ଛାତ୍ର ଆନ୍ଦୋଳନକୁ ନେଇ ଭାବପ୍ରବଣ ହେଲେ ଆଲିଆ ଭଟ୍ଟ , କହିଲେ– ‘ହୃଦୟ ଭାଙ୍ଗିଯାଇଛି’

ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ ଦେଶରେ ଚାଲିଥିବା ଛାତ୍ର ଆନ୍ଦୋଳନକୁ ନେଇ ନିଜର ନିରବତା ଭାଙ୍ଗିଛନ୍ତି । ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ କରି ସେ ଛାତ୍ରଛାତ୍ରୀଙ୍କ ସାହସ ଓ ଦୃଢ଼ତାକୁ ପ୍ରଶଂସା କରିଛନ୍ତି ।

ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ ଦେଶରେ ଚାଲିଥିବା ଛାତ୍ର ଆନ୍ଦୋଳନକୁ ନେଇ ନିଜର ନିରବତା ଭାଙ୍ଗିଛନ୍ତି । ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ କରି ସେ ଛାତ୍ରଛାତ୍ରୀଙ୍କ ସାହସ ଓ ଦୃଢ଼ତାକୁ ପ୍ରଶଂସା କରିଛନ୍ତି । ନିକଟରେ ଛାତ୍ର ଆନ୍ଦୋଳନ ସମୟରେ ପୁଲିସ ଲାଠିଚାର୍ଜ ହୋଇଥିବା ଅଭିଯୋଗ ଓ ତାହାର ଭିଡିଓ ସାମ୍ନାକୁ ଆସିବା ପରେ ଆଲିଆଙ୍କ ଏହି ପ୍ରତିକ୍ରିୟା ବେଶ ଚର୍ଚ୍ଚାରେ ରହିଛି । ଇନଷ୍ଟାଗ୍ରାମରେ ଆଲିଆ ଲେଖିଛନ୍ତି, ଗତ କିଛି ଦିନର ଘଟଣା ତାଙ୍କ ହୃଦୟକୁ ଭାଙ୍ଗି ଦେଇଛି, କିନ୍ତୁ ସେହି ସମୟରେ ଛାତ୍ରଛାତ୍ରୀଙ୍କ ସାହସ ତାଙ୍କୁ ପୁଣି ଆଶା ଦେଇଛି । ତାଙ୍କ କହିବା ଅନୁଯାୟୀ, ପ୍ରତ୍ୟେକ ଛାତ୍ରଙ୍କ ପଛରେ ରହିଛି ଏକ ସ୍ୱପ୍ନ, ଏକ ପରିବାରର ଆଶା ଓ ଅନେକ ତ୍ୟାଗର କାହାଣୀ ।

ସେମାନେ କେବଳ ନିଜ ପାଇଁ ନୁହେଁ, ଆଗାମୀ ପିଢ଼ି ପାଇଁ ମଧ୍ୟ ଏକ ଉନ୍ନତ ଭବିଷ୍ୟତ ଗଢ଼ିବାକୁ ସଂଘର୍ଷ କରୁଛନ୍ତି । ଆଲିଆ ଆହୁରି କହିଛନ୍ତି, ଛାତ୍ରଛାତ୍ରୀଙ୍କ ସାହସ ଓ ସଂକଳ୍ପ ଆମ ସମସ୍ତଙ୍କୁ ଆତ୍ମସମୀକ୍ଷା କରିବାକୁ ବାଧ୍ୟ କରୁଛି । ଆଗାମୀ ଭାରତର ଭବିଷ୍ୟତ ଏହି ଯୁବପିଢ଼ିଙ୍କ ହାତରେ ରହିଛି ବୋଲି ସେ ଉଲ୍ଲେଖ କରିଛନ୍ତି ଏବଂ ନିଜ ବାର୍ତ୍ତାର ଶେଷରେ “ଜୟ ହିନ୍ଦ” ଲେଖିଛନ୍ତି । ଆଲିଆଙ୍କ ପୂର୍ବରୁ ସଲମାନ ଖାନ, ହୁମା କୁରେଶୀ, ଆର୍. ମାଧବନ, ଶବାନା ଆଜମି, ଜାଭେଦ ଅଖତର ଓ ଅନ୍ୟାନ୍ୟ କଳାକାରମାନେ ମଧ୍ୟ ଏହି ପ୍ରସଙ୍ଗରେ ନିଜ ମତ ରଖିଥିଲେ । ଫଳରେ ବଲିଉଡରେ ଏହି ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଆହୁରି ଜୋର ଧରିଛି । 

Leave a Reply

Your email address will not be published. Required fields are marked *