ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠରେ ନବଦିନାତ୍ମକ ରଥଯାତ୍ରା, ନିଶାର୍ଦ୍ଧ ରାତ୍ରରେ ସମ୍ପର୍ଣ୍ଣ ହେଲା ଲାଖବିନ୍ଧା ପର୍ବ

 ମହାନବମୀ ସହ ଶେଷ ହୋଇଛି ମା’ ବିରଜାଙ୍କ ପୀଠରେ ଚାଲିଥିବା ନବରାତ୍ର ପୂଜା ଓ ରଥଯାତ୍ରା ପର୍ବ। ସୋମବାର ସନ୍ଧ୍ୟାରେ ନବଦିନାତ୍ମକ ରଥଯାତ୍ରା ପରିସମାପ୍ତ ହେବା ପରେ ଘଣ୍ଟଘଣ୍ଟା ସଂକୀର୍ତ୍ତନ ସହ ବିରାଟ ପଟୁଆରରେ ଲାଖବିନ୍ଧା ପଡ଼ିଆକୁ ବିଜେ କରିଥିଲେ ମା’ଙ୍କ ବିଜେପ୍ରତିମା। ସେଠାରେ ମୁଖ୍ୟପୁରୋଧାଙ୍କ ତତ୍ତ୍ୱାବଧାନରେ ଯଥାରୀତି ପୂଜାର୍ଚ୍ଚନା କରାଯାଇଥିଲା। ପରମ୍ପରା ଅନୁସାରେ ସମାଜରୁ ପାପ ନାଶ କରିବା ତଥା ମହିଷାସୁରକୁ ବଧ କରିବା ଉଦ୍ଦେଶ୍ୟରେ ଚତୁର୍ଦିଗକୁ ସର କ୍ଷେପଣ କରାଯାଇଥିଲା। ପରେ ନଅରପଦା ଦେଇ ମା’ଙ୍କୁ ଶୋଭାଯାତ୍ରାରେ ଅଣାଯାଇଥିଲା। ରାସ୍ତାସାରା ଶ୍ରଦ୍ଧାଳୁମାନେ ଧୂପଦୀପ ଦେଇ ମା’ଙ୍କୁ ବନ୍ଦାପନା କରିଥିଲେ।

ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠରେ ଶେଷ ହୋଇଛି ନବଦିନାତ୍ମକ ରଥଯାତ୍ରା ଓ ଷୋଡ଼ଶ ଉପଚାର ପୂଜା। ମା’ ବିରଜାଙ୍କ ପୀଠରେ ଗତକାଲି ସନ୍ଧ୍ୟାରେ ରଥଟଣା ଶେଷ ହେବାପରେ ନିଶାର୍ଦ୍ଧ ରାତ୍ରରେ ଲାଖବିନ୍ଧା ପର୍ବ ଅନୁଷ୍ଠିତ ହୋଇଥିଲା। ମା’ଙ୍କୁ ସ୍ବାଗତ କରିବା ପାଇଁ ପ୍ରତି ଘର ଆଗରେ କଳସ ସ୍ଥାପନ କରି ଧୂପଦୀପରେ ବନ୍ଦାପନା କରିଥିଲେ ଶ୍ରଦ୍ଧାଳୁ। 

 ମହାନବମୀ ସହ ଶେଷ ହୋଇଛି ମା’ ବିରଜାଙ୍କ ପୀଠରେ ଚାଲିଥିବା ନବରାତ୍ର ପୂଜା ଓ ରଥଯାତ୍ରା ପର୍ବ। ସୋମବାର ସନ୍ଧ୍ୟାରେ ନବଦିନାତ୍ମକ ରଥଯାତ୍ରା ପରିସମାପ୍ତ ହେବା ପରେ ଘଣ୍ଟଘଣ୍ଟା ସଂକୀର୍ତ୍ତନ ସହ ବିରାଟ ପଟୁଆରରେ ଲାଖବିନ୍ଧା ପଡ଼ିଆକୁ ବିଜେ କରିଥିଲେ ମା’ଙ୍କ ବିଜେପ୍ରତିମା। ସେଠାରେ ମୁଖ୍ୟପୁରୋଧାଙ୍କ ତତ୍ତ୍ୱାବଧାନରେ ଯଥାରୀତି ପୂଜାର୍ଚ୍ଚନା କରାଯାଇଥିଲା। ପରମ୍ପରା ଅନୁସାରେ ସମାଜରୁ ପାପ ନାଶ କରିବା ତଥା ମହିଷାସୁରକୁ ବଧ କରିବା ଉଦ୍ଦେଶ୍ୟରେ ଚତୁର୍ଦିଗକୁ ସର କ୍ଷେପଣ କରାଯାଇଥିଲା। ପରେ ନଅରପଦା ଦେଇ ମା’ଙ୍କୁ ଶୋଭାଯାତ୍ରାରେ ଅଣାଯାଇଥିଲା। ରାସ୍ତାସାରା ଶ୍ରଦ୍ଧାଳୁମାନେ ଧୂପଦୀପ ଦେଇ ମା’ଙ୍କୁ ବନ୍ଦାପନା କରିଥିଲେ।

 ସବୁବେଳେ ଶ୍ରଦ୍ଧାଳୁମାନେ ମା’ଙ୍କ ନିକଟକୁ ଯାଇ ଦର୍ଶନ କରିଥାଆନ୍ତି, ହେଲେ ବର୍ଷରେ ଥରେ ମା’ ଶ୍ରଦ୍ଧାଳୁଙ୍କ ନିକଟକୁ ଆସିଥାଆନ୍ତି। ମା’ଙ୍କୁ ଦର୍ଶନ କରି ବେଶ୍ ଆନନ୍ଦିତ ହୋଇଉଠିଥିଲେ ଅଗଣିତ ଶ୍ରଦ୍ଧାଳୁ। ଏଥିପାଇଁ ରାତିତମାମ ଚାତକ ଭଳି ଚାହିଁ ରହିଥିଲେ ଶ୍ରଦ୍ଧାଳୁ। ଅନ୍ୟପଟେ ଗ୍ରାମ ପରିକ୍ରମା ପରେ ମନ୍ଦିରକୁ ପ୍ରବେଶ କରିଥିଲେ ମା’ଙ୍କ ବିଜେପ୍ରତିମା। ଏଭଳି ନିଆରା ପରମ୍ପରା ଅନ୍ୟ କୌଣସି ଦେବୀପୀଠରେ ଦେଖିବାକୁ ମିଳିନଥାଏ।  ମା’ଙ୍କ ଲାଖବିନ୍ଧା ପର୍ବକୁ ଶାନ୍ତିଶୃଙ୍ଖଳାରେ ଶେଷ କରିବା ପାଇଁ ମନ୍ଦିର ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ଆଜି ମା’ଙ୍କ ପୀଠରେ ପାଳିତ ହୋଇଛି ବିଜୟା ଦଶମୀ ଉତ୍ସବ।

Leave a Reply

Your email address will not be published. Required fields are marked *