ଅଟୋ ପୋଡ଼ି ବିବାଦରୁ ଗୁଳିକାଣ୍ଡ ! ଯୁବକଙ୍କୁ ଗୁଳି କରି ଫେରାର ହେଲେ ୩ ଯୁବକ

ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଯୋଡ଼ାବନ୍ଧ ଛକରେ ଦୁଇ ଅପରାଧୀ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ପୂର୍ବ ବିବାଦକୁ କେନ୍ଦ୍ର କରି ବଡ଼ଗଡ଼ ଥାନା ଅଧୀନ ସରାବାଡ଼ି ଗ୍ରାମର ଜୟସେନ ପ୍ରଧାନଙ୍କ ଉପରକୁ ପ୍ରତିପକ୍ଷ ଗୋଷ୍ଠୀ ଗୁଳି କରିଛନ୍ତି ।

 ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଯୋଡ଼ାବନ୍ଧ ଛକରେ ଦୁଇ ଅପରାଧୀ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ପୂର୍ବ ବିବାଦକୁ କେନ୍ଦ୍ର କରି ବଡ଼ଗଡ଼ ଥାନା ଅଧୀନ ସରାବାଡ଼ି ଗ୍ରାମର ଜୟସେନ ପ୍ରଧାନଙ୍କ ଉପରକୁ ପ୍ରତିପକ୍ଷ ଗୋଷ୍ଠୀ ଗୁଳି କରିଛନ୍ତି । ତାଙ୍କ ପେଟ ଓ ଅଣ୍ଟାରେ ଦୁଇଟି ଗୁଳି ବାଜିଥିବାରୁ ତାଙ୍କୁ ଆସିକା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

ପ୍ରାଥମିକ ସୂଚନାନୁସାରେ, ଏକ ଅଟୋ ପୋଡ଼ିକୁ ନେଇ ଦୁଇ ଗୋଷ୍ଠୀ ଭିତରେ ବିବାଦ ହୋଇଥିଲା । କଥା ଥାନା ପର୍ଯ୍ୟନ୍ତ ଯାଇଥିଲେ ହେଁ, ସମାଧାନର ବାଟ ବାହାରି ନଥିଲା । ଯାହାକି ପରେ ଉଗ୍ରରୂପ ନେଇଥିଲା । ଯୋଡ଼ାବନ୍ଧ ଛକରେ ଜୟସେନ ଛିଡ଼ା ହୋଇଥିବା ବେଳେ ବୁଲେଟ୍‌ରେ ତିନିଜଣ ଯୁବକ ଆସି ତାଙ୍କୁ ଅତି ନିକଟରୁ ଗୁଳି କରି ଫେରାର ହୋଇଯାଇଥିଲେ। ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅପରାଧୀଙ୍କୁ ଧରିବାକୁ ଜିଲ୍ଲା‌ରେ ନାକା କରାଯାଇଛି । ଗଞ୍ଜାମ ଏସପି ହରିଶ ବିସି କହିଛନ୍ତି, ଦୁଇ ଅପରାଧୀଙ୍କ ଭିତରେ ଗୁଳି ବିନିମୟ ହୋଇଥିବା ଜଣାପଡ଼ୁଛି। ଏହାକୁ ତଦନ୍ତ ପରିସରଭୁକ୍ତ କରାଯାଇଛି । ଖୁବଶୀଘ୍ର ତଥ୍ୟ ସାମ୍ନାକୁ ଆସିବ ।

Leave a Reply

Your email address will not be published. Required fields are marked *