UGC ଇକ୍ୱିଟି ନିୟମକୁ ନେଇ ବିବାଦ , ସଂରକ୍ଷଣ ସଂସ୍କାର ଦାବି ମଧ୍ୟରେ ଅଜୟ ଆଲୋକଙ୍କ ବଡ଼ ବୟାନ

UGC ଇକ୍ୱିଟି ନିୟମକୁ ନେଇ ବଢ଼ିଲା ବିବାଦ । ସଂରକ୍ଷଣ ବ୍ୟବସ୍ଥାକୁ ନେଇ ରାଜନୀତି ମଧ୍ୟ ତେଜିଛି । UGCର ନୂଆ ଇକ୍ୱିଟି ନିୟମରେ ଉଚ୍ଚ ଶିକ୍ଷାନୁଷ୍ଠାନରେ ଜାତିଭିତ୍ତିକ ଭେଦଭାବ ରୋକିବା ଓ ସମାନତା ସୁନିଶ୍ଚିତ କରିବା ନେଇ ବ୍ୟବସ୍ଥା ରହିଛି ।

UGC ଇକ୍ୱିଟି ନିୟମକୁ ନେଇ ବଢ଼ିଲା ବିବାଦ । ସଂରକ୍ଷଣ ବ୍ୟବସ୍ଥାକୁ ନେଇ ରାଜନୀତି ମଧ୍ୟ ତେଜିଛି । UGCର ନୂଆ ଇକ୍ୱିଟି ନିୟମରେ ଉଚ୍ଚ ଶିକ୍ଷାନୁଷ୍ଠାନରେ ଜାତିଭିତ୍ତିକ ଭେଦଭାବ ରୋକିବା ଓ ସମାନତା ସୁନିଶ୍ଚିତ କରିବା ନେଇ ବ୍ୟବସ୍ଥା ରହିଛି । ଏହି ପ୍ରସଙ୍ଗକୁ ନେଇ ଏବେ ସଂରକ୍ଷଣ ବ୍ୟବସ୍ଥା ଉପରେ ନୂଆ କରି ଚର୍ଚ୍ଚା ଆରମ୍ଭ ହୋଇଛି । ବିଜେପି ନେତା ଅଜୟ ଆଲୋକ ଏହି ବିବାଦ ଉପରେ ନିଜ ମତ ରଖିଛନ୍ତି । ତାଙ୍କ କହିବା ଅନୁଯାୟୀ, ଉଚ୍ଚବର୍ଗର ଆର୍ଥିକ ଦୁର୍ବଳ ବର୍ଗଙ୍କ ପାଇଁ ପୂର୍ବରୁ ୧୦ ପ୍ରତିଶତ EWS ସଂରକ୍ଷଣ ବ୍ୟବସ୍ଥା କରାଯାଇଛି ।

ଅନ୍ୟପଟେ UGCର ଇକ୍ୱିଟି ନିୟମକୁ ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି । କେହି ଏହାକୁ ଶିକ୍ଷାନୁଷ୍ଠାନରେ ସମାନତା ଓ ଭେଦଭାବ ରୋକିବା ଦିଗରେ ପଦକ୍ଷେପ ବୋଲି କହୁଥିବା ବେଳେ, ଅନ୍ୟପଟେ ଏହାକୁ ନେଇ ରାଜନୈତିକ ବିତର୍କ ମଧ୍ୟ ତୀବ୍ର ହୋଇଛି । ତେବେ UGCର ଏହି ନିୟମକୁ ନେଇ ସଂରକ୍ଷଣ ବ୍ୟବସ୍ଥାରେ କ’ଣ ପ୍ରଭାବ ପଡ଼ିବ ଏବଂ ଏହାକୁ ନେଇ ଆଗକୁ ରାଜନୀତି କେତେ ତୀବ୍ର ହେବ, ତା’ ଉପରେ ଏବେ ନଜର ।

Leave a Reply

Your email address will not be published. Required fields are marked *