ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଅଞ୍ଚଳରୁ ଆସିଛି ଚାଞ୍ଚଲ୍ୟକର ଦୃଶ୍ୟ । ଏକ କଲରା ପତରିଆ ବାଘକୁ ମାରିବା ପରେ ଗଛରେ ଝୁଲାଇ ଦିଆଯାଇଥିବା ଅଭିଯୋଗ ହୋଇଛି ।
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଅଞ୍ଚଳରୁ ଆସିଛି ଚାଞ୍ଚଲ୍ୟକର ଦୃଶ୍ୟ । ଏକ କଲରା ପତରିଆ ବାଘକୁ ମାରିବା ପରେ ଗଛରେ ଝୁଲାଇ ଦିଆଯାଇଥିବା ଅଭିଯୋଗ ହୋଇଛି । କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଜରଡ଼ ଗ୍ରାମ ନିକଟ ପାହାଡ଼ ତଳେ ଥିବା ଏକ କ୍ରସର ନିକଟରେ ଏହି ମୃତ କଲରାପତରିଆ ବାଘକୁ ଦେଖିବାକୁ ମିଳିଛି । ବାଘଟି ଏକ ଗଛରେ ଝୁଲିଥିବା ଅବସ୍ଥାରେ ଥିଲା । ତେବେ କିଏ ଏବଂ କାହିଁକି ବାଘକୁ ମାରି ଗଛରେ ଝୁଲାଇଲା, ତାହା ଏବେ ବି ରହସ୍ୟ ଘେରରେ ରହିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।
ଖବର ପାଇ କବିସୂର୍ଯ୍ୟନଗର ପୁଲିସ ଓ ପୋଲସରା ବନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ବାଘର ମୃତ୍ୟୁର କାରଣ ଏବଂ ଏହା ପଛରେ କାହାର ହାତ ରହିଛି, ସେନେଇ ତଦନ୍ତ ଆରମ୍ଭ ହୋଇଛି । ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁଯାୟୀ ଏହି ଘଟଣାରେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ଉଠିଛି ।

