ରାଜଧାନୀ ଭୁବନେଶ୍ୱରର ପଟିଆରେ ଖୋଲିଛି ଖୋସଲା ଇଲେକ୍ଟ୍ରୋନିକ୍ସର ନୂତନ ଶୋ’ରୁମ୍ । ପୂର୍ବ ଭାରତର ଅନ୍ୟତମ ପ୍ରମୁଖ ଇଲେକ୍ଟ୍ରୋନିକ୍ସ ରିଟେଲ୍ ଚେନ୍ ଖୋସଲା ଇଲେକ୍ଟ୍ରୋନିକ୍ସ ପକ୍ଷରୁ ଅକ୍ଟୋବର ୧୬ ତାରିଖରେ ଏହି ଶୋ’ରୁମ୍ର ଉଦ୍ଘାଟନ କରାଯାଇଛି ।
ରାଜଧାନୀ ଭୁବନେଶ୍ୱରର ପଟିଆରେ ଖୋଲିଛି ଖୋସଲା ଇଲେକ୍ଟ୍ରୋନିକ୍ସର ନୂତନ ଶୋ’ରୁମ୍ । ପୂର୍ବ ଭାରତର ଅନ୍ୟତମ ପ୍ରମୁଖ ଇଲେକ୍ଟ୍ରୋନିକ୍ସ ରିଟେଲ୍ ଚେନ୍ ଖୋସଲା ଇଲେକ୍ଟ୍ରୋନିକ୍ସ ପକ୍ଷରୁ ଅକ୍ଟୋବର ୧୬ ତାରିଖରେ ଏହି ଶୋ’ରୁମ୍ର ଉଦ୍ଘାଟନ କରାଯାଇଛି । କମ୍ପାନିର ମାର୍କେଟିଂ ଓ ବିକ୍ରୟ ନିର୍ଦ୍ଦେଶିକା ଖୁସ୍ବୁ ଖୋସଲା ଗୁପ୍ତା ଏହି ଉଦ୍ଘାଟନୀ ସମାରୋହରେ ଯୋଗ ଦେଇଥିଲେ । ଏହା ଓଡ଼ିଶାରେ କମ୍ପାନିର ଚତୁର୍ଥ ଶୋ’ରୁମ୍ । ୧୯୮୭ ମସିହାରେ ପ୍ରତିଷ୍ଠିତ ଖୋସଲା ଇଲେକ୍ଟ୍ରୋନିକ୍ସର ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଓଡ଼ିଶାରେ ମୋଟ ୧୦୦ଟି ଷ୍ଟୋର୍ ରହିଛି । ଗ୍ରାହକଙ୍କୁ ଅତ୍ୟାଧୁନିକ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଓ ଘରୋଇ ଉପକରଣ ଯୋଗାଇବା ସହ ପୂର୍ବ ଭାରତରେ ବ୍ୟବସାୟିକ ଉପସ୍ଥିତି ବଢ଼ାଇବା ଦିଗରେ କମ୍ପାନି ନିରନ୍ତର ପ୍ରୟାସ କରୁଛି ।
ଓଡ଼ିଶାବାସୀଙ୍କ ସହ ସମ୍ପର୍କ ଗଢ଼ିବା ଲକ୍ଷ୍ୟ
ଏହି ଅବସରରେ ଖୁସ୍ବୁ ଖୋସଲା ଗୁପ୍ତା କହିଥିଲେ ଯେ, ଓଡ଼ିଶାରେ କମ୍ପାନିର ଚତୁର୍ଥ ଷ୍ଟୋର୍ ଖୋଲିବା କେବଳ ଏକ ବ୍ୟବସାୟିକ ସଫଳତା ନୁହେଁ, ବରଂ ଏହା ଲୋକଙ୍କ ସହ ସମ୍ପର୍କ ଗଢ଼ିବାର ଏକ ପ୍ରୟାସ । ରସଗୋଲା ମାଧ୍ୟମରେ ପଶ୍ଚିମବଙ୍ଗ ଓ ଓଡ଼ିଶା ମଧ୍ୟରେ ଏକ ସୁନ୍ଦର ସାଂସ୍କୃତିକ ସମ୍ପର୍କ ରହିଛି ବୋଲି ସେ କହିଥିଲେ ।
ଖୋସଲା କେବଳ କୋଲକାତାର ଏକ ବ୍ରାଣ୍ଡ୍ ହୋଇ ନ ରହି ଓଡ଼ିଶାବାସୀଙ୍କ ବିଶ୍ୱାସ ଓ ଆତ୍ମୀୟତାର ଅଂଶ ହେଉ ବୋଲି ସେ ଆଶା ପ୍ରକାଶ କରିଥିଲେ । ସ୍ଥାନୀୟ ଗ୍ରାହକଙ୍କ ସହ ସମ୍ପର୍କ ମଜବୁତ କରିବା ଏବଂ ସେମାନଙ୍କ ସହ ଆଗକୁ ବଢ଼ିବା କମ୍ପାନିର ଲକ୍ଷ୍ୟ ବୋଲି ସେ ଉଲ୍ଲେଖ କରିଥିଲେ । ପଟିଆସ୍ଥିତ ନୂତନ ଶୋ’ରୁମ୍ରେ ଗ୍ରାହକମାନେ ବିଭିନ୍ନ ପ୍ରକାରର ଇଲେକ୍ଟ୍ରୋନିକ୍ସ ଓ ଘରୋଇ ଉପକରଣ କିଣିପାରିବେ । ଏଠାରେ ଫ୍ରିଜ୍, ୱାଶିଂ ମେସିନ୍, ଟେଲିଭିଜନ୍, ମୋବାଇଲ୍ ଫୋନ୍, ଲାପଟପ୍ ଏବଂ ଅଡିଓ-ଭିଜୁଆଲ୍ ଉପକରଣ ଉପଲବ୍ଧ ହେବ ।
ନୂତନ ଶୋ’ରୁମ୍ର ଉଦ୍ଘାଟନ ଅବସରରେ ଗ୍ରାହକଙ୍କ ପାଇଁ କମ୍ପାନି ପକ୍ଷରୁ ବିଭିନ୍ନ ଅଫର୍ ଘୋଷଣା କରାଯାଇଛି । ଘରୋଇ ଉପକରଣ ଓ ଅଡିଓ-ଭିଜୁଆଲ୍ ସାମଗ୍ରୀ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ସହ ତିନି ଜଣ ଭାଗ୍ୟଶାଳୀ ବିଜେତାଙ୍କ ପାଇଁ ୧୦୦ ପ୍ରତିଶତ କ୍ରୟ ରାଶି ଫେରସ୍ତର ଲକି ଡ୍ର’ ବ୍ୟବସ୍ଥା ରହିଛି । ଏଥିସହ ଟ୍ରାଇ ଇଏମ୍ଆଇ ସୁବିଧା, ନିଶ୍ଚିତ ମାଗଣା ଉପହାର ଏବଂ ମନୋନୀତ ସାମଗ୍ରୀ ଉପରେ ବର୍ଦ୍ଧିତ ୱାରେଣ୍ଟି ମଧ୍ୟ ଦିଆଯାଉଛି । ୱାଶିଂ ମେସିନ୍ରେ ପାଞ୍ଚ ବର୍ଷ ଏବଂ ଏଲ୍ଇଡି ଟିଭି ଓ ଏୟାର କଣ୍ଡିସନର୍ରେ ତିନି ବର୍ଷର ୱାରେଣ୍ଟି ସୁବିଧା ଉପଲବ୍ଧ ରହିଛି । ପଟିଆ ଓ ଏହାର ଆଖପାଖ ଅଞ୍ଚଳର ଗ୍ରାହକଙ୍କୁ ଉନ୍ନତ ସପିଂ ଅନୁଭୂତି ପ୍ରଦାନ କରିବା ସହ ଓଡ଼ିଶାରେ ନିଜର ବ୍ୟବସାୟିକ ଉପସ୍ଥିତିକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଖୋସଲା ଇଲେକ୍ଟ୍ରୋନିକ୍ସ ଏହି ନୂତନ ଶୋ’ରୁମ୍ ଖୋଲିଛି ।

