ପ୍ରଥମଟି ମମତା ବାନାର୍ଜୀଙ୍କ ସରକାର ସମୟର ହୋଇଥିବାବେଳେ ଦ୍ୱିତୀୟଟି ଆଜିର । ଶ୍ରୀକ୍ଷେତ୍ର ପୁରୀର ଗରିମା ଓ ସାଂସ୍କୃତିକ ମହତ୍ୱକୁ ସମ୍ମାନ ଜଣାଇ ପଶ୍ଚିମବଙ୍ଗର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ଦୀଘାରୁ ହଟାଯାଇଛି ଜଗନ୍ନାଥ ଧାମ ଲେଖା ।
ଦୀଘାରୁ ଜଗନ୍ନାଥ ଧାମ ଶବ୍ଦ ହଟାଇବାକୁ ବାରମ୍ବାର ଦାବି ସତ୍ତ୍ୱେ ଶୁଣିନଥିଲେ ମମତା ବାନାଜୀ । ଶ୍ରୀକ୍ଷେତ୍ରର ଗରିମାକୁ ଅଣଦେଖା କରି ଜିଦରେ ଅଟଳ ରହିଥିଲେ । ପଶ୍ଚିମବଙ୍ଗରେ ସରକାର ବଦଳିବା ପରେ, ଓଡ଼ିଶାର ଦାବିକୁ ଗ୍ରହଣ କରିବା ସହ ଦୀଘାରୁ ଏହି ଶବ୍ଦକୁ ହଟାଇ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ । ଜଗନ୍ନାଥ ଧାମ ବଦଳରେ ଲେଖାଯାଇଛି ଦୀଘା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର । ଶୁଭେନ୍ଦୁ ଅଧିକାରୀଙ୍କ ଏହି ନିଷ୍ପତ୍ତି ଜଗନ୍ନାଥ ପ୍ରେମୀ ସ୍ୱାଗତ କରିଛନ୍ତି ।
ପ୍ରଥମଟି ମମତା ବାନାର୍ଜୀଙ୍କ ସରକାର ସମୟର ହୋଇଥିବାବେଳେ ଦ୍ୱିତୀୟଟି ଆଜିର । ଶ୍ରୀକ୍ଷେତ୍ର ପୁରୀର ଗରିମା ଓ ସାଂସ୍କୃତିକ ମହତ୍ୱକୁ ସମ୍ମାନ ଜଣାଇ ପଶ୍ଚିମବଙ୍ଗର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ଦୀଘାରୁ ହଟାଯାଇଛି ଜଗନ୍ନାଥ ଧାମ ଲେଖା । ଜଗନ୍ନାଥ ଧାମ ବଦଳରେ ଲାଗିଛି ଦୀଘା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର ଲେଖା ଯାଇଥିବା ବ୍ୟାନର ।
ଶୁଭେନ୍ଦୁ ସରକାରଙ୍କ ଏହି ତ୍ୱରିତ ଓ ପରମ୍ପରା-ପ୍ରେମୀ ପଦକ୍ଷେପ ପାଇଁ ସମଗ୍ର ଓଡ଼ିଶାବାସୀଙ୍କ ପକ୍ଷରୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କହିଛନ୍ତି, ଏହି ନିଷ୍ପତ୍ତି ମହାପ୍ରଭୁଙ୍କ ସଂସ୍କୃତିର ଶାସ୍ତ୍ରୀୟ ମାନ୍ୟତାକୁ ସୁରକ୍ଷିତ ରଖିବା ସହ ଦୁଇ ପଡ଼ୋଶୀ ରାଜ୍ୟ ମଧ୍ୟରେ ଥିବା ଭାତୃଭାବ ଏବଂ ସାଂସ୍କୃତିକ ସୌହାର୍ଦ୍ଦ୍ୟକୁ ଆହୁରି ମଜଭୁତ କରିବ । ପଶ୍ଚିମବଙ୍ଗ ସରକାରଙ୍କ ନିଷ୍ପତ୍ତିକୁ ସେବାୟତ ଓ ଜଗନ୍ନାଥଙ୍କ ଶ୍ରଦ୍ଧାଳୁ ସ୍ୱାଗତ କରିଛନ୍ତି ।
ଗତବର୍ଷ ଅକ୍ଷୟ ତୃତୀୟାରେ ତତ୍କାଳୀନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରିଥିଲେ । ଦୀଘା ଜଗନ୍ନାଥ ଧାମ ନାଁରେ ଏହାର ନାମକରଣ କରିଥିଲେ । ଏଭଳି ନାମକରଣ ଓଡ଼ିଶାବାସୀ ତଥା ବିଶ୍ୱବ୍ୟାପି ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଥିଲା । ଶାସ୍ତ୍ରୀୟ ଓ ପୌରାଣିକ ମାନ୍ୟତା ଅନୁଯାୟୀ, ପବିତ୍ର ଶ୍ରୀକ୍ଷେତ୍ର ପୁରୀ ହିଁ ସନାତନ ଧର୍ମର ଅନନ୍ୟ ଏବଂ ଅଦ୍ୱିତୀୟ ‘ଜଗନ୍ନାଥ ଧାମ’ ।
ତେଣୁ ନାମ ପରିବର୍ତ୍ତନ କରିବାକୁ ଦାବି କରାଯାଇଥିଲା । ହେଲେ, ସେ ସମୟରେ ଶୁଣିନଥିଲେ ମମତା । ପଶ୍ଚିମବଙ୍ଗରେ ସରକାର ବଦଳିବା ପରେ ଏହି ସାଂସ୍କୃତିକ ଭ୍ରମକୁ ସଂଶୋଧନ କରିବାକୁ ଶୁଭେନ୍ଦୁ ଅଧିକାରୀଙ୍କୁ ଚିଠି ଲେଖିଥିଲେ ମୋହନ ମାଝୀ ।

