ଓଡ଼ିଶା ଉପରେ ଅମ୍ବାନୀଙ୍କ ନଜର । ଓଡ଼ିଶାର ଖଣିଜ ସମ୍ପଦକୁ ନେଇ ଦେଶର ଦୁଇ ବଡ଼ କର୍ପୋରେଟ୍ ଗ୍ରୁପ୍ ରିଲାଏନ୍ସ ଓ ଆଦାନୀ ମଧ୍ୟରେ ପ୍ରତିଯୋଗିତା । ମୁକେଶ ଅମ୍ବାନୀଙ୍କ ନେତୃତ୍ବାଧୀନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଆଲୁମିନିୟମ୍ ଉତ୍ପାଦନ କ୍ଷେତ୍ରରେ ପ୍ରବେଶ କରିବାକୁ ବିଚାର କରୁଛି ।
ଓଡ଼ିଶା ଉପରେ ଅମ୍ବାନୀଙ୍କ ନଜର । ଓଡ଼ିଶାର ଖଣିଜ ସମ୍ପଦକୁ ନେଇ ଦେଶର ଦୁଇ ବଡ଼ କର୍ପୋରେଟ୍ ଗ୍ରୁପ୍ ରିଲାଏନ୍ସ ଓ ଆଦାନୀ ମଧ୍ୟରେ ପ୍ରତିଯୋଗିତା । ମୁକେଶ ଅମ୍ବାନୀଙ୍କ ନେତୃତ୍ବାଧୀନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଆଲୁମିନିୟମ୍ ଉତ୍ପାଦନ କ୍ଷେତ୍ରରେ ପ୍ରବେଶ କରିବାକୁ ବିଚାର କରୁଛି । ରିଲାଏନ୍ସର ଏହି ଯୋଜନା ଏବେ ପ୍ରାରମ୍ଭିକ ଓ ଅନୁସନ୍ଧାନମୂଳକ ପର୍ଯ୍ୟାୟରେ ରହିଛି । କମ୍ପାନି ନିଜର ପ୍ରସ୍ତାବିତ କୋଇଲା ଗ୍ୟାସିଫିକେସନ୍ ବ୍ୟବସାୟକୁ ଧାତୁ ଉତ୍ପାଦନ ସହ ଯୋଡ଼ି ଏହାର ବ୍ୟବସାୟିକ ସମ୍ଭାବନା ବଢ଼ାଇବା ନେଇ ବିଚାର କରୁଛି! ରିଲାଏନ୍ସ ପକ୍ଷରୁ ଆନ୍ଧ୍ରରେ କୋଇଲା ଗ୍ୟାସିଫିକେସନ୍ ପ୍ରକଳ୍ପ କରାଯାଉଛି। ସେହି ଗ୍ୟାସ୍କୁ ଆଲୁମିନିୟମ ଶିଳ୍ପର ବିଦ୍ୟୁତ୍ ଆବଶ୍ୟକତା ପୂରଣ କରିବାରେ ଉପଯୋଗ କରାଯାଇପାରିବ । ତେଣୁ ଏକ ସମ୍ପୂର୍ଣ୍ଣ ମୂଲ୍ୟ ଶୃଙ୍ଖଳା ସୃଷ୍ଟି କରିବା ଉପରେ ରିଲାଏନ୍ସ ବିଚାର କରୁଛି । ଓଡ଼ିଶାର ଆଲୁମିନିୟମ ଶିଳ୍ପ ପ୍ରତି ରିଲାଏନ୍ସର ଆଗ୍ରହ ଥିବା ସମ୍ପର୍କରେ କର୍ଲାପାଟ ବକ୍ସାଇଟ୍ ଖଣି ନିଲାମ ବେଳେ ଜଣାପଡ଼ିଥିଲା । ରିଲାଏନ୍ସ ଏହି ଖଣିର ନିଲାମ ପାଇଁ ଟେଣ୍ଡର କିଣିଥିଲା । ପ୍ରାୟ ୩, ୧୦୦ ହେକ୍ଟର ଅଞ୍ଚଳରେ ଥିବା କାର୍ଲୋପାଟ୍ ବ୍ଲକ୍ରେ ୨୦ କୋଟି ଟନ୍ରୁ ଅଧିକ ବକ୍ସାଇଟ୍ ଥିବା ଆକଳନ କରାଯାଇଛି। ତେବେ ରିଲାଏନ୍ସ କାର୍ଲାପାଟ୍ ଖଣି ହାସଲ କରିପାରିନାହିଁ । ନିଲାମରେ ବେଦାନ୍ତ ଗ୍ରୁପ୍ ସଂସ୍ଥାବାଲକୋ ୧୭୫% ପ୍ରିମିୟମ୍ ଦେଇ ଏହି ଖଣି ପାଇଁ ପସନ୍ଦର ବିଡର୍ ହୋଇଛି ।
ଓଡ଼ିଶା ଉପରେ ଅମ୍ବାନୀଙ୍କ ନଜର
ଓଡ଼ିଶାର ଖଣିଜ ସମ୍ପଦ ଉପରେ ଶିଳ୍ପପତିଙ୍କ ଆଖି
ଦେଶର ଦୁଇ ବଡ଼ କର୍ପୋରେଟ୍ ଗ୍ରୁପ୍ ରିଲାଏନ୍ସ ଓ ଆଦାନୀ ମଧ୍ୟରେ ପ୍ରତିଯୋଗିତା
ଦେଶର ଦୁଇ ପ୍ରମୁଖ ଧନୀ ମୁକେଶ ଅମ୍ବାନୀ ଓ ଗୌତମ ଆଦାନୀ ମଧ୍ୟରେ ଟକ୍କର
ଓଡ଼ିଶାର ଆଲୁମିନିୟମ କ୍ଷେତ୍ର ପ୍ରତି ଆଗ୍ରହ ଦେଖାଇଛନ୍ତି ଦୁଇ କମ୍ପାନୀ
ଆଲୁମିନିୟମ୍ ଶିଳ୍ପରେ ୧ ଲକ୍ଷ କୋଟିରୁ ଅଧିକ ନିବେଶ କରିବାକୁ ଘୋଷଣା କରିଛି
ରିଲାଏନ୍ସର ଏହି ଯୋଜନା ଏବେ ପ୍ରାରମ୍ଭିକ ଓ ଅନୁସନ୍ଧାନମୂଳକ ପର୍ଯ୍ୟାୟରେ ରହିଛି
ରିଲାଏନ୍ସର ଆଗ୍ରହ ସମ୍ପର୍କରେ କର୍ଲାପାଟ ବକ୍ସାଇଟ୍ ଖଣି ନିଲାମ ବେଳେ ଜଣାପଡ଼ିଥିଲା
୩, ୧୦୦ ହେକ୍ଟର ଅଞ୍ଚଳର କାର୍ଲୋପାଟ୍ ବ୍ଲକ୍ରେ ୨୦ କୋଟି ଟନ୍ରୁ ଅଧିକ ବକ୍ସାଇଟ୍ ଅଛି
ଆଲୁମିନିୟମ୍ ଉତ୍ପାଦନ କ୍ଷମତା ୨୦ ଲକ୍ଷ ଟନ୍ କରିବାକୁ ଲକ୍ଷ ରଖିଛି ରିଲାଏନ୍ସ
ଅମ୍ବାନୀ ପ୍ରବେଶ କଲେ ପ୍ରତିଯୋଗିତା ଆହୁରି ତୀବ୍ର ହେବାର ସମ୍ଭାବନା ରହିଛି

