ଅଭିଯୁକ୍ତ ଜାମିନ୍ ପାଇଲେ ତଦନ୍ତକାରୀ ଅଧିକାରୀ ବା IOଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ଏଭଳି ଚେତାବନୀ ଦେଇଛନ୍ତି ପୁଲିସ ଡିଜି ବିନୟତୋଷ ମିଶ୍ର । ସମ୍ବଲପୁର ଉତ୍ତରାଞ୍ଚଳ DIG କାର୍ଯ୍ୟାଳୟରେ ୫ଟି ଜିଲ୍ଲାର ଏସ୍ପିଙ୍କୁ ନେଇ ରେଞ୍ଜସ୍ତରୀୟ ସମୀକ୍ଷା କରିଛନ୍ତି ପୁଲିସ ଡିଜି ।
ଚାର୍ଜସିଟ୍ ଦାଖଲରେ ବିଳମ୍ବ ଯୋଗୁଁ ଅଭିଯୁକ୍ତ ବେଲ୍ ପାଇଲେ ତଦନ୍ତକାରୀ ଅଧିକାରୀ ବା IOଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ଏଭଳି ଚେତାବନୀ ଦେଇଛନ୍ତି ପୁଲିସ ଡିଜି ବିନୟତୋଷ ମିଶ୍ର ।
ସମ୍ବଲପୁର ଉତ୍ତରାଞ୍ଚଳ DIG କାର୍ଯ୍ୟାଳୟରେ ୫ଟି ଜିଲ୍ଲାର ଏସ୍ପିଙ୍କୁ ନେଇ ରେଞ୍ଜସ୍ତରୀୟ ସମୀକ୍ଷା କରିଛନ୍ତି ପୁଲିସ ଡିଜି । ବୈଠକରେ ସାଇବର ଅପରାଧ, ନିଶା କାରବାର ଓ ଚାର୍ଜସିଟ୍ ଦାଖଲ ନେଇ ଆଲୋଚନା ହୋଇଛି । ବର୍ତ୍ତମାନ ସାରା ଦେଶରେ ସାଇବର ଅପରାଧ ଏକ ବଡ଼ ଚ୍ୟାଲେଞ୍ଜ ହୋଇଥିବା ବେଳେ ଏହାକୁ ରୋକିବା ନେଇ ବିସ୍ତୃତ ଆଲୋଚନା ହୋଇଥିବା ଡିଜି କହିଛନ୍ତି । ପୂର୍ବରୁ ରାଜ୍ୟରେ ୧୪ଟି ସାଇବର ଥାନା ଥିବାବେଳେ ବର୍ତ୍ତମାନ ପ୍ରତ୍ୟେକ ଜିଲ୍ଲାରେ ସାଇବର ଥାନା ସ୍ଥାପନ କରାଯାଇଛି । ଡିଜିଟାଲ ଆରେଷ୍ଟ ମାମଲା ମଧ୍ୟ କମିଥିବା ସେ କହିଛନ୍ତି । ସେହିପରି ପଶ୍ଚିମ ଓଡ଼ିଶା ନିଶା କାରବାରର ଏକ ଗେଟୱେ ପାଲଟିଥିବା ନେଇ ଡିଜି ସୂଚନା ଦେଇଛନ୍ତି । ବୌଦ୍ଧରୁ ସମ୍ବଲପୁର ରାସ୍ତା ଦେଇ ଗଞ୍ଜେଇ ଚୋରାଚାଲାଣ ହେଉଥିବାରୁ ଏହା ଉପରେ ପୁଲିସ ଗୁରୁତ୍ୱ ଦେଉଛି । ନିଶାଦ୍ରବ୍ୟ ଜବତ ମଧ୍ୟ ବଢ଼ିଛି ବୋଲି ଡିଜି କହିଛନ୍ତି ।
ଚାର୍ଜସିଟ୍ ଦାଖଲରେ ଅବହେଳା ଯୋଗୁଁ ଯଦି କୌଣସି ଅଭିଯୁକ୍ତ ବେଲ୍ ପାଇଯାଆନ୍ତି, ତେବେ ଦାୟୀ IOଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୁଲିସ ଡିଜି ସ୍ପଷ୍ଟ କରିଛନ୍ତି ।

