‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ ସିଜନ୍-୨’ରେ ଏବେ ସବୁଠାରୁ ଅଧିକ ଚର୍ଚ୍ଚାରେ ଅଛନ୍ତି ଅରୁଣାଚଳ ପ୍ରଦେଶର ଯୁବ କଣ୍ଟେଣ୍ଟ କ୍ରିଏଟର ଗେନି କାମକି । ସୋସିଆଲ ମିଡିଆରେ ‘Luciidforyou’ ନାମରେ ପରିଚିତ ଗେନି ନିଜର ଅଭିନୟ ଓ ପ୍ରତିଭା ଦ୍ୱାରା ବିଚାରକ ଏବଂ ଦର୍ଶକଙ୍କ ମନ ଜିତିଛନ୍ତି ।
କମେଡିଆନ୍ ସମୟ ରୈନାଙ୍କ ଲୋକପ୍ରିୟ ଶୋ ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ ସିଜନ୍-୨’ରେ ଏବେ ସବୁଠାରୁ ଅଧିକ ଚର୍ଚ୍ଚାରେ ଅଛନ୍ତି ଅରୁଣାଚଳ ପ୍ରଦେଶର ଯୁବ କଣ୍ଟେଣ୍ଟ କ୍ରିଏଟର ଗେନି କାମକି । ସୋସିଆଲ ମିଡିଆରେ ‘Luciidforyou’ ନାମରେ ପରିଚିତ ଗେନି ନିଜର ଅଭିନୟ ଓ ପ୍ରତିଭା ଦ୍ୱାରା ବିଚାରକ ଏବଂ ଦର୍ଶକଙ୍କ ମନ ଜିତିଛନ୍ତି ।
ଗେନି ଅରୁଣାଚଳ ପ୍ରଦେଶର ବାସିନ୍ଦା ହୋଇଥିବା ବେଳେ ବର୍ତ୍ତମାନ ଗୁଆହାଟିରେ ହୋମିଓପାଥି ପଢ଼ୁଛନ୍ତି । ପଢ଼ାଶୁଣା ସହ ସେ ସୋସିଆଲ ମିଡିଆରେ ନୃତ୍ୟ, ଗୀତ ଓ ଲାଇଫଷ୍ଟାଇଲ୍ ଭିଡିଓ ପୋଷ୍ଟ କରନ୍ତି । ଇନଷ୍ଟାଗ୍ରାମରେ ତାଙ୍କର ୧୦ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି ଏବଂ ତାଙ୍କର ଅନେକ ଭିଡିଓ କୋଟି କୋଟି ଥର ଦେଖାଯାଇଛି ।
ଶୋ’ରେ ଗେନି ନିଜ ଭାଇ ଲେଖିଥିବା ଓ ଗୀତ କରିଥିବା ଏକ ପ୍ରକାଶ ପାଇ ନଥିବା ଗୀତ ପରିବେଷଣ କରିଥିଲେ। ତାଙ୍କର ଗୀତ ଓ ଆତ୍ମବିଶ୍ୱାସ ପ୍ରଦର୍ଶନ ଜଜ୍ ମାନଙ୍କୁ ବହୁତ ପସନ୍ଦ ଆସିଥିଲା। ସମସ୍ତ ଜଜ୍ ତାଙ୍କୁ ୧୦ରୁ ୧୦ ମାର୍କ ଦେଇଥିଲେ । ତେବେ ଶୋ’ର ବିଶେଷ ନିୟମ ଯୋଗୁଁ ସେ ବିଜେତା ହୋଇପାରିନଥିଲେ । ତଥାପି ସମୟ ରୈନା ତାଙ୍କ ପ୍ରତିଭାକୁ ସମ୍ମାନ ଜଣାଇ ଏକ ସ୍ମାର୍ଟଫୋନ୍ ଉପହାର ଦେଇଥିଲେ। ଏହା ପରେ ଗେନିଙ୍କ ନାମ ସୋସିଆଲ ମିଡିଆରେ ଆହୁରି ଭାଇରାଲ୍ ହୋଇଯାଇଛି । ଦର୍ଶକମାନେ ତାଙ୍କର ସରଳ ସ୍ୱଭାବ, ସ୍ୱାଭାବିକ ଅଭିନୟ ଏବଂ ହସକୁ ଖୁବ ପସନ୍ଦ କରୁଛନ୍ତି । ଗେନି କାମକି ପ୍ରମାଣ କରିଛନ୍ତି ଯେ ପ୍ରତିଯୋଗିତା ଜିତିବା ହିଁ ସବୁକିଛି ହୋଇନଥାଏ । ଭଲ ପ୍ରତିଭା ଓ ଆତ୍ମବିଶ୍ୱାସ ଥିଲେ ଲୋକଙ୍କ ହୃଦୟ ଜିତିବା ସମ୍ଭବ ହୋଇପାରେ। ଏବେ ସେ ଦେଶର ନୂଆ ଭାଇରାଲ୍ ଇଣ୍ଟରନେଟ୍ ସେନ୍ସେସନ୍ ଭାବେ ଚର୍ଚ୍ଚାରେ ରହିଛନ୍ତି ।

