ଗୁଜୁରାଟରେ ପୁଲିସର ବଡ଼ ଏନକାଉଣ୍ଟର । ଅପରାଧୀଙ୍କୁ ଗିରଫ କରିବାକୁ ଯାଇ ପୁଲିସ ଓ ଦୁର୍ବୃତ୍ତଙ୍କ ମଧ୍ୟରେ ହୋଇଥିଲା ଗୁଳି ବିନିମୟ । ଏହି ଏନକାଉଣ୍ଟରରେ ଚାରିଜଣ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି ।
ଗୁଜୁରାଟରେ ପୁଲିସର ବଡ଼ ଏନକାଉଣ୍ଟର । ଅପରାଧୀଙ୍କୁ ଗିରଫ କରିବାକୁ ଯାଇ ପୁଲିସ ଓ ଦୁର୍ବୃତ୍ତଙ୍କ ମଧ୍ୟରେ ହୋଇଥିଲା ଗୁଳି ବିନିମୟ । ଏହି ଏନକାଉଣ୍ଟରରେ ଚାରିଜଣ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ସୂଚନା ଅନୁଯାୟୀ, କେତେକ ଗୁରୁତର ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଗୁଜୁରାଟ ପୁଲିସ ଏକ ସ୍ୱତନ୍ତ୍ର ଅଭିଯାନ ଚଳାଇଥିଲା ।
ପୁଲିସ ଟିମ୍ ସେମାନଙ୍କୁ ଘେରାଉ କରିବା ପରେ ଅପରାଧୀମାନେ ଆତ୍ମସମର୍ପଣ କରିବା ପରିବର୍ତ୍ତେ ପୁଲିସ ଉପରେ ଗୁଳିଚାଳନା କରିଥିବା ଅଭିଯୋଗ ହୋଇଛି । ଏହାର ଜବାବରେ ପୁଲିସ ପକ୍ଷରୁ ପାଲଟା ଗୁଳିଚାଳନା କରାଯାଇଥିଲା । ଦୀର୍ଘ ସମୟ ଧରି ଚାଲିଥିବା ଏହି ଗୁଳି ବିନିମୟ ପରେ ଚାରିଜଣ ଅପରାଧୀଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଆହତ ଅଭିଯୁକ୍ତଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

