ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀଙ୍କ ବଡ଼ ରଣନୀତି, ଖଡ଼ଗେଙ୍କ ଘରେ ବସିବ ଛାୟା ସଂସଦ!

ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କୁ ପଦରୁ ହଟାଇବା ଦାବିରେ ବିରୋଧୀଙ୍କ ନୂଆ ରଣନୀତି । ଏଥିପାଇଁ ଆସନ୍ତାକାଲି ଇଣ୍ଡି ମେଣ୍ଟ ପକ୍ଷରୁ ଆୟୋଜନ ହେବ ଛାୟା ସଂସଦ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବାସଭବନରେ ଏହି କାର୍ଯ୍ୟକ୍ରମ ହେବ ।

ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କୁ ପଦରୁ ହଟାଇବା ଦାବିରେ ବିରୋଧୀଙ୍କ ନୂଆ ରଣନୀତି । ଏଥିପାଇଁ ଆସନ୍ତାକାଲି ଇଣ୍ଡି ମେଣ୍ଟ ପକ୍ଷରୁ ଆୟୋଜନ ହେବ ଛାୟା ସଂସଦ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବାସଭବନରେ ଏହି କାର୍ଯ୍ୟକ୍ରମ ହେବ । ଜ୍ଞାନେଶ କୁମାରଙ୍କ ବିରୋଧରେ ଜନ ମହାଭିଯୋଗ ପ୍ରସ୍ତାବ ଆଣିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଇଣ୍ଡି ମେଣ୍ଟ ପକ୍ଷରୁ କୁହାଯାଇଛି ।

ନଭେମ୍ବର ୧ ତାରିଖରେ ଇଣ୍ଡି ମେଣ୍ଟର ବିଶାଳ ରାଲି ପୂର୍ବରୁ ଏହି ଛାୟା ସଂସଦ ଆୟୋଜନ କରାଯାଉଛି । ଲୋକସଭାର ପୂର୍ବତନ ବାଚସ୍ପତି ମୀରା କୁମାର ଏହି ବୈଠକର ଅଧ୍ୟକ୍ଷତା କରିବେ । ବୈଠକରେ ମଲ୍ଲିକାର୍ଜୁନ ଖଡ଼ଗେ, ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଓ ଜୟରାମ ରମେଶଙ୍କ ସମେତ ବିରୋଧୀ ଦଳର ବହୁ ପ୍ରମୁଖ ନେତା ସାମିଲ ହେବେ ।

ଏଥିସହ ଟିଏମ୍‌ସି, ସପା, ଜେଏମ୍‌ଏମ୍‌ ଓ ସିପିଏମ୍‌ ଭଳି ଦଳର ନେତାମାନେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଅନ୍ୟପଟେ ଆସନ୍ତାକାଲି ଦିଲ୍ଲୀରେ ଆଉ ଏକ ଛାୟା ସଂସଦ ଆୟୋଜନ ହେବ । ‘ସିଟିଜେନ୍ ଫର୍ ଡେମୋକ୍ରାସି’ ସଂଗଠନ ପକ୍ଷରୁ ଏହି ମକ୍‌ ପାର୍ଲାମେଣ୍ଟ ଆୟୋଜନ କରାଯିବ ।
ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ବିରୋଧରେ ବିରୋଧୀଙ୍କ ଏହି ପଦକ୍ଷେପ ଜାତୀୟ ରାଜନୀତିକୁ ଆହୁରି ସରଗରମ କରିବା ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *