ପ୍ରାୟ ୬୦୦ରୁ ଅଧିକ ଲୋକେ ଆହତ ହୋଇଛନ୍ତି , ୨ ହଜାରରୁ ଅଧିକ ଲୋକେ ନିଖୋଜ । ମାଟି ତଳେ ହଜାର ହଜାର ଲୋକ ଫସିଥିବା କୁହାଯାଉଛି। ତେଣୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ।
ଭୟଙ୍କର ଭୂମିକମ୍ପରେ ଥରିଲା କଲମ୍ବିଆ । ଶକ୍ତିଶାଳୀ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୧୩୨ ଅତିକ୍ରମ କରିଛି । ପ୍ରାୟ ୬୦୦ରୁ ଅଧିକ ଲୋକେ ଆହତ ହୋଇଛନ୍ତି , ୨ ହଜାରରୁ ଅଧିକ ଲୋକେ ନିଖୋଜ । ମାଟି ତଳେ ହଜାର ହଜାର ଲୋକ ଫସିଥିବା କୁହାଯାଉଛି। ତେଣୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ। ଏକ ହଜାରରୁ ଅଧିକ ହୋଇପାରେ ମୃତ୍ୟୁସଂଖ୍ୟା । ଭୁକମ୍ପରେ ପରେ ସାମ୍ନାକୁ ଆସିଛି ଭୟଙ୍କର ଦୃଶ୍ୟ। ଆଖି ସାମ୍ନାରେ ଭୁଡୁଡି ପଡୁଛି ବଡ଼ ବଡ଼ କୋଠା । ଭୟ ଜୀବନ ବଂଚାଇବାକୁ ଦୌଡୁଛନ୍ତି ଲୋକେ। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୪ ରେକର୍ଡ କରାଯାଇଛି ।
ଭୁକମ୍ପର ଗଭିରତା ପ୍ରାୟ ୧୦୭ କିଲୋମିଟର ବୋଲି ସୂଚନା ମିଳିଛି । କଲମ୍ୱିଆର କ୍ୱିବେଡା, ପିରୋରା ଓ କାଲି ସହରରେ ଭୂକମ୍ପ ଝଟକା ଯୋଗୁଁ ବଡ଼ ଧରଣର କ୍ଷୟକ୍ଷତି ହୋଇଛି । ୧୫୭୭ ବଡ଼ ବଡ଼ ଅଟ୍ଟାଳିକା ଭୁଶୁଡ଼ି ପଡ଼ିଛି । ୫୦ରୁ ଅଧିକ କୋଠା ପୁରା ମାଟିରେ ମିଶିଯାଇଛି। ବଡ଼ ବଡ଼ କୋଠାର ଭଗ୍ନାବଶେଷ ତଳେ ହଜାର ହଜାର ଲୋକ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି । ଭୂମିକମ୍ପ ପରେ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । କଲମ୍ବିଆର ରାଜଧାନୀ ବଗୋଟାରେ ତୀବ୍ର ଭୂମିକମ୍ପ ଝଟକା ଲାଗିଥିବା ବେଳେ ପଡ଼ୋଶୀ ଭେନଜୁଏଲା, ଇକ୍ବେଡରରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଛି ।

