କାନାରା ବ୍ୟାଙ୍କର ଭୁବନେଶ୍ୱର ଅଞ୍ଚଳ ଅନ୍ତର୍ଗତ କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଏହି ୱାକାଥନ୍ ଆୟୋଜନ କରାଯାଇଥିଲା । ସମାଜରେ ସାଧୁତା, ସ୍ୱଚ୍ଛତା ଓ ସତ୍ୟନିଷ୍ଠାର ମୂଲ୍ୟବୋଧକୁ ଅଧିକ ମଜଭୁତ କରିବା ସହ ସାଧାରଣ ଲୋକଙ୍କୁ ସଚେତନ କରିବା ଏହି ପଦଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।
ସତର୍କତା ସଚେତନତା ସପ୍ତାହ-୨୦୨୬’ ପାଳନ ଅବସରରେ କାନାରା ବ୍ୟାଙ୍କ ପକ୍ଷରୁ ଏକ ସଚେତନତା ପଦଯାତ୍ରା ଆୟୋଜିତ ହୋଇଯାଇଛି । କାନାରା ବ୍ୟାଙ୍କର ଭୁବନେଶ୍ୱର ଅଞ୍ଚଳ ଅନ୍ତର୍ଗତ କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଏହି ୱାକାଥନ୍ ଆୟୋଜନ କରାଯାଇଥିଲା । ସମାଜରେ ସାଧୁତା, ସ୍ୱଚ୍ଛତା ଓ ସତ୍ୟନିଷ୍ଠାର ମୂଲ୍ୟବୋଧକୁ ଅଧିକ ମଜଭୁତ କରିବା ସହ ସାଧାରଣ ଲୋକଙ୍କୁ ସଚେତନ କରିବା ଏହି ପଦଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।
ଅଞ୍ଚଳ ପ୍ରମୁଖ ସୁବୋଧ କୁମାର ମଲ୍ଲିକ ଏବଂ କ୍ଷେତ୍ରୀୟ ପ୍ରମୁଖ ଶରତ ଚନ୍ଦ୍ର ଭୋଇଙ୍କ ମିଳିତ ନେତୃତ୍ୱରେ ଏହି ପଦଯାତ୍ରା ଆୟୋଜିତ ହୋଇଥିଲା । ଏଥିରେ ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉତ୍ସାହର ସହ ସାମିଲ ହୋଇଥିଲେ । ପଦଯାତ୍ରା ମାଧ୍ୟମରେ ସାଧାରଣ ଜନତାଙ୍କୁ ସତର୍କତା, ସଚ୍ଚୋଟତା ଏବଂ ଦୁର୍ନୀତିମୁକ୍ତ ସମାଜ ଗଠନର ଆବଶ୍ୟକତା ସମ୍ପର୍କରେ ବାର୍ତ୍ତା ଦିଆଯାଇଥିଲା ।
ଏହି ଅବସରରେ ସମାଜର ପ୍ରତ୍ୟେକ ସ୍ତରରେ ସାଧୁତା ଓ ସତ୍ୟନିଷ୍ଠା ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । କାନାରା ବ୍ୟାଙ୍କ ସର୍ବଦା ସ୍ୱଚ୍ଛତା, ସଚ୍ଚୋଟତା ଓ ନୈତିକତା ପ୍ରତି ପ୍ରତିବଦ୍ଧ ବୋଲି ଏହି କାର୍ଯ୍ୟକ୍ରମରେ ପୁନର୍ବାର ଦୋହରାଯାଇଥିଲା । ସତର୍କତା ସଚେତନତା ସପ୍ତାହ ପାଳନର ଏହି ପଦକ୍ଷେପ ମାଧ୍ୟମରେ ଲୋକଙ୍କ ମଧ୍ୟରେ ନୈତିକ ମୂଲ୍ୟବୋଧ ଓ ଦାୟିତ୍ୱବୋଧ ବୃଦ୍ଧି କରିବାକୁ ବ୍ୟାଙ୍କ ପକ୍ଷରୁ ଉଦ୍ୟମ କରାଯାଇଛି ।

