ଏଫ୍‌ସିଆଇ ଭୁବନେଶ୍ୱର ପକ୍ଷରୁ ବିଶେଷ ସ୍ୱଚ୍ଛତା ଅଭିଯାନ ୬.୦, ସଫେଇ କର୍ମଚାରୀ ସମ୍ମାନିତ

ସ୍ୱଚ୍ଛ ଓ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି ଲକ୍ଷ୍ୟରେ ଭାରତୀୟ ଖାଦ୍ୟ ନିଗମ (ଏଫ୍‌ସିଆଇ), ଆଞ୍ଚଳିକ କାର୍ଯ୍ୟାଳୟ ଭୁବନେଶ୍ୱର ପକ୍ଷରୁ ଅକ୍ଟୋବର ୨୦୨୬ରେ ବିଶେଷ ଅଭିଯାନ ୬.୦ ଆୟୋଜନ କରାଯାଇଛି ।

ସ୍ୱଚ୍ଛ ଓ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି ଲକ୍ଷ୍ୟରେ ଭାରତୀୟ ଖାଦ୍ୟ ନିଗମ (ଏଫ୍‌ସିଆଇ), ଆଞ୍ଚଳିକ କାର୍ଯ୍ୟାଳୟ ଭୁବନେଶ୍ୱର ପକ୍ଷରୁ ଅକ୍ଟୋବର ୨୦୨୬ରେ ବିଶେଷ ଅଭିଯାନ ୬.୦ ଆୟୋଜନ କରାଯାଇଛି । ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଅବସରରେ ଏହି ଅଭିଯାନର ଶୁଭାରମ୍ଭ ହୋଇଥିଲା ।

ଏହି ଅଭିଯାନର ଅଂଶ ଭାବେ କାର୍ଯ୍ୟାଳୟ ପରିସରରେ ବ୍ୟାପକ ସଫେଇ କାର୍ଯ୍ୟ କରାଯାଇଥିଲା । ଏଥିସହ ଅନାବଶ୍ୟକ ଆବର୍ଜନା, ଭଙ୍ଗାରୁଜା ସାମଗ୍ରୀ ଓ ଅବ୍ୟବହୃତ ଇଲେକ୍ଟ୍ରୋନିକ୍ ସାମଗ୍ରୀକୁ ହଟାଯାଇଥିଲା । ପ୍ରଚଳିତ ନିୟମ ଅନୁଯାୟୀ, ଭୌତିକ ଓ ଇଲେକ୍ଟ୍ରୋନିକ୍ ଫାଇଲଗୁଡ଼ିକର ଯାଞ୍ଚ ସହ ଅନାବଶ୍ୟକ ଫାଇଲଗୁଡ଼ିକୁ ବାଦ୍ ଦେବା ପ୍ରକ୍ରିୟା ମଧ୍ୟ ହାତକୁ ନିଆଯାଇଥିଲା ।

କାର୍ଯ୍ୟାଳୟରେ ସ୍ୱଚ୍ଛତା ପ୍ରତି ସଚେତନତା ବୃଦ୍ଧି ଏବଂ କର୍ମଚାରୀଙ୍କ ସକ୍ରିୟ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଏହାସହ ଗାନ୍ଧୀ ଜୟନ୍ତୀ ଅବସରରେ କାର୍ଯ୍ୟାଳୟକୁ ସ୍ୱଚ୍ଛ ଓ ସ୍ୱାସ୍ଥ୍ୟକର ରଖିବାରେ ଅବଦାନ ପାଇଁ ସଫେଇ କର୍ମଚାରୀମାନଙ୍କୁ ସମ୍ମାନିତ କରାଯାଇଥିଲା । ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ ମାଧ୍ୟମରେ ଏକ ପରିଷ୍କାର ଓ ସୁସ୍ଥ କାର୍ଯ୍ୟ ପରିବେଶ ଗଢ଼ି ତୋଳିବା ସହ ସ୍ୱଚ୍ଛତାକୁ ଦୈନନ୍ଦିନ ଜୀବନର ଅଂଶ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଏଭଳି ପଦକ୍ଷେପ କର୍ମଚାରୀଙ୍କ ମଧ୍ୟରେ ସ୍ୱଚ୍ଛତାର ଗୁରୁତ୍ୱ ବଢ଼ାଇବା ସହ ଏକ ସୁସ୍ଥ ଓ ସ୍ୱଚ୍ଛ ପରିବେଶ ଗଠନରେ ସହାୟକ ହେବ । 

Leave a Reply

Your email address will not be published. Required fields are marked *