓ ରାଜ୍ୟ ସରକାରଙ୍କ ମିଳିତ ସ୍ୱାସ୍ଥ୍ୟ ବୀମା କାର୍ଯ୍ୟକ୍ରମ ।  ମୁଖ୍ୟତଃ କମ୍ ଆୟ କିମ୍ବା ସୀମିତ ସମ୍ବଳ ଥିବା ଲୋକଙ୍କୁ ଏହା ସ୍ୱାସ୍ଥ୍ୟସେବା ଯୋଗାଇଥାଏ ।

ନୂଆ ନିୟମ ଅନୁସାରେ, ନାବାଳକଙ୍କ ପାଇଁ ଜେଣ୍ଡର-ଆଫର୍ମିଂ ସର୍ଜରୀ ଏବଂ ହରମୋନ୍ ଚିକିତ୍ସା ଭଳି ସେବାରେ ଫେଡେରାଲ୍ ମେଡିକେଡ୍ ପାଣ୍ଠି ବ୍ୟବହାର ଉପରେ ରୋକ ଲାଗିବ । ତେବେ ରାଜ୍ୟଗୁଡ଼ିକ ନିଜସ୍ୱ ପାଣ୍ଠିରୁ ଏଭଳି ସେବାକୁ କଭର୍ କରିବାର ସୁଯୋଗ ରଖିପାରନ୍ତି । ମାନସିକ ସ୍ୱାସ୍ଥ୍ୟ ସେବାର କଭରେଜ୍‌ ତୁରନ୍ତ ବନ୍ଦ ହେବ ନାହିଁ । 

Leave a Reply

Your email address will not be published. Required fields are marked *