ଖରିଫ ଧାନ ବିକ୍ରି ପାଇଁ ନୂଆ ନିୟମ , ଚିନ୍ତାରେ କୋକସରା ଚାଷୀ

ଖରିଫ ଧାନ ବିକ୍ରି ପାଇଁ ନୂଆ ପଞ୍ଜିକରଣ ନିୟମକୁ ନେଇ କଳାହାଣ୍ଡି କୋକସରା ବ୍ଲକର ଚାଷୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଓ ଅସନ୍ତୋଷ । ଏଗ୍ରିଷ୍ଟାକ୍ ପୋର୍ଟାଲରେ ପଞ୍ଜିକରଣ ପାଇଁ ନୂଆ ସର୍ତ୍ତାବଳୀ ଲାଗୁ ହୋଇଥିବାରୁ ନିଜ ନାଁରେ ଜମି ନଥିବା ଚାଷୀ, ଉତ୍ତରାଧିକାରୀ ଓ ଭାଗଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି ।

ଖରିଫ ଧାନ ବିକ୍ରି ପାଇଁ ନୂଆ ପଞ୍ଜିକରଣ ନିୟମକୁ ନେଇ କଳାହାଣ୍ଡି କୋକସରା ବ୍ଲକର ଚାଷୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଓ ଅସନ୍ତୋଷ । ଏଗ୍ରିଷ୍ଟାକ୍ ପୋର୍ଟାଲରେ ପଞ୍ଜିକରଣ ପାଇଁ ନୂଆ ସର୍ତ୍ତାବଳୀ ଲାଗୁ ହୋଇଥିବାରୁ ନିଜ ନାଁରେ ଜମି ନଥିବା ଚାଷୀ, ଉତ୍ତରାଧିକାରୀ ଓ ଭାଗଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି । ଚଳିତ ବର୍ଷ ଅଗଷ୍ଟ ୬ରୁ ୩୧ ତାରିଖ ପର୍ଯ୍ୟନ୍ତ ପଞ୍ଜିକରଣ ସମୟ ଧାର୍ଯ୍ୟ ହୋଇଛି ।

ନୂଆ ନିୟମରେ ଜମି ମାଲିକଙ୍କ ବାୟୋମେଟ୍ରିକ ଯାଞ୍ଚ କିମ୍ବା ପ୍ରତ୍ୟକ୍ଷ ଉପସ୍ଥିତି ଆବଶ୍ୟକ ହେଉଥିବାରୁ ଭାଗଚାଷୀଙ୍କ ସମସ୍ୟା ବଢ଼ିଛି । ଏହାକୁ ନେଇ କୋକସରା କଲ୍ୟାଣ ମଣ୍ଡପରେ ସଚେତନ କୃଷକ ମଞ୍ଚର ଆବାହନ କ୍ରମେ ଚାଷୀମାନେ ଏକତ୍ରିତ ହୋଇ ଆଲୋଚନା କରିଥିଲେ । ଦାବି ପୂରଣ ନହେଲେ ଆନ୍ଦୋଳନ ଚେତାବନୀ ଦେଇଛନ୍ତି ଚାଷୀ ।

Leave a Reply

Your email address will not be published. Required fields are marked *