ଭୀଷଣ ବାତ୍ୟାର ରୂପ ନେଲା ବାତ୍ୟା ମୁରାସୁ

ବଙ୍ଗୋପସାଗରରେ ବଳ ଗୋଟାଉଥିବା ବାତ୍ୟା ‘ମୁରାସୁ’ ଭୀଷଣ ବାତ୍ୟାର ରୂପ ନେଇଛି । ନଭେମ୍ବର ୨ ମଧ୍ୟରାତିରୁ ୩ ତାରିଖ ଭୋର ମଧ୍ୟରେ ନେଲୋର ଓ ନରସାପୁର ମଧ୍ୟରେ ଆନ୍ଧ୍ର ଉପକୂଳ ଛୁଇଁପାରେ। ଲ୍ୟାଣ୍ଡଫଲ୍‌ ସମୟରେ ପବନର ବେଗ ୧୦୦ରୁ ୧୧୦ କିମି ଏବଂ ଝଟକା ପବନ ୧୨୦ କିମି ରହିବା ଆକଳନ କରାଯାଇଛି।

ଭୀଷଣ ବାତ୍ୟାର ରୂପ ନେଲା ମୁରାସୁ । ବଙ୍ଗୋପସାଗରରେ ବଳ ଗୋଟାଇ ଆଗକୁ ବଢ଼ୁଛି ବାତ୍ୟା । ମଧ୍ୟରାତିରେ ଆନ୍ଧ୍ରର ନେଲୋର ଓ ନର୍ସାପୂର ଭିତରେ ଛୁଇଁବ ସ୍ଥଳଭାଗ ।  ୫ ଜିଲ୍ଲାକୁ ସତର୍କ କରାଇଛି ଆଇଏମ୍‌ଡି । ଆଜିଠାରୁ ଦକ୍ଷିଣ ଓଡ଼ିଶାରେ ବର୍ଷା ହୋଇପାରେ । ଘଣ୍ଟା ପ୍ରତି ୨୦ କିମି ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି ‘ମୁରାସୁ । ତାମିଲନାଡୁର ଚେନ୍ନାଇଠାରୁ ୨୬୦ କିମି, ଆନ୍ଧ୍ରପ୍ରଦେଶର ନେଲ୍ଲୋରଠାରୁ ୩୦୦ କିମି ଓ ବିଶାଖାପାଟଣାଠାରୁ ୬୧୦ କିମି ଦକ୍ଷିଣ-ଦକ୍ଷିଣପୂର୍ବରେ ରହିଛି ।

ପରବର୍ତୀ ୨୪ ଘଣ୍ଟା ମଧ୍ୟରେ ଏହା ଉତ୍ତର- ପଶ୍ଚିମ ଦିଗକୁ ଗତି କରିବ । ଆଜି ମଧ୍ୟରାତିରୁ ୩ ତାରିଖ ଭୋର ମଧ୍ୟରେ ଦକ୍ଷିଣ ଆନ୍ଧ୍ରପ୍ରଦେଶର ନେଲ୍ଲୋର ଓ ନରସପୁର ମଧ୍ୟରେ ଉପକୂଳରେ ଲାଣ୍ଡଫଲ କରିବ। ଭୟଙ୍କର ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ଘଣ୍ଟାକୁ ୧୦୦ରୁ ୧୧୦ କିଲୋମିଟର ବେଗରେ ମାଡ଼ ହେବ । ଝଟକା ପବନର ବେଗ ଘଣ୍ଟାପ୍ରତି ୧୨୦ କିଲୋମିଟର ଛୁଇଁବ । 

ମଙ୍ଗଳବାର ବିଳମ୍ୱିତ ରାତିରୁ ବୁଧବାର ସକାଳ ଯାଏଁ ଭୟଙ୍କର ବାତ୍ୟା ମୁରାସୁର ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବା ପୂର୍ବାନୁମାନ କରାଯାଉଛି । ତେଣୁ ଅର୍ଣ୍ଣବ ପ୍ରଭାବରେ ଯେମିତି ବିପର୍ଯ୍ୟୟ ହୋଇଥିଲା ସେହିଭଳି ବିପର୍ଯ୍ୟୟରୁ ରକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି ଜିଲ୍ଲା ପ୍ରଶାସନ । 

Leave a Reply

Your email address will not be published. Required fields are marked *