ଅନଲାଇନ୍‌ରେ ହର୍ବିସାଇଡ୍ ବିକ୍ରି ମହଙ୍ଗା ପଡ଼ିଲା, ଆମାଜନ୍‌-ଫ୍ଲିପକାର୍ଟକୁ ୧୦ ଲକ୍ଷ ଟଙ୍କା ଜରିମାନା

ଆମାଜନ୍‌, ଫ୍ଲିପ୍‌କାର୍ଟ ଓ ଜିଓମାର୍ଟ ଉପରେ ଜରିମାନା ଲଗାଇଛି କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ ବା ସିସିପିଏ । ‘ସାଇକ୍ଲୋସିନୋନ୍ ହର୍ବିସାଇଡ୍’ ନାମକ କୃଷି-ରାସାୟନିକ ଉତ୍ପାଦର ଅନଲାଇନ୍ ବିକ୍ରି ଓ ବିଜ୍ଞାପନକୁ ନେଇ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି ।

ଅନଲାଇନ୍‌ରେ କୃଷି ରାସାୟନିକ ସାର ବିକ୍ରିକୁ ନେଇ ବଡ଼ କାର୍ଯ୍ୟାନୁଷ୍ଠାନ ହୋଇଛି । ଆମାଜନ୍‌, ଫ୍ଲିପ୍‌କାର୍ଟ ଓ ଜିଓମାର୍ଟ ଉପରେ ଜରିମାନା ଲଗାଇଛି କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ ବା ସିସିପିଏ ।

‘ସାଇକ୍ଲୋସିନୋନ୍ ହର୍ବିସାଇଡ୍’ ନାମକ କୃଷି-ରାସାୟନିକ ଉତ୍ପାଦର ଅନଲାଇନ୍ ବିକ୍ରି ଓ ବିଜ୍ଞାପନକୁ ନେଇ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି । ଆମାଜନ୍ ଓ ଫ୍ଲିପ୍‌କାର୍ଟକୁ ୧୦ ଲକ୍ଷ ଲେଖାଏଁ ଏବଂ ଜିଓମାର୍ଟକୁ ୫ ଲକ୍ଷ ଟଙ୍କା ଜରିମାନା କରାଯାଇଛି । ସିସିପିଏର ତଦନ୍ତ ଅନୁସାରେ, ଏହି ଉତ୍ପାଦର ଅନଲାଇନ୍ ଲିଷ୍ଟିଂରେ ସକ୍ରିୟ ରାସାୟନିକ ଉପାଦାନ ଓ ଇନ୍‌ଗ୍ରେଡିଏଣ୍ଟ ସମ୍ପର୍କିତ ଆବଶ୍ୟକ ତଥ୍ୟ ଦିଆଯାଇନଥିଲା ।

ଏହି ମାମଲାରେ କୃଷି ମନ୍ତ୍ରଣାଳୟ ସିସିପିଏକୁ କହିଥିଲା ଯେ ‘ସାଇକ୍ଲୋସିନୋନ୍’ ନାମକ କୌଣସି ରାସାୟନିକ କୀଟନାଶକ ଆଇନ, ୧୯୬୮ର ସିଡ୍ୟୁଲରେ ସାମିଲ ନାହିଁ । ଫଳରେ ଏହାର ବିକ୍ରି ଓ ମାର୍କେଟିଂର ବୈଧତା ନେଇ ପ୍ରଶ୍ନ ଉଠିଥିଲା । ଏହି ମାମଲାର ଆରମ୍ଭ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ଅଭିଯୋଗରୁ ହୋଇଥିଲା । କ୍ରପ୍ କେୟାର ଫେଡେରେସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ଏହି ଅଭିଯୋଗ କରାଯାଇଥିଲା । ସିସିପିଏର ଆଦେଶ ଅନୁସାରେ, ଆମାଜନ୍‌ରେ ଏହି ଉତ୍ପାଦ ପାଇଁ ୩୮,୪୧୦ଟି ଅର୍ଡର ହୋଇଥିବା ବେଳେ ୪୩,୬୩୪ ୟୁନିଟ୍ ବିକ୍ରି ହୋଇଥିଲା । ଏହାର ମୋଟ ବିକ୍ରି ମୂଲ୍ୟ ୯୬.୪୨ ଲକ୍ଷ ଟଙ୍କା ବୋଲି ଆଦେଶରେ ଉଲ୍ଲେଖ ରହିଛି ।

ଏବେ ତିନିଟି ଇ-କମର୍ସ ପ୍ଲାଟଫର୍ମକୁ ‘ସାଇକ୍ଲୋସିନୋନ୍ ହର୍ବିସାଇଡ୍’ର ବିକ୍ରି ଓ ବିଜ୍ଞାପନ ତୁରନ୍ତ ବନ୍ଦ କରିବାକୁ ସିସିପିଏ ନିର୍ଦ୍ଦେଶ ଦେଇଛି । ଏହାସହ ନିଜ ନିଜ ପ୍ଲାଟଫର୍ମର ସ୍ୱ-ଅଡିଟ୍ କରି ୧୫ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି । ଆମାଜନ୍ ବିରୋଧରେ ସେପ୍ଟେମ୍ବର ୧୬ ତାରିଖରେ ଏବଂ ଫ୍ଲିପକାର୍ଟ ଓ ଜିଓମାର୍ଟ ବିରୋଧରେ ସେପ୍ଟେମ୍ବର ୨୨ ତାରିଖରେ ଆଦେଶ ଜାରି ହୋଇଥିବା ସିସିପିଏ ରେକର୍ଡରେ ଉଲ୍ଲେଖ ରହିଛି ।

Leave a Reply

Your email address will not be published. Required fields are marked *