ଆଜି ବିଶ୍ୱକପରେ ଭାରତ-ପାକିସ୍ତାନ ମୁକାବିଲା: ଜାଣନ୍ତୁ କାହାର ପଲ୍ଲା ଭାରି?

ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଭାରତୀୟ ଦଳ ଏଥର ପ୍ରଥମ ଥର ପାଇଁ ବିଶ୍ୱକପ୍ ଟ୍ରଫି ହାସଲ କରି ଇତିହାସ ରଚିବା ଲକ୍ଷ୍ୟରେ ଅଛି। ପୂର୍ବରୁ ୨୦୨୦ରେ ଭାରତ ଫାଇନାଲରେ ପହଞ୍ଚିଥିଲେ ମଧ୍ୟ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇ ରନର୍ସ ଅପ୍ ହୋଇଥିଲା।

୨୦୨୬ ମହିଳା ଟି-୨୦ ବିଶ୍ୱକପରେ ଭାରତୀୟ ମହିଳା କ୍ରିକେଟ ଦଳ ନିଜର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ଅଭିଯାନ ଆରମ୍ଭ କରିବାକୁ ଯାଉଛି । ଆଜି ବର୍ମିଂହାମର ଏଜବାଷ୍ଟନ ମୈଦାନରେ ଏହି ହାଇ-ଭୋଲଟେଜ୍ ମ୍ୟାଚ୍ ଅନୁଷ୍ଠିତ ହେବ । ଗ୍ରୁପ୍-ଏ’ରେ ସ୍ଥାନ ପାଇଥିବା ଭାରତକୁ ପାକିସ୍ତାନ ସମେତ ନେଦରଲ୍ୟାଣ୍ଡ, ଦକ୍ଷିଣ ଆଫ୍ରିକା, ବାଂଲାଦେଶ ଏବଂ ଅଷ୍ଟ୍ରେଲିଆ ସହ ମୁକାବିଲା କରିବାକୁ ପଡ଼ିବ।

ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଭାରତୀୟ ଦଳ ଏଥର ପ୍ରଥମ ଥର ପାଇଁ ବିଶ୍ୱକପ୍ ଟ୍ରଫି ହାସଲ କରି ଇତିହାସ ରଚିବା ଲକ୍ଷ୍ୟରେ ଅଛି। ପୂର୍ବରୁ ୨୦୨୦ରେ ଭାରତ ଫାଇନାଲରେ ପହଞ୍ଚିଥିଲେ ମଧ୍ୟ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇ ରନର୍ସ ଅପ୍ ହୋଇଥିଲା। ଚଳିତ ବିଶ୍ୱକପ୍ ଇଂଲଣ୍ଡ ଏବଂ ୱେଲ୍ସରେ ଆୟୋଜିତ ହେଉଥିବା ବେଳେ ଏଥିରେ ପ୍ରଥମ ଥର ପାଇଁ ୧୨ଟି ଦଳ ଅଂଶଗ୍ରହଣ କରୁଛନ୍ତି। ଟୁର୍ଣ୍ଣାମେଣ୍ଟର ଗ୍ରାଣ୍ଡ ଫାଇନାଲ ଜୁଲାଇ ୫ ତାରିଖରେ ଐତିହାସିକ ଲର୍ଡସ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ।

ପରିସଂଖ୍ୟାନ ଅନୁଯାୟୀ, ମହିଳା ଟି-୨୦ ବିଶ୍ୱକପରେ ପାକିସ୍ତାନ ଉପରେ ଭାରତର ସମ୍ପୂର୍ଣ୍ଣ ଦବଦବା ରହିଛି । ପୂର୍ବରୁ ଉଭୟ ଦଳ ୮ ଥର ମୁହାଁମୁହିଁ ହୋଇଥିବା ବେଳେ ଭାରତ ୬ଟି ମ୍ୟାଚ୍ ଜିତିଥିବା ବେଳେ ପାକିସ୍ତାନ ମାତ୍ର ୨ଟିରେ ବିଜୟୀ ହୋଇଛି। ପାକିସ୍ତାନର ନେତୃତ୍ୱ ଫାତିମା ସାନା ନେଉଥିବା ବେଳେ ଉଭୟ ଦଳ ବିଜୟରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିବାକୁ ଆଶା ରଖିଛନ୍ତି। ପାଣିପାଗ ବିଭାଗ ଅନୁସାରେ ମ୍ୟାଚ୍ ଦିନ ଆକାଶ ନିର୍ମଳ ରହିବା ସହ ଖରା ହେବାର ସମ୍ଭାବନା ରହିଛି, ଯାହା ପ୍ରଶଂସକଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିଛି।

Leave a Reply

Your email address will not be published. Required fields are marked *