ବଜାରରେ ବାଇଗଣ କେଜି ୫୦ରୁ ୬୦ ଟଙ୍କା, ୨ ଟଙ୍କାରେ ବିକୁଛନ୍ତି ଚାଷୀ

ବଜାରରେ ଅଧିକାଂଶ ପନିପରିବା ଦର ୫୦ ଟଙ୍କା ଉପରେ। ବାଇଗଣ ଦାମ୍ ମଧ୍ୟ କିଲୋ ୫୦ରୁ ୬୦ ଟଙ୍କା ବିକୁଛନ୍ତି ବେପାରୀ। ହେଲେ ଚାଷୀଙ୍କୁ ମିଳୁଛି ମାତ୍ର ୨ରୁ ୩ଟଙ୍କା। ଫଳରେ ଯେତେ ଟଙ୍କା ଖର୍ଚ୍ଚ କରି ଚାଷ କରୁଛନ୍ତି, ତାର ମୂଳ ଉଠୁନି। ବରଗଡ଼ ଜିଲ୍ଲାରେ ଏବେ ବାଇଗଣର ଅଭାବୀ ବିକ୍ରି ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି।

କାର୍ତ୍ତିକ ମାସ ଚାଲିଛି । ବଜାରରେ ଅଧିକାଂଶ ପନିପରିବା ଦର ୫୦ ଟଙ୍କା ଉପରେ। ବାଇଗଣ ଦାମ୍ ମଧ୍ୟ କିଲୋ ୫୦ରୁ ୬୦ ଟଙ୍କା ବିକୁଛନ୍ତି ବେପାରୀ। ହେଲେ ଚାଷୀଙ୍କୁ ମିଳୁଛି ମାତ୍ର ୨ରୁ ୩ଟଙ୍କା। ଫଳରେ ଯେତେ ଟଙ୍କା ଖର୍ଚ୍ଚ କରି ଚାଷ କରୁଛନ୍ତି, ତାର ମୂଳ ଉଠୁନି। ବରଗଡ଼ ଜିଲ୍ଲାରେ ଏବେ ବାଇଗଣର ଅଭାବୀ ବିକ୍ରି ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି।

ବିଲରେ ଛନଛନିଆ ହୋଇ ଫଳିଛି ବାଇଗଣ। କୁଇଣ୍ଟାଲ କୁଇଣ୍ଟାଲ ବାଇଗଣ ଚାଷ ହୋଇଛି। କିନ୍ତୁ ଚାଷୀଙ୍କୁ ମିଳୁନି ଉଚିତ୍ ମୂଲ୍ୟ। ବାଇଗଣ କେଜି ୨ରୁ ୩ଟଙ୍କା ଦାମ୍‌ରେ ବେପାରୀଙ୍କୁ ଦେଉଛନ୍ତି ଚାଷୀ। ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷ କରିଥିବା ବରଗଡ଼ ଜିଲ୍ଲାର ଚାଷୀ ଏବେ ଲାଭ ବଦଳରେ କ୍ଷତି ସହୁଛନ୍ତି। ଏପରିକି ସେମାନଙ୍କ ତୋଳା ଖର୍ଚ୍ଚ ବି ଉଠୁନି। ଏବେ କାର୍ତ୍ତିକ ମାସ ଚାଲିଥିବାରୁ ଏହି ସମୟରେ ବାଇଗଣ ଦାମ୍ ମାର୍କେଟ୍‌ରେ ୫୦ ଟଙ୍କା ଉପରେ ରହିଛି। କିନ୍ତୁ ଚାଷୀଙ୍କଠୁ ମାତ୍ର ୨ ରୁ ୩ ଟଙ୍କାରେ କିଣାଯାଉଛି। 

ଧାନ ଚାଷ ଛାଡ଼ି ପନିପରିବା ଚାଷ କରିଥିଲେ ବରଗଡ଼ ଜିଲ୍ଲାର ଚାଷୀ। ଆଶା ଥିଲା, ଫସଲ ଭଲ ହେଲେ ପରିବାରର ଆର୍ଥିକ ସ୍ଥିତି ସୁଧୁରିବ। ଫସଲ ଭଲ ହେଲା, କିନ୍ତୁ ଉଚିତ୍ ମୂଲ୍ୟ ମିଳୁନଥିବାରୁ ଚାଷୀଙ୍କ ସମସ୍ୟା ବଢ଼ିଯାଇଛି। ଚାଷୀଙ୍କୁ ସାର, ଔଷଧ ଓ ଜଳସେଚନ ପାଇଁ ଖର୍ଚ୍ଚ କରିବାକୁ ପଡ଼ୁଛି। ଅମଳ ପରେ ବାଇଗଣ ତୋଳିବା ଓ ବଜାରକୁ ନେବା ପାଇଁ ମଧ୍ୟ ଟଙ୍କା ଖର୍ଚ୍ଚ ହେଉଛି। ହେଲେ ବିକ୍ରି ମୂଲ୍ୟ ଏତେ କମ୍ ରହୁଛି ଯେ, ଚାଷୀଙ୍କ ହାତକୁ ଲାଭ ଆସୁନାହିଁ। ଶୀତଳଭଣ୍ଡାର ନଥିବାରୁ ଚାଷୀ କ୍ଷତି ସହୁଥିବା ଅଭିଯୋଗ କରିଛନ୍ତି। କେବଳ ଧାନ ଚାଷ ନୁହେଁ, ପନିପରିବା ଚାଷ କରିବାକୁ ସରକାର ଚାଷୀମାନଙ୍କୁ ପରାମର୍ଶ ଦେଉଛନ୍ତି। କିନ୍ତୁ ଅମଳ ବେଳକୁ ଶାଗ ମାଛ ଦରରେ ବିକୁଛନ୍ତି। ସରକାର ଯେଉଁଭଳି ଆରଏମ୍‌ସିରୁ ଧାନ କିଣୁଛନ୍ତି, ସେହିଭଳି ବାଇଗଣ ମଧ୍ୟ କିଣିବାକୁ ଦାବି ହୋଇଛି। 

Leave a Reply

Your email address will not be published. Required fields are marked *