ଉଦ୍ଧବ ଶିବିରକୁ ଶକ୍ତ ଧକ୍କା: ସିନ୍ଦେ ଗୋଷ୍ଠୀରେ ସାମିଲ ହେଲେ ସଚିନ ଅହିର

ମହାରାଷ୍ଟ୍ର ରାଜନୀତିରେ ଶିବସେନାକୁ ପୁଣି ଏକ ବଡ଼ ଝଟକା ଲାଗିଛି। ଦଳର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ସଚିନ ଅହିର ମଙ୍ଗଳବାର ଆନୁଷ୍ଠାନିକ ଭାବେ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ଦଳରେ ସାମିଲ ହୋଇଛନ୍ତି।

ମହାରାଷ୍ଟ୍ର ରାଜନୀତିରେ ଶିବସେନାକୁ ପୁଣି ଏକ ବଡ଼ ଝଟକା ଲାଗିଛି। ଦଳର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ସଚିନ ଅହିର ମଙ୍ଗଳବାର ଆନୁଷ୍ଠାନିକ ଭାବେ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ଦଳରେ ସାମିଲ ହୋଇଛନ୍ତି। ୱର୍ଲିର ପୂର୍ବତନ ବିଧାୟକ ତଥା ଆଦିତ୍ୟ ଠାକରେଙ୍କ ଅତି ନିକଟତମ ସହଯୋଗୀ ଭାବେ ଜଣାଶୁଣା ଅହିର ସିନ୍ଦେ ଗୋଷ୍ଠୀରେ ଯୋଗ ଦେବା ସହ ମହାରାଷ୍ଟ୍ର ବିଧାନ ପରିଷଦର ଉପାଧ୍ୟକ୍ଷ ପଦ ପାଇଁ ନିଜର ନାମାଙ୍କନ ପତ୍ର ମଧ୍ୟ ଦାଖଲ କରିଛନ୍ତି। ସିନ୍ଦେଙ୍କ ପୁଅ ଶ୍ରୀକାନ୍ତ ସିନ୍ଦେ ଏହି ସୂଚନାକୁ ସ୍ପଷ୍ଟ କରିବା ସହ ଅହିରଙ୍କୁ ଦଳୀୟ ଉତ୍ତରୀୟ ଓ ନାମାଙ୍କନ ପତ୍ର ଦିଆଯାଇଥିବା ପ୍ରକାଶ କରିଛନ୍ତି। ସଚିନ ଅହିର ପ୍ରଥମେ କଂଗ୍ରେସ ଓ ପରେ ଏନସିପିରୁ ରାଜନୀତି ଆରମ୍ଭ କରିଥିଲେ ମଧ୍ୟ ଆଦିତ୍ୟ ଠାକରେଙ୍କୁ ୱର୍ଲି ଆସନରୁ ଜିତାଇବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

୨୦୨୨ ମସିହାରେ ଶିବସେନାରେ ହୋଇଥିବା ବଡ଼ ବିଭାଜନର ୪ ବର୍ଷ ପରେ ମଧ୍ୟ ଉଦ୍ଧବ ଠାକରେଙ୍କ ଶିବିରରେ ସଙ୍କଟ ଟଳିବାର ନାଁ ନେଉନାହିଁ। ଗତ ସପ୍ତାହରେ ହିଁ ଶିବସେନାର ୬ ଜଣ ଲୋକସଭା ସାଂସଦ ଦଳ ଛାଡ଼ି ସିନ୍ଦେଙ୍କ ଗୋଷ୍ଠୀରେ ସାମିଲ ହୋଇଥିଲେ। ଏହି ବଡ଼ ଧରଣର ଦଳ ବଦଳ ଶାସକ ମହାୟୁତି ମେଣ୍ଟରେ ଏକନାଥ ସିନ୍ଦେଙ୍କ ସ୍ଥିତିକୁ ଆହୁରି ମଜବୁତ କରିଛି। ଉପମୁଖ୍ୟମନ୍ତ୍ରୀ ଏହି ନୂଆ ସାଂସଦ ଓ ନେତାମାନଙ୍କ ଯୋଗଦାନକୁ ୨୦୨୨ ବିଦ୍ରୋହର “ଦ୍ୱିତୀୟ ପର୍ଯ୍ୟାୟ” ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *