ଜଟଣୀରେ ଆରବିଆଇ ଡାଟା ସେଣ୍ଟରର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ, ସୁରକ୍ଷିତ ରହିବ ଆରବିଆଇ ଡାଟା

ଖୋର୍ଦ୍ଧା ଜଟଣୀସ୍ଥିତ ଇନଫୋ ଭ୍ୟାଲି-ଟୁରେ ଉଦ୍‌ଘାଟିତ ହୋଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ଡାଟା ସେଣ୍ଟର ଏବଂ ସାଇବର ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ । ୧୮ ଏକର ଜାଗାରେ ୧୬୯ କୋଟି ଟଙ୍କାର ଜାତୀୟ ପ୍ରକଳ୍ପ । ଏହାକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟପାଳ ବ୍ରଜମୋହନ ରାମ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର୍ ସଞ୍ଜୟ ମାଲହୋତ୍ରା ପ୍ରମୁଖଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଛି ଭବ୍ୟ ଉଦ୍‌ଘାଟନୀ ସମାରୋହ । ଏହାକୁ ସମ୍ୱୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି- ବିକାଶର ପ୍ରାଥମିକତା, ବିସ୍ତାରକୁ ଗୁରୁତ୍ୱ ଦେଉଛନ୍ତି ସରକାର । ଏହି ଡାଟା ସେଣ୍ଟର ଓଡ଼ିଶା ଓ ଦେଶବାସୀଙ୍କ ପାଇଁ ବହୁତ ହିତକର ସାବ୍ୟସ୍ତ ହେବ ।

 ଓଡ଼ିଶାରେ ସୁରକ୍ଷିତ ରହିବ ରିଜର୍ଭ ବ୍ୟାଙ୍କର ଗୁପ୍ତ ତଥ୍ୟ । ଖୋର୍ଦ୍ଧା ଜଟଣୀରେ ଆର୍‌ବିଆଇ ଡାଟା ସେଣ୍ଟରର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ । ଅପରାହ୍ଣରେ ଅଳ୍ପ କିଛି ଘଣ୍ଟା ପାଇଁ ଓଡ଼ିଶା ଗସ୍ତ କରି, ରାଜ୍ୟକୁ ଏହି ବଡ଼ ଭେଟି ଦେଇଛନ୍ତି ନରେନ୍ଦ୍ର ମୋଦୀ । ରାଜ୍ୟ ଡିଜିଟାଲ୍‌ ଯାତ୍ରାରେ ଯୋଡ଼ିଛନ୍ତି ନୂଆ ଅଧ୍ୟାୟ ।

ଖୋର୍ଦ୍ଧା ଜଟଣୀସ୍ଥିତ ଇନଫୋ ଭ୍ୟାଲି-ଟୁରେ ଉଦ୍‌ଘାଟିତ ହୋଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ଡାଟା ସେଣ୍ଟର ଏବଂ ସାଇବର ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ । ୧୮ ଏକର ଜାଗାରେ ୧୬୯ କୋଟି ଟଙ୍କାର ଜାତୀୟ ପ୍ରକଳ୍ପ । ଏହାକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟପାଳ ବ୍ରଜମୋହନ ରାମ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର୍ ସଞ୍ଜୟ ମାଲହୋତ୍ରା ପ୍ରମୁଖଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଛି ଭବ୍ୟ ଉଦ୍‌ଘାଟନୀ ସମାରୋହ । ଏହାକୁ ସମ୍ୱୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି- ବିକାଶର ପ୍ରାଥମିକତା, ବିସ୍ତାରକୁ ଗୁରୁତ୍ୱ ଦେଉଛନ୍ତି ସରକାର । ଏହି ଡାଟା ସେଣ୍ଟର ଓଡ଼ିଶା ଓ ଦେଶବାସୀଙ୍କ ପାଇଁ ବହୁତ ହିତକର ସାବ୍ୟସ୍ତ ହେବ ।

 ଡିଜିଟାଲ୍ ଅର୍ଥନୀତିକୁ ବଳ ଦେବ ଆର୍‌ବିଆଇର ନୂଆ ଡାଟା ସେଣ୍ଟର । ଏହା ମୁମ୍ବାଇରେ ଥିବା  ରିଜର୍ଭ ବ୍ୟାଙ୍କ୍ ମୁଖ୍ୟାଳୟ ସହଭାଗିତାରେ କାର୍ୟ୍ୟ କରିବ । ଆର୍ବିଆଇ ପାଖରେ ଥିବା ସମସ୍ତ ଡାଟା ଓ ଆର୍ଥିକ କାରବାରର ତଥ୍ୟକୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖିବାରେ ସହାୟକ ହେବ । କୌଣସି କାରଣରୁ ଯଦି ମୁମ୍ବାଇରେ ଡାଟା ସେଣ୍ଟର କ୍ଷତି ଗ୍ରସ୍ତ ହୁଏ, ଭୁବନେଶ୍ୱରରେ ସମସ୍ତ ତଥ୍ୟ ସୁରକ୍ଷିତ ରହିବ । ସାଇବର ସୁରକ୍ଷା କ୍ଷେତ୍ରରେ ଏହି ଡାଟା ସେଣ୍ଟର ପ୍ରମୁଖ ଭୂମିକା ନେବ।  ଏହି ଡାଟା ସେଣ୍ଟରରେ ୫୯୦ କିଲୋୱାଟ୍ ସୌର ବିଦ୍ୟୁତ ଉତ୍ପାଦନ କ୍ଷମତା ରହିଛି । ଏଥିସହ ପରିବେଶକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । 

Leave a Reply

Your email address will not be published. Required fields are marked *