ସଂଗଠନ ପକ୍ଷରୁ ଜାରି ପୋଷ୍ଟରେ ସମସ୍ତ ସଦସ୍ୟଙ୍କୁ ଅଧିକାରିକ ହ୍ୱାଟ୍ସଆପ୍ ଚ୍ୟାନେଲ୍ ସହ ଯୋଡ଼ିବାକୁ ଅନୁରୋଧ କରାଯାଇଛି। ଏଥିପାଇଁ ପୋଷ୍ଟରେ ଏକ QR କୋଡ୍ ମଧ୍ୟ ଦିଆଯାଇଛି।
କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ଏହାର ଅଧିକାରିକ ହ୍ୱାଟ୍ସଆପ୍ ଚ୍ୟାନେଲ୍ ଆରମ୍ଭ କରିଛି । ଏଣିକି EPFO ସଦସ୍ୟ ଏବଂ ପେନ୍ସନର୍ମାନେ ହ୍ୱାଟ୍ସଆପ୍ ମାଧ୍ୟମରେ ପିଏଫ ଖାତା ସମ୍ପର୍କିତ ବିଭିନ୍ନ ନୂଆ ଅପଡେଟ୍ ଓ ସେବା ସମ୍ପର୍କରେ ସୂଚନା ପାଇପାରିବେ। ଏନେଇ ଇପିଏଫଓ ପକ୍ଷରୁ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ସୂଚନା ଦିଆଯାଇଛି।
ସଂଗଠନ ପକ୍ଷରୁ ଜାରି ପୋଷ୍ଟରେ ସମସ୍ତ ସଦସ୍ୟଙ୍କୁ ଅଧିକାରିକ ହ୍ୱାଟ୍ସଆପ୍ ଚ୍ୟାନେଲ୍ ସହ ଯୋଡ଼ିବାକୁ ଅନୁରୋଧ କରାଯାଇଛି। ଏଥିପାଇଁ ପୋଷ୍ଟରେ ଏକ QR କୋଡ୍ ମଧ୍ୟ ଦିଆଯାଇଛି। ସଦସ୍ୟମାନେ QR କୋଡ୍କୁ ସ୍କାନ୍ କରି ସହଜରେ ଚ୍ୟାନେଲ୍ରେ ଯୋଡ଼ି ହୋଇପାରିବେ। ଏହାବ୍ୟତୀତ ଇପିଏଫଓ ପକ୍ଷରୁ ପ୍ରଦାନ କରାଯାଇଥିବା ଅଧିକାରିକ ହ୍ୱାଟ୍ସଆପ୍ ଲିଙ୍କ୍ ମାଧ୍ୟମରେ ମଧ୍ୟ ଚ୍ୟାନେଲ୍ରେ ଯୋଗଦେବାର ସୁବିଧା ରହିଛି।
ହ୍ୱାଟ୍ସଆପ୍ ଚ୍ୟାନେଲ୍ ଆରମ୍ଭ ହେବା ଦ୍ୱାରା ଇପିଏଫଓ ସହ ଜଡ଼ିତ ସୂଚନା ସଦସ୍ୟମାନଙ୍କ ପାଖରେ ଅଧିକ ସହଜରେ ପହଞ୍ଚିପାରିବ। ପିଏଫ ଖାତା, ସେବା ଏବଂ ସଂଗଠନର ନୂଆ ପଦକ୍ଷେପ ସମ୍ପର୍କରେ ଅପଡେଟ୍ ପାଇବା ପାଇଁ ଏହି ଚ୍ୟାନେଲ୍ ଏକ ଅତିରିକ୍ତ ମାଧ୍ୟମ ଭାବେ କାମ କରିବ।
ଅନ୍ୟପକ୍ଷରେ, ଇପିଏଫଓ ସଦସ୍ୟଙ୍କ ପାଇଁ ପିଏଫ ଟଙ୍କା ଉଠାଣକୁ ଆହୁରି ସହଜ କରିବା ଦିଗରେ ମଧ୍ୟ କାମ ଚାଲିଛି। UPI ମାଧ୍ୟମରେ ପିଏଫ ଟଙ୍କା ଉଠାଣ ସୁବିଧା ଆଣିବାକୁ ଇପିଏଫଓ ପ୍ରସ୍ତୁତି କରୁଛି। ଏହି ସେବାର ପରୀକ୍ଷଣ ଶେଷ ହୋଇଥିବା ନେଇ କେନ୍ଦ୍ରୀୟ ଶ୍ରମମନ୍ତ୍ରୀ ମନସୁଖ ମାଣ୍ଡଭିୟ ସୂଚନା ଦେଇଥିଲେ।
ନୂଆ ବ୍ୟବସ୍ଥା ଲାଗୁ ହେଲେ ଇପିଏଫଓ ସଦସ୍ୟମାନେ UPI ମାଧ୍ୟମରେ ନିଜ ପିଏଫ ଟଙ୍କାକୁ ବ୍ୟାଙ୍କ ଖାତାକୁ ଟ୍ରାନ୍ସଫର କରିପାରିବେ। ଏହାଦ୍ୱାରା ପିଏଫ ଟଙ୍କା ଉଠାଣ ପ୍ରକ୍ରିୟା ଅଧିକ ସରଳ ଓ ଦ୍ରୁତ ହେବ ବୋଲି ଆଶା କରାଯାଉଛି।

