ଦେଶରେ ଏସ୍ଆଇଆର ରଦ୍ଦ ଏବଂ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଚାଲିଥିବା ବିକ୍ଷୋଭ ଭିତରେ ଫର୍ମ-୬କୁ ନେଇ ବଡ଼ ଟିପ୍ପଣୀ ରଖିଛନ୍ତି ସୁପ୍ରିମକୋର୍ଟ । ତିନିଜଣିଆ ଖଣ୍ଡପୀଠ ଶୁଣାଣି କରି କହିଛନ୍ତି ଯେ, ଫର୍ମ-୬ରେ ପରିବର୍ତ୍ତନ ପାଇଁ କୋର୍ଟ ମଞ୍ଜୁରୀ ଦେଇନାହାନ୍ତି ।
ଦେଶରେ ଏସ୍ଆଇଆର ରଦ୍ଦ ଏବଂ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଚାଲିଥିବା ବିକ୍ଷୋଭ ଭିତରେ ଫର୍ମ-୬କୁ ନେଇ ବଡ଼ ଟିପ୍ପଣୀ ରଖିଛନ୍ତି ସୁପ୍ରିମକୋର୍ଟ । ତିନିଜଣିଆ ଖଣ୍ଡପୀଠ ଶୁଣାଣି କରି କହିଛନ୍ତି ଯେ, ଫର୍ମ-୬ରେ ପରିବର୍ତ୍ତନ ପାଇଁ କୋର୍ଟ ମଞ୍ଜୁରୀ ଦେଇନାହାନ୍ତି । ବେଆଇନ କାମ କରିଥିଲେ ପରିଣାମ ଭୋଗିବେ । ନିର୍ବାଚନ କମିସନ ଓ କେନ୍ଦ୍ର ସରକାରଙ୍କୁ ବିସ୍ତୃତ ତଥ୍ୟ ମାଗିଛନ୍ତି । ଜ୍ଞାନେଶ କୁମାର ଫର୍ମ-୬କୁ ବେଆଇନ୍ ଭାବେ ଏକପାଖିଆ ଭାବେ ବଦଳାଇଛନ୍ତି ବୋଲି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ସାଂଘାତିକ ଅଭିଯୋଗ ଆଣିଛନ୍ତି । ବିଜେପିକୁ ସାହାଯ୍ୟ କରିବା ପାଇଁ ଜ୍ଞାନେଶ କୁମାର ତାଙ୍କ ପଦବୀର ଅପବ୍ୟବହାର କରିଥିବା ରାହୁଲ କହିଛନ୍ତି । ସେପଟେ କିନ୍ତୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଫର୍ମ-୬ରେ ପରିବର୍ତ୍ତନ କରାଯାଇଥିଲା ବୋଲି ଜ୍ଞାନେଶ କୁମାର ଗତ ସେପ୍ଟେମ୍ବର ୨୬ ତାରିଖରେ ଏକ ପ୍ରେସ୍ ନୋଟ୍ ଜାରି କରି କହିଥିଲେ ।
ଫର୍ମ-୬କୁ ନେଇ ମୁହାଁମୁହିଁ ନିର୍ବାଚନ କମିସନ ଓ ରାହୁଲ ଗାନ୍ଧୀ
ଜ୍ଞାନେଶ କୁମାର ଫର୍ମ-୬କୁ ବେଆଇନ୍ ଭାବେ ବଦଳାଇଛନ୍ତି
ବିଜେପିକୁ ସାହାଯ୍ୟ କରିବାକୁ ପଦବୀର ଅପବ୍ୟବହାର କରିଛନ୍ତି
‘ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଫର୍ମ-୬ରେ ପରିବର୍ତ୍ତନ କରାଯାଇଥିଲା’
ସେପ୍ଟେମ୍ବର ୨୬ ତାରିଖରେ ପ୍ରେସ୍ ନୋଟ୍ ଜାରି କରି କହିଥିଲେ ଜ୍ଞାନେଶ କୁମାର
ରାହୁଲ ଗାନ୍ଧୀ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ ମୁଖ୍ୟ ନିର୍ବାଚନ କମିସନର

