ଭାରତୀୟ ଷ୍ଟେଟ୍ ବ୍ୟାଙ୍କର କିଛି ଗ୍ରାହକଙ୍କ ତଥ୍ୟ ଡାର୍କ ୱେବ୍ରେ ଉପଲବ୍ଧ ଥିବା ନେଇ ଖବର ସାମ୍ନାକୁ ଆସିଛି । ଅକ୍ଟୋବର ୨୦୨୬ରେ ଏହି ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ବ୍ୟାଙ୍କ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଥିବା କୁହାଯାଇଛି ।
ଭାରତରେ ଡିଜିଟାଲ୍ ବ୍ୟାଙ୍କିଂ ଓ UPI କାରବାର ବଢ଼ୁଥିବା ବେଳେ ଗ୍ରାହକଙ୍କ ବ୍ୟକ୍ତିଗତ ତଥ୍ୟର ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (SBI)ର କିଛି ଗ୍ରାହକଙ୍କ ତଥ୍ୟ ଡାର୍କ ୱେବ୍ରେ ଉପଲବ୍ଧ ଥିବା ନେଇ ଖବର ସାମ୍ନାକୁ ଆସିଛି । ଅକ୍ଟୋବର ୨୦୨୬ରେ ଏହି ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ବ୍ୟାଙ୍କ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଥିବା କୁହାଯାଇଛି ।
ରିପୋର୍ଟ ଅନୁଯାୟୀ, ପ୍ରାୟ ୩ ଲକ୍ଷ ୭୫ ହଜାର ରେକର୍ଡର ଏକ ସଂଗ୍ରହ ମଧ୍ୟରୁ ୩,୮୯୭ଟି ଗ୍ରାହକଙ୍କ ରେକର୍ଡରେ ବ୍ୟକ୍ତିଗତ ପରିଚୟ ସମ୍ବନ୍ଧୀୟ ତଥ୍ୟ ଚିହ୍ନଟ ହୋଇଛି । ଏଥିରେ ନାମ, ମୋବାଇଲ୍ ନମ୍ବର, ଜନ୍ମ ତାରିଖ, ଇମେଲ୍ ଠିକଣା, ଆବାସିକ ଠିକଣା ଓ ବ୍ୟାଙ୍କ ଶାଖା ସମ୍ବନ୍ଧୀୟ ବିବରଣୀ ରହିଥିବା କୁହାଯାଇଛି। ତେବେ ବ୍ୟାଙ୍କର ପ୍ରାରମ୍ଭିକ ଆକଳନ ଅନୁସାରେ ଗ୍ରାହକଙ୍କ ଜମା ଟଙ୍କା ସୁରକ୍ଷିତ ରହିଛି ।
ତଥ୍ୟ ଲିକ୍ ହେବା ଦ୍ୱାରା ନକଲି ବ୍ୟାଙ୍କ କଲ୍, ଫିସିଂ ଲିଙ୍କ୍ ଓ ଜାଲିଆତି ଋଣ ପ୍ରସ୍ତାବ ମାଧ୍ୟମରେ ଠକେଇ ହେବାର ଆଶଙ୍କା ରହିଛି । ଏହାପୂର୍ବରୁ ବ୍ୟାଙ୍କ ଅଫ୍ ବରୋଦା ଓ ଡିଜିଟାଲ୍ ପେମେଣ୍ଟ କମ୍ପାନୀ MobiKwikକୁ ନେଇ ମଧ୍ୟ ତଥ୍ୟ ଲିକ୍ ଅଭିଯୋଗ ସାମ୍ନାକୁ ଆସିଥିଲା । ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ, ଗ୍ରାହକମାନେ OTP, UPI PIN କିମ୍ବା ବ୍ୟାଙ୍କ ପାସ୍ୱାର୍ଡ କାହା ସହ ସେୟାର କରିବା ଉଚିତ ନୁହେଁ । ସାଇବର ଠକେଇର ଶିକାର ହେଲେ ତୁରନ୍ତ ୧୯୩୦ ହେଲ୍ପଲାଇନ୍ରେ ଯୋଗାଯୋଗ କରିବା ଆବଶ୍ୟକ ।

