ଉଦଘାଟନ ପୂର୍ବରୁ ପିପିଲି ଲୁଣା ସେତୁ ସାଇଟ ୱାଲ ଭୁଶୁଡିବାକୁ ନେଇ ବିବାଦ । ପିପିଲି ଗ୍ରାମ୍ୟ ଉନ୍ନୟନ ବିଭାଗର SDOଙ୍କୁ ପୁରସ୍କାର ଦେବେ କହିଲେ ପୂର୍ବତନ ବିଜେଡି ବିଧାୟକ ।
ଉଦଘାଟନ ପୂର୍ବରୁ ପିପିଲି ଲୁଣା ସେତୁ ସାଇଟ ୱାଲ ଭୁଶୁଡ଼ିବାକୁ ନେଇ ବିବାଦ । ପିପିଲି ଗ୍ରାମ୍ୟ ଉନ୍ନୟନ ବିଭାଗର SDOଙ୍କୁ ପୁରସ୍କାର ଦେବେ କହିଲେ ପୂର୍ବତନ ବିଜେଡି ବିଧାୟକ । ଡେଲାଙ୍ଗ-କଣାସ ପୂର୍ବ ସଡ଼କର ଡାକପଡ଼ା ମୋହନପୁର ରାସ୍ତାରେ ଲୁଣାନଦୀ ଉପରେ ନିର୍ମାଣ ହୋଇଥିବା ନୂଆ ସେତୁର ସଂଯୋଗ ପିଚୁରାସ୍ତା ସମେତ ପଥର କାନ୍ଥ ବର୍ଷାରେ ଭୁସୁଡ଼ିଯାଇଛି । ପ୍ରାୟ ୬ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଡେଲାଙ୍ଗ ଡାକପଡ଼ା ଲୁଣାସେତୁ ଏବେ ଅସୁରକ୍ଷିତ ହୋଇପଡ଼ିଛି ।
ଦୀର୍ଘ ୭ବର୍ଷ ଧରି ନିର୍ମାଣ ହୋଇ ଗତ ୨ ମାସ ତଳେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବାବେଳେ ଆଉ କିଛି ଦିନ ପରେ ଉଦ୍ଘାଟନ ହୋଇଥାନ୍ତା । ପୁର୍ବତନ ବିଧାୟକ ରୁଦ୍ରପ୍ରତାପ ମହାରଥୀ ପହଞ୍ଚି କାର୍ଯ୍ୟକୁ ଦେଖି ବିରକ୍ତି ପ୍ରକାଶ କରିବା ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି । ପ୍ରଥମ ବର୍ଷାରେ ସେତରୁ ଅବସ୍ଥା ଶୋଚନୀୟ ହୋଇପଡିଛି। ଘଟଣାକୁ ନେଇ ରୁଦ୍ରପ୍ରତାପ ମହାରଥୀ ପିପିଲି ଗ୍ରାମ୍ୟ ଉନ୍ନୟନ ବିଭାଗର SDOଙ୍କୁ ପୁରସ୍କାର ଦେବୁ ବୋଲି କହିଛନ୍ତି । ଏହାର ଉତ୍ତରରେ SDO କହିଲେ ହଉ ଆସ ।

