ଉତ୍କଳମଣିଙ୍କ ୧୪୯ତମ ଜୟନ୍ତୀ, ଜନ୍ମମାଟି ସୁଆଣ୍ଡୋରେ ଜନସମାଗମ

ଓଡ଼ିଶାର ପ୍ରାଣକେନ୍ଦ୍ର ସାଜିଥିବା ଉତ୍କଳମଣିଙ୍କ ଏହି ଜନ୍ମମାଟି ସୁଆଣ୍ଡୋରେ ଆଜି ସକାଳୁ ଲୋକଙ୍କ ଗହଳି ଜମିଛି। ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ତାଙ୍କ ସ୍ମୃତି ଚାରଣ କରାଯାଉଛି ।

ଓଡ଼ିଶାର ପ୍ରାଣକେନ୍ଦ୍ର ସାଜିଥିବା ଉତ୍କଳମଣିଙ୍କ ଏହି ଜନ୍ମମାଟି ସୁଆଣ୍ଡୋରେ ଆଜି ସକାଳୁ ଲୋକଙ୍କ ଗହଳି ଜମିଛି। ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ତାଙ୍କ ସ୍ମୃତି ଚାରଣ କରାଯାଉଛି । ଆଜି ହେଉଛି ଅକ୍ଟୋବର ୯ ତାରିଖ ଓଡ଼ିଶାର ବରପୁତ୍ର, ମହାନ ସଂଗ୍ରାମୀ ତଥା ଦରିଦ୍ର ନାରାୟଣଙ୍କ ସେବକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ ତମ ପବିତ୍ରଜନ୍ମ ଜୟନ୍ତୀ । ଏହି ଅବସରରେ ସାରା ରାଜ୍ୟ ଆଜି ସେହି ମହାପୁରୁଷଙ୍କ ତ୍ୟାଗ ଓ ଆଦର୍ଶକୁ ମନେ ପକାଉଛି । ଗୋପବନ୍ଧୁଙ୍କ ଜନ୍ମପୀଠ ପୁରୀ ଜିଲ୍ଲାର ସୁଆଣ୍ଡୋ ଗ୍ରାମରେ ଆଜି ସକାଳୁ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । 

୧୮୭୭ ମସିହା ଆଜିର ଦିନରେ ଜନ୍ମିତ ଗୋପବନ୍ଧୁ ଓଡ଼ିଶାର ସମାଜ ସଂସ୍କାର, ଶିକ୍ଷାର ବିକାଶ ପାଇଁ “ସତ୍ୟବାଦୀ ବନ ବିଦ୍ୟାଳୟ” ପ୍ରତିଷ୍ଠା କରିଥିଲେ। ଦେଶମାତୃକାର ସେବା ପାଇଁ ତାଙ୍କର ସେହି ଅମର ବାଣୀ— “ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲି ଯାଆନ୍ତୁ ପିଠିରେ” ଆଜି ବି ପ୍ରତିଟି ଓଡ଼ିଆଙ୍କ ପ୍ରାଣରେ ଦେଶପ୍ରେମ ଭରିଦିଏ । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଏବଂ ବିଧାନସଭା ପରିସରରେ ମଧ୍ୟ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଆଜି ସତ୍ୟବାଦୀ ପୁରା ଚଳ ଚଞ୍ଚଳ ଦେଖିବାକୁ ମିଳୁଛି ଅନେକ ଶିକ୍ଷା ଅନୁଷ୍ଠାନ, ଶିକ୍ଷାବିତ, ସମାଜସେଵୀ, ପ୍ରଶାସନିକ ଅଧିକାରୀ, ରାଜନେତା ମାନଂକର ଶୁଆଣ୍ଡୋ କୁ ସୁଅ ଚୁଟୁଛି ।

Leave a Reply

Your email address will not be published. Required fields are marked *