ଇରାନ ଯୁଦ୍ଧରୁ ଦୂରେଇ ରହିଥିବାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇଟାଲୀକୁ ସମାଲୋଚନା କରିଛନ୍ତି। ଅଭିଯୋଗ କରି ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ପୋଷ୍ଟ କରିଛନ୍ତି।
ଇରାନ ଯୁଦ୍ଧରୁ ଦୂରେଇ ରହିଥିବାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇଟାଲୀକୁ ସମାଲୋଚନା କରିଛନ୍ତି। ଅଭିଯୋଗ କରି ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ପୋଷ୍ଟ କରିଛନ୍ତି। ଟ୍ରମ୍ପ ପୁଣି ଥରେ ଇଟାଲୀ ଏବଂ ପ୍ରଧାନମନ୍ତ୍ରୀ ମେଲୋନିଙ୍କୁ ଟାର୍ଗେଟ କରି ଇରାନ ଯୁଦ୍ଧ ପ୍ରସଙ୍ଗ ଉଠାଇ କହିଛନ୍ତି, ଇରାନ ଯୁଦ୍ଧରେ ଇଟାଲି ଆମେରିକାକୁ ସମର୍ଥନ କରିନାହିଁ। ତେବେ ଇଟାଲୀ ପକ୍ଷରୁ ଏପର୍ୟ୍ୟନ୍ତ କୌଣସି ପ୍ରତିକ୍ରିୟା ଆସିନାହିଁ। ପୂର୍ବରୁ ଟ୍ରମ୍ପ ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନିଙ୍କୁ ସମାଲୋଚନା କରିଥିଲେ। ମେଲୋନିଙ୍କ ପକ୍ଷରୁ ଏହାର ତୁରନ୍ତ ପ୍ରତିକ୍ରିୟା ପ୍ରକାଶ ପାଇଥିଲା।
ଟ୍ରମ୍ପ କହିଛନ୍ତି, ଆମେ ଦଶନ୍ଧି ଧରି ସେମାନଙ୍କୁ ସୁରକ୍ଷା ଦେଇ ଆସୁଛୁ। ନାଟୋ ଏବଂ ଇଟାଲୀ ଉପରେ ଟ୍ରିଲିୟନ ଡଲାର ଖର୍ଚ୍ଚ କରିବା ସତ୍ତ୍ୱେ, ଇଟାଲୀ ଏବଂ ଏହାର ପ୍ରଧାନମନ୍ତ୍ରୀ ଇସଲାମିକ୍ ଗଣରାଜ୍ୟ ଇରାନର ଗୁରୁତର ପରମାଣୁ ବିପଦରେ ସାମିଲ ହେବାକୁ ଚିନ୍ତା କରିନାହାନ୍ତି। ଆମେ ସେମାନଙ୍କୁ ସୁରକ୍ଷା ଦେଉଛୁ କିନ୍ତୁ ଯେତେବେଳେ ଆମକୁ ସୁରକ୍ଷା ଦେବା କଥା ଆସେ, ସେମାନେ ଆମ ସହିତ କିମ୍ବା ବିଶ୍ୱର ଅନ୍ୟ କେଉଁ ଦେଶ ସହିତ ଠିଆ ହେବେ ନାହିଁ। ଏହା ଭଲ କଥା ନୁହେଁ।
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ଦିନ ଦାବି କରିଥିଲେ ଯେ, ଇଟାଲୀ ପ୍ରଧାନମନ୍ତ୍ରୀ ମେଲୋନି ସମ୍ପ୍ରତି ଅନୁଷ୍ଠିତ ଜି-୭ ଶିଖର ସମ୍ମିଳନୀରେ ତାଙ୍କ ସହିତ ଏକ ଫଟୋ ଉଠାଇବାକୁ ବାରମ୍ବାର ଅନୁରୋଧ କରିଥିଲେ। କିନ୍ତୁ ଟ୍ରମ୍ପଙ୍କ ଏଭଳି ମନ୍ତବ୍ୟକୁ ଇଟାଲୀ ସରକାର ଏବଂ ନିଜେ ମେଲୋନି ଖଣ୍ଡନ କରିଛନ୍ତି। ମେଲୋନି ଆମେରିକା ରାଷ୍ଟ୍ରପତିଙ୍କ ଦାବିର ଜବାବ ଦେଇ ଏକ ଭିଡିଓ ବାର୍ତ୍ତା ପୋଷ୍ଟ କରିଥିଲେ। ସେ କହିଥିଲେ ଟ୍ରମ୍ପଙ୍କ ଦାବି ସମ୍ପୂର୍ଣ୍ଣ କପୋଳକଳ୍ପିତ।ଏହି ସମୟରେ, ଇଟାଲୀର ବୈଦେଶିକ ମନ୍ତ୍ରୀ ଆଣ୍ଟୋନିଓ ତାଜାନି ପ୍ରଧାନମନ୍ତ୍ରୀ ମେଲୋନି ଏବଂ ତାଙ୍କ ଦେଶ ବିଷୟରେ ଟ୍ରମ୍ପଙ୍କ ଦାବିକୁ ଗମ୍ଭୀର ଏବଂ ଅପମାନଜନକ ବୋଲି କହିଆସନ୍ତା ସପ୍ତାହରେ ତାଙ୍କର ଆମେରିକା ଗସ୍ତକୁ ବାତିଲ କରିଛନ୍ତି।

