ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ୍ କରିବା ଆରମ୍ଭ ହୋଇଛି। ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ମଧ୍ୟ ଏହି ଭିଡିଓ ସେୟାର କରି ମୁଖ୍ୟମନ୍ତ୍ରୀଙ୍କୁ ‘ନମୁନା’ ବୋଲି କଟାକ୍ଷ କରିଛନ୍ତି। ସମ୍ରାଟ ଚୌଧୁରୀ ଦିଲ୍ଲୀରେ ବିହାର ସରକାର ଓ କେନ୍ଦ୍ରୀୟ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ମଧ୍ୟରେ ହୋଇଥିବା ବୁଝାମଣା କାର୍ୟ୍ୟକ୍ରମରେ ସାମିଲ ହୋଇଥିଲେ। ଏହି ସମୟରେ ଆଇନଶୃଙ୍ଖଳା ପ୍ରସଙ୍ଗରେ ମତ ରଖି ସେ କହିଥିଲେ, “ବିହାରରେ କ୍ରାଇମ୍ ହୋଇପାରେ, କିନ୍ତୁ ଅପରାଧ ନୁହେଁ।” ରାଜ୍ୟରେ ଅପରାଧର ଧାରଣା ଶେଷ ହୋଇଯାଇଥିବା ମଧ୍ୟ ସେ ଦାବି କରିଥିଲେ।
ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ନିଜର ଏକ ବୟାନକୁ ନେଇ ବିବାଦ ଘେରକୁ ଆସିଛନ୍ତି। ମଙ୍ଗଳବାର (ନଭେମ୍ବର ୩, ୨୦୨୬) ଦିଲ୍ଲୀର ତାଜ୍ ହୋଟେଲରେ ବିହାର ସରକାର ଏବଂ କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ମଧ୍ୟରେ ଏମ୍ଓୟୁ ସ୍ୱାକ୍ଷର କାର୍ୟ୍ୟକ୍ରମ ହୋଇଥିଲା। ଏହି କାର୍ୟ୍ୟକ୍ରମରେ ସମ୍ରାଟ ଚୌଧୁରୀ କହିଥିଲେ, ବିହାରରେ ଅପରାଧର ଧାରଣା ହିଁ ଶେଷ ହୋଇଯାଇଛି। ରାଜ୍ୟରେ କ୍ରାଇମ୍ ହୋଇପାରେ, କିନ୍ତୁ ଅପରାଧ ନୁହେଁ।
ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ୍ କରିବା ଆରମ୍ଭ ହୋଇଛି। ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ମଧ୍ୟ ଏହି ଭିଡିଓ ସେୟାର କରି ମୁଖ୍ୟମନ୍ତ୍ରୀଙ୍କୁ ‘ନମୁନା’ ବୋଲି କଟାକ୍ଷ କରିଛନ୍ତି। ସମ୍ରାଟ ଚୌଧୁରୀ ଦିଲ୍ଲୀରେ ବିହାର ସରକାର ଓ କେନ୍ଦ୍ରୀୟ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ମଧ୍ୟରେ ହୋଇଥିବା ବୁଝାମଣା କାର୍ୟ୍ୟକ୍ରମରେ ସାମିଲ ହୋଇଥିଲେ। ଏହି ସମୟରେ ଆଇନଶୃଙ୍ଖଳା ପ୍ରସଙ୍ଗରେ ମତ ରଖି ସେ କହିଥିଲେ, “ବିହାରରେ କ୍ରାଇମ୍ ହୋଇପାରେ, କିନ୍ତୁ ଅପରାଧ ନୁହେଁ।” ରାଜ୍ୟରେ ଅପରାଧର ଧାରଣା ଶେଷ ହୋଇଯାଇଥିବା ମଧ୍ୟ ସେ ଦାବି କରିଥିଲେ।
ସୋସିଆଲ ମିଡିଆରେ ଉଠିଲା ପ୍ରଶ୍ନ
ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ତାଙ୍କ କଥା ଓ ଦାବିକୁ ନେଇ ଅନେକ ୟୁଜର୍ସ ପ୍ରଶ୍ନ ଉଠାଇଛନ୍ତି। ବିରୋଧୀ ନେତାମାନେ ମଧ୍ୟ ବିହାରର ଆଇନଶୃଙ୍ଖଳା ସ୍ଥିତିକୁ ନେଇ ସରକାରଙ୍କୁ ଘେରିଛନ୍ତି। ଏହି ବୟାନକୁ ନେଇ ସୋସିଆଲ ମିଡିଆରେ ଲଗାତାର ପ୍ରତିକ୍ରିୟା ଆସିବାରେ ଲାଗିଛି।
ଭିଡିଓ ସେୟାର କରି ତେଜସ୍ୱୀଙ୍କ କଟାକ୍ଷ
ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ଏହି ଭିଡିଓ ସେୟାର କରି ଲେଖିଛନ୍ତି, “ବିହାରରେ ‘କ୍ରାଇମ୍’ ହୋଇପାରେ, ‘ଅପରାଧ’ ନୁହେଁ।” ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରି ତେଜସ୍ୱୀ କହିଛନ୍ତି, ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ମନୋନୀତ ମୁଖ୍ୟମନ୍ତ୍ରୀ। ଏପରିକି ତାଙ୍କୁ ‘ନମୁନା’ ବୋଲି ମଧ୍ୟ କଟାକ୍ଷ କରିଛନ୍ତି। ଏଥିସହିତ ସମ୍ରାଟ ଚୌଧୁରୀଙ୍କ ବିରୋଧରେ ୭ଟି ହତ୍ୟା ମାମଲା ଥିବା ତେଜସ୍ୱୀ ଅଭିଯୋଗ କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ଟାର୍ଗେଟ୍
ତେଜସ୍ୱୀ ଯାଦବ ନିଜ ପୋଷ୍ଟରେ ମଞ୍ଚରେ ଉପସ୍ଥିତ ଥିବା ଅଧିକାରୀମାନଙ୍କୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ କାମ କରି ଆଇଏଏସ୍ ଓ ଆଇପିଏସ୍ ଅଧିକାରୀମାନେ ନିଜକୁ ସମ୍ମାନିତ ମନେ କରୁଛନ୍ତି ନା ଅପମାନିତ, ବୋଲି ସେ ପ୍ରଶ୍ନ କରିଛନ୍ତି। ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ନିଶାନା କରିଛନ୍ତି ତେଜସ୍ୱୀ। ଶେଷରେ ସେ ପ୍ରଶ୍ନ କରିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ’ଣ ଏହି ବ୍ୟକ୍ତିଙ୍କ ହାତରେ ବିହାରକୁ ବର୍ବାଦ କରିବା ପାଇଁ ସୁପାରି ନେଇଛନ୍ତି?”

