ପାଟନା ପଶ୍ଚିମର ଏସ୍ପି ସଙ୍କେତ କୁମାର ନିଜ ଅଧସ୍ତନ ପୁଲିସ କର୍ମଚାରୀଙ୍କୁ ଦେଉଥିବା ଏକ ନିର୍ଦ୍ଦେଶର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଭିଡିଓରେ ଏସ୍ପି ସଙ୍କେତ କୁମାର ପୁଲିସ କର୍ମୀଙ୍କୁ କହୁଥିବା ଶୁଣିବାକୁ ମିଳୁଛି, “ପଛକୁ ହଟିଲେ ଚାକିରି କରିବା ଯୋଗ୍ୟ ଛାଡ଼ିବି ନାହିଁ ।”
ବିହାରର ପାଟନାରେ ନିଟ୍- ୟୁଜି ୨୦୨୬ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ ହୋଇଥିବା ଛାତ୍ର ଆନ୍ଦୋଳନ ବୁଧବାର ହିଂସାତ୍ମକ ରୂପ ନେଇଛି । ଏହି ଘଟଣା ମଧ୍ୟରେ ପାଟନା ପଶ୍ଚିମର ଏସ୍ପି ସଙ୍କେତ କୁମାର ନିଜ ଅଧସ୍ତନ ପୁଲିସ କର୍ମଚାରୀଙ୍କୁ ଦେଉଥିବା ଏକ ନିର୍ଦ୍ଦେଶର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ।
ଭିଡିଓରେ ଏସ୍ପି ସଙ୍କେତ କୁମାର ପୁଲିସ କର୍ମୀଙ୍କୁ କହୁଥିବା ଶୁଣିବାକୁ ମିଳୁଛି, “ପଛକୁ ହଟିଲେ ଚାକିରି କରିବା ଯୋଗ୍ୟ ଛାଡ଼ିବି ନାହିଁ ।” ଏହା ପରେ ପୁଲିସ କର୍ମୀମାନେ ପ୍ରଦର୍ଶନକାରୀଙ୍କ ଆଡ଼କୁ ଅଗ୍ରସର ହୋଇଥିବା ଭିଡିଓରେ ଦେଖାଯାଇଛି ।
ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟସ୍ ଆସୋସିଏସନ୍ ର ନେତୃତ୍ୱରେ ଛାତ୍ରମାନେ ଗାନ୍ଧୀ ମଇଦାନରୁ ଲୋକ ଭବନ ଅଭିମୁଖେ ପଦଯାତ୍ରା କରୁଥିଲେ । ପୁଲିସ ବ୍ୟାରିକେଡ୍ ଲଗାଇ ଅଟକାଇବା ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା । ପରେ ପୁଲିସ ପକ୍ଷରୁ ଟିୟର ଗ୍ୟାସ୍, ୱାଟର କ୍ୟାନନ୍ ଓ ଲାଠିଚାର୍ଜ କରାଯାଇଥିବା ବେଳେ କେତେକ ସ୍ଥାନରେ ପଥରମାଡ଼ ମଧ୍ୟ ହୋଇଥିବା ଖବର ମିଳିଛି ।
ବିହାର ପୁଲିସର ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, ଏହି ସଂଘର୍ଷରେ ଅତି କମରେ ୨୨ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି ଏବଂ ୧୫ରୁ ଅଧିକ ଏଫଆଇଆର ରୁଜୁ କରାଯିବାର ସମ୍ଭାବନା ରହିଛି। ସେପଟେ ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟସ୍ ଆସୋସିଏସନ୍ ନେତା ସନ୍ଦୀପ ସୌରଭ ପୁଲିସ ଅତ୍ୟଧିକ ବଳ ପ୍ରୟୋଗ କରିଥିବା ଅଭିଯୋଗ କରିଛନ୍ତି ।

