ପଶ୍ଚିମବଙ୍ଗ ରାଜନୀତି ମମତା ବାନାର୍ଜୀ ଶିବିର ପାଇଁ ବଡ଼ ଝଟକା ଆଣିଛି । ପ୍ରଥମେ ନିର୍ବାଚନ ଆୟୋଗ ‘ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ’ ନାମ ଏବଂ ‘ଫୁଲ-ଘାସ’ ଚିହ୍ନକୁ ଫ୍ରିଜ୍ କରିଦେଇଛନ୍ତି ।
ପଶ୍ଚିମବଙ୍ଗ ରାଜନୀତି ମମତା ବାନାର୍ଜୀ ଶିବିର ପାଇଁ ବଡ଼ ଝଟକା ଆଣିଛି । ପ୍ରଥମେ ନିର୍ବାଚନ ଆୟୋଗ ‘ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ’ ନାମ ଏବଂ ‘ଫୁଲ-ଘାସ’ ଚିହ୍ନକୁ ଫ୍ରିଜ୍ କରିଦେଇଛନ୍ତି । ସେପଟେ ନନ୍ଦୀଗ୍ରାମରେ ଦଳୀୟ ପ୍ରାର୍ଥୀ ସଞ୍ଚିତା ପ୍ରଧାନ ଦେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଭେଟିବା ପରେ ହଠାତ୍ ନାମାଙ୍କନ ପ୍ରତ୍ୟାହାର କରିନେଇଥିଲେ । ମମତା କଂଗ୍ରେସ ପ୍ରାର୍ଥୀ ମିଲନ ପ୍ରଧାନଙ୍କୁ ସମର୍ଥନ ଘୋଷଣା କରିଥିଲେ ମଧ୍ୟ ମାତ୍ର କିଛି ଘଣ୍ଟା ମଧ୍ୟରେ ତାଙ୍କର ଗିରଫଦାରୀ ପରିସ୍ଥିତିକୁ ଆହୁରି ଜଟିଳ କରିଛି ।
ଏହି ଘଟଣା ପରେ ମମତା ବାନାର୍ଜୀଙ୍କ ଗୋଷ୍ଠୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ପ୍ରଥମ ଆବେଦନରେ ନିର୍ବାଚନ ଆୟୋଗଙ୍କ ସେହି ଆଦେଶକୁ ଚାଲେଞ୍ଜ କରାଯାଇଛି, ଯାହା ଦଳର ନାଁ ଓ ପ୍ରତୀକ ଉପରେ ରୋକ୍ ଲଗାଇଥିଲା । ଆବେଦନରେ ଅଭିଯୋଗ ହୋଇଛି ଯେ ଆୟୋଗ ବିଦ୍ରୋହୀ ଗୋଷ୍ଠୀର ଦାବିକୁ ଅହେତୁକ ପ୍ରାଥମିକତା ଦେଇଛନ୍ତି । ଦ୍ୱିତୀୟ ଆବେଦନରେ ବିଧାନସଭା ବାଚସ୍ପତିଙ୍କ ଦ୍ୱାରା ୧୦ ଜଣ ବିଦ୍ରୋହୀ ବିଧାୟକଙ୍କ ଅଯୋଗ୍ୟତା ମାମଲାରେ ବିଳମ୍ବ ହେଉଥିବା ପ୍ରସଙ୍ଗ ଉଠାଯାଇଛି । ମମତାଙ୍କ ଗୋଷ୍ଠୀ ଯୁକ୍ତି ବାଢ଼ିଛି ଯେ, ବିଧାୟକଙ୍କ ସଦସ୍ୟତା ସ୍ପଷ୍ଟ ନହୋଇ ପାର୍ଟିର ନାମ ଓ ଚିହ୍ନ ବଣ୍ଟନ କରିବା ସାମ୍ବିଧାନିକ ଭାବେ ଭୁଲ୍ । ଜୁଲାଇ ମାସରୁ ଚାଲିଥିବା ଏହି ବିବାଦ ମାମଲାରେ ଆସନ୍ତା ସେପ୍ଟେମ୍ବର ୨୧ ତାରିଖରେ ସୁପ୍ରିମକୋର୍ଟରେ ଶୁଣାଣି ହେବାର ସମ୍ଭାବନା ରହିଛି ।

