କୋଶଳା ଜଙ୍ଗଲରୁ ଦେଶୀ ବନ୍ଧୁକ ତିଆରି ସାମଗ୍ରୀ ଜବତ, ଜଣେ ଗିରଫ

ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା କୋଶଳା ଜଙ୍ଗଲ ନିକଟରୁ ଦେଶୀ ବନ୍ଧୁକ ତିଆରିରେ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି । ଏହି ଘଟଣାରେ କୋଶଳା ଗାଁର ସୁରେନ୍ଦ୍ର ମାଝୀଙ୍କୁ ପୁଲିସ ଗିରଫ କରିଛି ।

ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା କୋଶଳା ଜଙ୍ଗଲ ନିକଟରୁ ଦେଶୀ ବନ୍ଧୁକ ତିଆରିରେ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି । ଏହି ଘଟଣାରେ କୋଶଳା ଗାଁର ସୁରେନ୍ଦ୍ର ମାଝୀଙ୍କୁ ପୁଲିସ ଗିରଫ କରିଛି ।

ପୁଲିସର ସୂଚନା ଅନୁସାରେ, ପାଟ୍ରୋଲିଂ ସମୟରେ ଜଙ୍ଗଲରେ ଦେଶୀ ବନ୍ଧୁକ ତିଆରି ସରଞ୍ଜାମ ଲୁଚାଇ ରଖାଯାଇଥିବା ଖବର ମିଳିଥିଲା । ସୂଚନା ଆଧାରରେ ଛେଣ୍ଡିପଦା ପୁଲିସ ଚଢ଼ାଉ କରି ସୁରେନ୍ଦ୍ର ମାଝୀଙ୍କୁ ଅଟକାଇ ଯାଞ୍ଚ କରିଥିଲା । ଯାଞ୍ଚ ବେଳେ ତାଙ୍କ ନିକଟରୁ ଦେଶୀ ବନ୍ଧୁକ ତିଆରିରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ମିଳିଥିଲା । ସାମଗ୍ରୀ ଜବତ କରିବା ସହ ସୁରେନ୍ଦ୍ରଙ୍କୁ ଗିରଫ କରିଛି ପୁଲିସ । ଏହି ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ଜବତ ସାମଗ୍ରୀ କେଉଁଠାରୁ ଆସିଥିଲା ଏବଂ ଏହାର ଉଦ୍ଦେଶ୍ୟ କ’ଣ ଥିଲା, ସେନେଇ ତଦନ୍ତ ଜାରି ରହିଛି ।

Leave a Reply

Your email address will not be published. Required fields are marked *