କିଛିଦିନ ଅନ୍ତର ପରେ ଭଦ୍ରକ ପୁଲିସ ପକ୍ଷରୁ ଗୋମାଫିଆଙ୍କ ଘରେ ଚଢାଉ । ଗତକାଲି ରାତିରୁ ଭଦ୍ରକ ଅତିରିକ୍ତ ଏସପିଙ୍କ ନେତୄତ୍ବରେ ୬ଟି ସ୍ଥାନରେ ଚଢାଉ କରାଯାଉଛି । ଭଦ୍ରକ ଟାଉନଥାନା ଅଧିନ ୩ଟି ସ୍ଥାନ ଓ ଭଦ୍ରକ ପୁରୁଣା ଵଜାର ଥାନା ଅଧିନ ୩ଟି ସ୍ଥାନରେ ପୁଲିସ ଚଢାଉ କରିଛି । ଦୁଇ ଗୋ ମାଫିଆ ଗିରଫ କରିଛି ପୁଲିସ ।
ଭିନ୍ନ ଭିନ୍ନ ସ୍ଥାନରେ ଗୋ-ମାଫିଆଙ୍କ ଘରେ ପୁଲିସର ଚଢ଼ାଉ । କିଛିଦିନ ଅନ୍ତର ପରେ ଭଦ୍ରକ ପୁଲିସ ପକ୍ଷରୁ ଗୋମାଫିଆଙ୍କ ଘରେ ଚଢାଉ । ଗତକାଲି ରାତିରୁ ଭଦ୍ରକ ଅତିରିକ୍ତ ଏସପିଙ୍କ ନେତୄତ୍ବରେ ୬ଟି ସ୍ଥାନରେ ଚଢାଉ କରାଯାଉଛି । ଭଦ୍ରକ ଟାଉନଥାନା ଅଧିନ ୩ଟି ସ୍ଥାନ ଓ ଭଦ୍ରକ ପୁରୁଣା ଵଜାର ଥାନା ଅଧିନ ୩ଟି ସ୍ଥାନରେ ପୁଲିସ ଚଢାଉ କରିଛି । ଦୁଇ ଗୋ ମାଫିଆ ଗିରଫ କରିଛି ପୁଲିସ । ଦୁଇ ଗୋ ମାଫିଆ ହେଲେ ପୁରୁଣାଵଜାରର ଜାହିଦ ଖାନ ଓ ଵୁଧବାର ହାଟ ଅଞ୍ଚଳର ମାତର ଖାନ । ପୁଲିସ ଟଙ୍କା, ସୁନା, ବ୍ୟାଙ୍କ ପାସବୁକ୍ ଜଵତ କରିବା ସହ ତଦନ୍ତ ଜାରି ରହିଛି ।
ବାଲେଶ୍ବର ଏସପିଙ୍କ ନିର୍ଦ୍ଦେଶ କ୍ରମେ ମଧ୍ୟ ୭ ଟି ଟିମ୍ ଗଠନ କରାଯାଇ ବସ୍ତା ଥାନା ତେଘୋରୀ ଗାଁର ୩ ଜଣ ମାଫିଆଙ୍କ ଘରେ ରେଡ୍ କରିଥିବା ବେଳେ ସିଂଲା ଥାନା କାଦରାୟାଁ ଗ୍ରାମର ମୁସ୍ତାକ ଖାନଙ୍କ ଘରେ ରେଡ୍ କରି ଦରକାରୀ କାଗଜପତ୍ର ସମେତ ଗୋଟିଏ ବାଇକ୍ ଏବଂ ଗୋଟିଏ ସ୍କର୍ପିଓ ଜବଦ କରିବା ସହିତ ମୁସ୍ତାକ ଖାଁ ଙ୍କୁ ଅଟକ ରଖି ପଚରା ଉଚରା କରୁଛି। ସେହିପରି ଜଳେଶ୍ଵର ଅଂଚଳର ଗୋରୁ ମାଫିଆ ସେକ ସଫିରୁଦ୍ଦିନ ଘରେ ଚଢ଼ାଉ କରି ବିଭିନ୍ନ ଦରକାରୀ କାଗଜ ପତ୍ର ଯାଞ୍ଚ କରିଛନ୍ତି। ଗୋ ମାଫିଆ ସାମସୁଦ୍ଦିନଙ୍କ ସମେତ ପରିବାର ସମସ୍ତେ ଫେରାର ହୋଇଛନ୍ତି ।
ସେହିପରି ବାଲିଆପାଳ ଥାନା ବାସୁଦେବପୁର ଗାଁରେ ମଧ୍ୟ ପୁଲିସ ଚଢାଉ କରି ବିଭିନ୍ନ ଦରକାରୀ କାଗଜପତ୍ର ଜବଦ କରିଛି । ଭୋଗରାଇ ବ୍ଲକ କମର୍ଦା ଅଞ୍ଚଳର ୪ ଟି ସ୍ଥାନରେ ଚଢାଉ କରି ଓମ୍ ପ୍ରକାଶ ଦତ୍ତ ନାମକ ଜଣେ ଯୁବକକୁ ଅଟକ ରଖି ପଚରାଉ କରିବା ସହିତ ଗୋଟିଏ ଥର଼, ଗୋଟିଏ ସ୍କର୍ପିଓ, ଏବଂ ଗୋଟିଏ ବୁଲେଟ୍ ଜବତ କରିଛି ପୋଲିସ। ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା ତେବେ ଆଜି ଜିଲ୍ଲା ପୋଲିସର ୭ ଟି ଟିମ୍ ଚଢାଉ କରିଥିଲା, ପ୍ରତି ଟିମରେ ଜଣେ ଏସଡିପିଓ,ଦୁଇଜଣ ଆଇଆଇସି,ଦିଜଣ ସବ ଇନ୍ସପେକ୍ଟର ଏବଂ ଗୋଟିଏ ରୁ ଦୁଇଟି ପୁଲିସ ଫୋର୍ସ ରହିଥିବା ନେଇ ସୁଚନା ଦେଇଛନ୍ତି ଡିଏସପି ନିର୍ମଳା ଗୋଚ୍ଛାୟତ ।

