ଆନ୍ଧ୍ରରେ କରୋନା ଚିହ୍ନଟ ପରେ ରାୟଗଡ଼ାରେ ଆତଙ୍କ: ଡାକ୍ତରଖାନାରେ ରୋଗୀଙ୍କ ଲମ୍ବା ଲାଇନ୍

ସୀମାନ୍ତବର୍ତ୍ତୀ ଜିଲ୍ଲା ହୋଇଥିବାରୁ ଏବଂ ଆନ୍ଧ୍ର ସହ ପ୍ରତ୍ୟେକ ଦିନ ହଜାର ହଜାର ଲୋକଙ୍କ ଯାତାୟାତ ରହୁଥିବାରୁ ଜିଲ୍ଲାରେ ସଂକ୍ରମଣ ବ୍ୟାପିବା ଆଶଙ୍କା ଲୋକଙ୍କୁ ଘାରିଛି । ଏହି ଭୟ ମଧ୍ୟରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥଣ୍ଡା, ଜ୍ୱର ଓ ଛିଙ୍କ ରୋଗରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।

ପଡ଼ିଶା ଆନ୍ଧ୍ରରେ ଏବଂ ଓଡ଼ିଶାର ବ୍ରହ୍ମପୁରରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ରାୟଗଡ଼ା ଜିଲ୍ଲାରେ ଭୟର ବାତାବରଣ ଖେଳିଯାଇଛି । ସୀମାନ୍ତବର୍ତ୍ତୀ ଜିଲ୍ଲା ହୋଇଥିବାରୁ ଏବଂ ଆନ୍ଧ୍ର ସହ ପ୍ରତ୍ୟେକ ଦିନ ହଜାର ହଜାର ଲୋକଙ୍କ ଯାତାୟାତ ରହୁଥିବାରୁ ଜିଲ୍ଲାରେ ସଂକ୍ରମଣ ବ୍ୟାପିବା ଆଶଙ୍କା ଲୋକଙ୍କୁ ଘାରିଛି । ଏହି ଭୟ ମଧ୍ୟରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥଣ୍ଡା, ଜ୍ୱର ଓ ଛିଙ୍କ ରୋଗରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଡାକ୍ତରଖାନା ପରିସରରେ ରୋଗୀଙ୍କ ଲମ୍ବା ଲାଇନ ଦେଖିବାକୁ ମିଳୁଛି। ସାମାନ୍ୟ ଅସୁସ୍ଥତା ଅନୁଭବ କରୁଥିବା ଲୋକେ ମଧ୍ୟ କରୋନା ଭୟରେ ଡାକ୍ତରଖାନାକୁ ପରୀକ୍ଷା ପାଇଁ ଧାଉଁଛନ୍ତି । ଜିଲ୍ଲାରେ କରୋନା ସଂକ୍ରମଣ ଡେଇଁବା ପୂର୍ବରୁ ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ଯାଞ୍ଚ କଡ଼ାକଡ଼ି କରିବା ସହ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

ଅନ୍ୟପଟେ, ସ୍ଥିତିକୁ ନେଇ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ଆଶ୍ୱାସନା ଦିଆଯାଇଛି । ପ୍ରଶାସନ କହିଛି ଯେ, ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ଏବଂ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ସଜାଗ ଅଛି । ଲୋକଙ୍କୁ ଭୟଭୀତ ନହେବା ପାଇଁ ପରାମର୍ଶ ଦିଆଯିବା ସହ ସାବଧାନତା ଅବଲମ୍ବନ କରିବାକୁ କୁହାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସମସ୍ତ ପ୍ରକାର ଜରୁରୀକାଳୀନ ବ୍ୟବସ୍ଥା ପ୍ରସ୍ତୁତ ରହିଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *